ଗ୍ୟାସ୍ ଟାଙ୍କି ଫାଟି ଦେଢ ମାସ ଶିଶୁର ମୃତ୍ୟୁ, ୪ ଗୁରୁତର
ଗ୍ୟାସ ଟାଙ୍କି ଫାଟି ଦେଢ ମାସ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଏପରି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ମିର୍ଜାପୁର ଅଞ୍ଚଳରେ ଘଟିଛି ।

ବାଲେଶ୍ୱର: ଗ୍ୟାସ ଟାଙ୍କି ଫାଟି ଦେଢ ମାସ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଏପରି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ମିର୍ଜାପୁର ଅଞ୍ଚଳରେ ଘଟିଛି । ମିର୍ଜାପୁର ବାସିନ୍ଦା ରମଜାନ ମଲିକଙ୍କ ଘରେ ଗ୍ୟାସ୍ ସିଲିଣ୍ତର ଫାଟିଥିବା ନେଇ ସୂଚନା ରହିଛି ।
ହଠାତ୍ ଗ୍ୟାସ୍ ଟାଙ୍କି ଫାଟି ତାଙ୍କ ଦୁଇ ବଖରା ଘର ଜଳିଯାଇଛି । ବିଭିନ୍ନ ସାମଗ୍ରୀ ଓ ଆସବା ପତ୍ର ନଷ୍ଟ ହୋଇଯାଇଛି । ଏହି ଭୟଙ୍କର ବିସ୍ଫୋରଣରେ ଦେଢ ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ୟାସ ଟାଙ୍କି ଫାଟିବାର କାରଣ ସ୍ପଷ୍ଟ ହୋଇ ନାହିଁ । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।












Click it and Unblock the Notifications