ଯାଜପୁରରେ ଧସିଲା ପଥର ଖାଦାନ: ଜଣେ ଶ୍ରମିକ ମୃତ, ଅନେକ ନିଖୋଜ
Jajpur Accident: ଯାଜପୁର ଧର୍ମଶାଳା ତହସିଲ ଡଙ୍କାରୀ କଳାପଥରରେ ଧସିଲା ପଥର ଖାଦାନ, ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ନିଖୋଜ ଥିବା ନେଇ ସୂଚନା ରହିଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେହିପରି ଏପର୍ଯ୍ୟନ୍ତ ଏହି ଘଟଣାକୁ ନେଇ ଖାନାନ ମାଲିକଙ୍କୁ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ସୂଚନା ଅନୁସାରେ, ଗୁରୁବାର ଦିନ ଧର୍ମଶାଳ ତହସିଲ ସ୍ଥିକ ଡଙ୍କାରୀ ପଥର ଖାଦାନରେ ପଥର ଏବଂ ମାଟି ଧସିବା ପରେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩ ଜଣ ଏବେ ବି ମାଟି ତଳେ ଫସି ରହିଛନ୍ତି । ସେହିପରି ବିଭିନ୍ନ ମେଶିନ ମଧ୍ୟ ନଷ୍ଟ ହୋଇଯାଥିବା ବେଳେ କିଛି ଏବେ ମାଟି ତଳେ ଚାପି ହୋଇ ରହିଛି । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।












Click it and Unblock the Notifications