ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ: ଜଣ ନକ୍ସଲ ନିହତ, ଯବାନ ଆହତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଜଙ୍ଗଲରେ କମ୍ବି ଅପରେସନ ସମୟରେ ପୁଣି ସୁରକ୍ଷାକର୍ମୀ-ମାଓବଦୀ ମୁହାଁମୁହିଁ । ଗୁଳି ବିନିମୟରେ ଜଣେ କ୍ୟାଡର ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଡିଭିଏଫ୍ ଯବାନ ଆହତ ହୋଇଛନ୍ତି । ମୃତ ମାଓବାଦୀ କେକେବିଏନ୍ ଡିଭିଜନର ଟପ୍ କ୍ୟାଡର ନକ୍ସଲ ବୋଲି ସନ୍ଦେହ କରାଯାଉଛି ହେଲେ ବର୍ତ୍ତମାନ ସମ୍ପୁର୍ଣ୍ଣ ପରିଚୟ ମିଳିନାହିଁ ।

ସେପଟେ ଆହତ ଯବାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିଗୁଡ଼ା ଡାକ୍ତରଖାନା ଏବଂ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଆହତ ଡିଭିଏଫ୍ ଯବାନଙ୍କ ଜଣକ ହେଲେ ଜିତେନ୍ଦ୍ର ନାହାକ । କାମ୍ବିରୀକିଆ ଜଙ୍ଗଲରେ ନକ୍ସଲ ଲୁଚି ରହିଥିବାର ଖବର ପାଇବା ପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଯାହା ପରେ ଗତକାଲି ସନ୍ଧ୍ୟା ସମୟରେ ଦୁଇ ପକ୍ଷରୁ ଗୁଳି ବିନିମୟ ହୋଇଥିଲା ।

Kandhamal News

୩୦ ମିନିଟ୍ କାଳ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ଜଣେ ଯବାନ ଆହତ ହୋଇଥିବା ବେଳେ ଜଣେ ନକ୍ସଲ ନିହତ ହୋଇଛନ୍ତି । ବାକି ପ୍ରାୟ ୨୦ରୁ ଅଧିକ ନକ୍ସଲ ଛତ୍ରଭଙ୍ଗ ଦେଇଥିବା ନେଇ ସୂଚନା ରହିଛି । ବର୍ତ୍ତମାନ ମଧ୍ୟ ଏସଓଜି ଓ ଡିଭିଏଫ ଯବାନଙ୍କ ପକ୍ଷରୁ ଉକ୍ତ ସ୍ଥାନରେ କମ୍ବିଂ ଅପରେସନ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+