ପରିବହନ ବିଭାଗର ବଡ କାର୍ଯ୍ୟନୁଷ୍ଠାନ, ସ୍କୁଲ ବସକୁ ୧ ଲକ୍ଷ ୨୨ ଫାଇନ
ଚାଲିଛି ପରିବହନ ବିଭାଗର ସ୍ପେଶାଲ ଡ୍ରାଇଭ। ଗାଡିର ପରମିଟ, ଇନସୁରାନ୍ସ, ଟ୍ୟାକ୍ସ, ଲାଇସେନ୍ସର କରାଯାଉଛି ଯାଞ୍ଚ। ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଗାଡି ଗୁଡ଼ିକୁ ପରିବହନ ବିଭାଗର ଅଧିକାରୀ ମାନେ ଯାଞ୍ଚ କରୁଛନ୍ତି।

ଏହି ସମୟରେ ସୁନ୍ଦରଗଡ଼ ସହରରେ ଏକ ଯାତ୍ରୀବାହୀ ବସ ବେଆଇନ ଭାବେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବେଳେ ପରିବହନ ବିଭାଗର ଅଧିକାରୀ ହାତରେ ଧରାପଡ଼ିଛି। ଯାଞ୍ଚ ସମୟରେ ବସର ପରମିଟ, ଟ୍ୟାକ୍ସ, ଇନ୍ସୁରେନ୍ସ, ଫିଟନେସ ନଥିବାରୁ ୧ଲକ୍ଷ ୨୨ହଜାର ୪୮୮ ଟଙ୍କାର ଚାଲାଣ କାଟିଛି ସୁନ୍ଦରଗଡ଼ ପରିବହନ ବିଭାଗ।
ସୁନ୍ଦରଗଡ଼ ଭବାନୀପୁରରେ ଥିବା କ୍ରୀଡ଼ା ଛାତ୍ରାବାସରେ ରହି ସ୍ଥାନୀୟ ଟାଉନ ହାଇସ୍କୁଲରେ ପାଠ ପଢୁଥିବା ଛାତ୍ରମାନଙ୍କୁ ନେବା ଆଣିବା କରିବା ପାଇଁ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଦୁଇ ବର୍ଷିଆ ଲିଜ ସୁତ୍ରରେ ଚାଲିଥିଲା। ଏଥିପାଇଁ ମାସିକ ୭୯ ହଜାର ୭୯୯ ଟଙ୍କା ଗାଡି ମାଲିକଙ୍କୁ ପ୍ରଦାନ କରାଯାଉଛି।
ବସ ଡ୍ରାଇଭରର ଲାଇସେନ୍ସ ନଥିବାରୁ ୫ ହଜାର, ବିନା ରେଜିଷ୍ଟ୍ରେସନ ପାଇଁ ୫ ହଜାର, ପରମିଟ ନଥିବାରୁ ୧୦ ହଜାର, ଇନ୍ସୁରେନ୍ସ ପାଇଁ ୨ ହଜାର, ଗତ ମାର୍ଚ୍ଚ ମାସରୁ ଟ୍ୟାକ୍ସ ପଇଠ ହୋଇନଥିବାରୁ ସେଥିପାଇଁ ୯୪ ହଜାର ୯୮୮ ଟଙ୍କା ଏହିଭଳି ମୋଟ ୧ ଲକ୍ଷ ୨୨ ହଜାର ୪୮୮ ଟଙ୍କା ଚାଲାଣ କଟାଯାଇଛି। ବସର କୌଣସି କାଗଜ ପତ୍ର ଠିକ ନଥିବା ବେଳେ କ୍ରୀଡ଼ା ଛାତ୍ରାବାସ କର୍ତ୍ତୃପକ୍ଷ କିଭଳି ଭାବରେ ଜାଣିପାରିଲେ ନାହିଁ, ତାକୁ ନେଇ ପ୍ରଶ୍ନ ଉଠିଛି।












Click it and Unblock the Notifications