କୋରାପୁଟ ପାତାଳି ନଦୀରେ ଡଙ୍ଗା ବୁଡ଼ି ଘଟଣାରେ: ଏବେବି ୪ ନିଖୋଜ
କୋରାପୁଟ: କୋରାପୁଟ ପାତାଳି ନଦୀରେ ଡଙ୍ଗା ବୁଡ଼ି ଘଟଣାରେ । ଏବେବି ୪ ଜଣଙ୍କର ମିଳୁନି ପତ୍ତା । ଖୋଜାଖୋଜି କରୁଛି ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ । ନିଖୋଜଜଙ୍କ ମଧ୍ୟରେ ୩ ନାବାଳିକା ଓ ଜଣେ ମହିଳା ଥିବା ନେଇ ସୂଚନା ରହିଛି । ଗତକାଲି ଜଣେ ମହିଳାଙ୍କ ମୃତ ଦେହ ମିଳିଥିଲା, ତାନସିଂ ଘାଟ ନିକଟରେ ମର ଶରୀର ଭାସୁଥିବା ଦେଖିବା ପାଇଁ ମିଳିଥିଲା ।
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କୁଲାରସିଂ ପଂଚାୟତର ତାନସିଂ ଗାଁ ୩ ମହିଳା ଏବଂ ଦୁଇ ନାବାଳିକା ଏକ ଦେଶୀ ଡଙ୍ଗାରେ ବାଡ଼େଲା ଗ୍ରାମକୁ ଏକ ବାହାଘରରେ ଯୋଗ ଦେବାକୁ ଯାଇଥିବା ବେଳେ ଅଘଟଣ ଘଟିଥିଲା ।

ସୁଚନାନୁସାରେ ସମସ୍ତେ ଗତକାଲି ପଡ଼ୋଶୀ ଆନ୍ଧ୍ରରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ । ତେବେ ସନ୍ଧ୍ୟାରେ ଫେରୁଥିବାବେଳେ ନଦୀ ଘାଟରେ ଏକ ଦେଶୀ ଡ଼ଙ୍ଗା ନେଇ ୩ ନାବାଳିକା ଏବଂ ୨ ମହିଳା ପାତାଳି ନଦୀରେ ନିଜେ ଦେଶୀ ଡଙ୍ଗା ମାଧ୍ୟମରେ ଫେରୁଥିଲେ ।
ହେଲେ ମଝି ନଈରେ ଡଙ୍ଗା ବୁଡ଼ି ସମସ୍ତେ ନିଖୋଜ ହୋଇଯାଇଥିଲେ । ଜଣେ ମହିଳାଙ୍କ ମୃତ ଦେହ ନଦୀରେ ଭାସୁଥିବାର ଦେଖିଥିଲେ ଗ୍ରାମ ବାସୀ , ଆଉ ପରେ ଗ୍ରାମ ବାସୀ ତୁରନ୍ତ ଖବର ଦେଇଥିଲ ପୋଲିସକୁ । ଆଉ ଓଡ଼୍ରାପ ଟିମ୍ ଆସି ମୃତ ଦେହକୁ ଉଦ୍ଧାର କରିଥିଲେ ।












Click it and Unblock the Notifications