ପ୍ରତି ଦିନ ରାଜଧାନୀରେ 10 ହଜାର ଟିକାକରଣ ଲକ୍ଷ୍ୟ
ବିଏମସି ଭୁବନେଶ୍ବରରେ ଦୈନିକ 10 ହଜାର ଟିକାକରଣ ପାଇଁ ଲକ୍ଷ୍ୟ ରଖିଛି ।
ଭୁବନେଶ୍ୱର: ଗୁରୁବାରଠୁ ରାଜ୍ୟରେ ୪୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣ ହେଉଛି । ତେବେ ରାଜ୍ୟରେ ଦୈନିକ ୨ଲକ୍ଷ ଟିକାକରଣ ଟାର୍ଗେଟ ରଖାଯାଇଛି । ଏଥିପାଇଁ ଉଭୟ ସରକାରୀ ଓ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ କରାଯାଇଛି ବ୍ୟବସ୍ଥା । ସେପଟେ ବିଏମସି ଭୁବନେଶ୍ବରରେ ଦୈନିକ 10 ହଜାର ଟିକାକରଣ ପାଇଁ ଲକ୍ଷ୍ୟ ରଖିଛି ।

ଟାର୍ଗେଟ ଠାରୁ ଅଧିକ ଅନ୍ୟୁନ ୧୦ହଜାର ଟିକାଦାନ ପାଇଁ ବିଏମସି ପ୍ରସ୍ତୁତ ଥିବା କହିଛନ୍ତି କମିଶନର । ସେପଟେ କ୍ୟାପିଟାଲ ହସ୍ପିଟାଲରେ ଦୈନିକ ଅନ୍ୟୁନ ଏକ ହଜାର ଟିକାଦାନ ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ । ରବିବାର ଛୁଟିଦିନରେ ବି ଦିଆଯିବ ଟିକା । ଟିକାକରଣ ଲକ୍ଷ୍ୟପୂରଣ ପାଇଁ ସରକାର ଉଦ୍ୟମ କରିଛନ୍ତି । ଏନେଇ ଜିଲ୍ଲାପାଳ, ସିଡିଏମଓ, ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟବିଭାଗ ।












Click it and Unblock the Notifications