ଗଞ୍ଜାମରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ, ୩ ଗୁରୁତର

ଗଞ୍ଜାମ:ଗଞ୍ଜାମରେ ଗୋଷ୍ଠୀ ସଂଘର୍ଷରେ ଗଲା ଜଣଙ୍କର ଜୀବନ ଏବଂ ତିନି ଆହତ । ଏପରି ଘଟଣା ଘଟିଛି ଦିଗପହଣ୍ତି ବ୍ଲକ ସହଦେବ ଟିକରପଡାରେ । କୌଣସି କାରଣରୁ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ତ ହୋଇଥିଲା ଯାହା ପରେ ଆରମ୍ଭ ହୋଇଯାଇଥିଲା ମାରପିଟ । ତେବେ କେଉଁ କାରଣରୁ ଗୋଷ୍ଠୀ ସଂଘର୍ଷ ହୋଇଥିଲା ତାହା ସ୍ପଷ୍ଟ ହୋଇ ପାରି ନାହିଁ ହେଲେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ନୂଆଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ତୋଫାନ ଗୌଡ଼ । ସେହିପରି ଧାରୁଆ ଅସ୍ତ୍ରରେ ମାରପିଟରେ ଦୁଇ ମହିଳାଙ୍କ ସମେତ ୩ ଗୁରୁତର ଅଛନ୍ତି ଆହତ ମାନେ ହେଲେ କାଳୁ ଗୌଡ଼, ଜୋଛନା ଗୌଡ଼, ପ୍ରତିମା ଗୌଡ଼ । ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଚିକିଟି ଏସଡିପିଓ ଏବଂ ଦିଗପହଣ୍ତି ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।












Click it and Unblock the Notifications