ବିଜେଡି ଟିକେଟ ପାଇବା ପାଇଁ ୧୦ ହାଜର ଆଶାୟୀ, ସୋସିଆଲ ମିଡିଆରେ ପୋଷ୍ଟ କଲେ ପ୍ରଣବ
ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କିଏ ହେବ ନବୀନଙ୍କ ପ୍ରିୟ । କାହା ଉପରେ ଭରସା କରିବେ ଶଙ୍ଖ ଦଳର ସୁପ୍ରିମୋ । ଏମିତି ସ୍ଥିତି ଭିତରେ ଆଜି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସୋସିଆଲ ମିଡିଆର ଏକ ପୋଷ୍ଟ ବିଜେଡି ନେତାଙ୍କ ମଟେନସନ୍ ବଢ଼ାଇ ଦେଇଛି । କାରଣ, ପ୍ରଣବ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଏପର୍ଯ୍ୟନ୍ତ ପ୍ରାୟ ୧୦ ହଜାର ଟିକେଟ ଆଶାୟୀ ଆବେଦନ କରି ସାରିଲେଣି । ତେବେ ପ୍ରଣବ ପ୍ରକାଶ ଦାସ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିବା ପରେ, ରାଜ୍ୟ ରାଜନୀତି ସରଗରମ ହୋଇଛି ।

୨୦୨୪ରେ ପୁଣି ବିଜେଡି କ୍ଷମତାକୁ ଆସିବ ବୋଲି ଦୃଢ଼ୋକ୍ତି ଦେଖାଇଛନ୍ତି ପ୍ରଣବ । ଲେଖିଛନ୍ତି, ପଞ୍ଚାୟତ ନିର୍ବାଚନ ଭଳି ସାଧାରଣ ନିର୍ବାଚନରେ ମଧ୍ୟ ବିଜେଡି ପୁଣି ଥରେ ବିଜୟୀ ହେବ । ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ସରକାର ଗଢ଼ିବେ । ଅନ୍ୟପଟେ ବିଜେଡିର ଆଶାୟୀଙ୍କ ସଂଖ୍ୟା ବଢ଼ୁଥିବାବେଳେ, ବିଜୟ ପାଇଁ ନେତାଙ୍କ ଦୃଢ଼ୋକ୍ତିକୁ ନେଇ ବିରୋଧୀ କଟାକ୍ଷ କରିଛନ୍ତି ।
ନିର୍ବାଚନ ତାରିଖ ଘୋଷଣା ହୋଇନି । ନବୀନ ନିବାସରେ ଟିକେଟ ଆଶାୟୀଙ୍କ ଭିଡ ମଧ୍ୟ ଲାଗିନି । କିନ୍ତୁ ତା ପୂର୍ବରୁ ୧୦ ହଜାର ଆଶାୟୀ ଟିକେଟ ପାଇଁ ଆବେଦନ କଲେଣି ବୋଲି ସୂଚନା ଦେଇଛନ୍ତି ପ୍ରଣବ । ତେଣୁ ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।












Click it and Unblock the Notifications