ରେଳ ବଜେଟ୍ରେ ଓଡ଼ିଶାକୁ ୧୦,୫୯୯ କୋଟି ମଞ୍ଜୁର: ଅଶ୍ବିନୀ ବୈଷ୍ଣବ
ନୂଆଦିଲ୍ଲୀ,୩।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର (ଫେବୃଆରୀ୧) ତାଙ୍କର ଲଗାତାର ଅଷ୍ଟମ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟ୍ ଆଗତ ହେବା ପରେପରେ ରେଳ ବଜେଟ୍ ଘୋଷଣା କରାଯାଇଥିଲା। ଏପରିକି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ ସଂସଦରେ ବଜେଟ ଉପସ୍ଥାପନର କରବା ପରେ ରେଳ ବଜେଟ ଘୋଷଣା କରାଯାଇଥିଲା। ମୋଟ ୨.୫୨ ଲକ୍ଷ କୋଟି ଟଙ୍କାର ରେଳ ବଜେଟ ଘୋଷଣା ହୋଇଥିଲା ।
ତେବେ ଏହି ରେଲଓ୍ବେ ବଜେଟ୍ରେ ଓଡ଼ିଶାକୁ ୧୦, ୫୯୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଗତ ୧୦ ବର୍ଷ ଭିତରେ ଓଡିଶାରେ ୨ହଜାର୪୬ କିଲୋମିଟର ରେଲୱେ ଟ୍ରାକ୍ ତିଆରି ହୋଇଛି। ଯାହାକି ମ୍ୟାଲେସିଆ ଦେଶର ରେଳ ନେଟୱାର୍କଠାରୁ ଅଧିକ। ଆଗରୁ ଏତେ ରେଳ ନେଟୱାର୍କ ନ ଥିଲା ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୬ଟି ବନ୍ଦେ ଭାରତ ଟ୍ରେନ୍ ଚାଲୁଛି । ଏହାସହ ୭୮ ହଜାର କୋଟିର ପ୍ରକଳ୍ପ ନିର୍ମାଣ ଚାଲିଛି ।

ରାଜ୍ୟରେ ୫୯ ରେଳ ଷ୍ଟେସନର ନବୀକରଣ ହେଉଛି। ଆଗକୁ ଅଧିକ ଟ୍ରେନ ଓଡ଼ିଶାରେ ଗଡିବାର ଯୋଜନା ରହିଛି। ସେହିପରି ରାଜ୍ୟରେ ୧୯୦୦ କିଲୋମିଟରର କବଚ କାର୍ଯ୍ୟ ଜାରି ରହିଛି ବୋଲି ରେଳମନ୍ତ୍ରୀ କହିଛନ୍ତି। କବଚ କାର୍ଯ୍ୟ ଆସନ୍ତା ୬ ବର୍ଷ ମଧ୍ୟରେ ଶେଷ ହେବ।ଓଡ଼ିଶାରେ ୫୯ଟି ଅମୃତ ଷ୍ଟେସନ ପାଇଁ ବ୍ୟୟବରାଦ କରାଯାଇଛି ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବସୂଚନା ପ୍ରଦାନ କରିଛନ୍ତି। ଏହା ଅନ୍ତର୍ଗତ ଅମୃତ ଷ୍ଟେସନ ପାଇଁ ୨ ହଜାର ୩୭୯ କୋଟି ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।












Click it and Unblock the Notifications