ହୀରାକୁଦ ଜଳଭଣ୍ଡାର ନିଷିଦ୍ଧାଞ୍ଚଳରେ ଡ୍ରୋନ୍ ଉଡାଇବା ଘାଟଣାରେ: ଜଣେ ଗିରଫ
Hirakud News: ହୀରାକୁଦ ଜଳଭଣ୍ଡାର ନିଷିଦ୍ଧାଞ୍ଚଳରେ ଡ୍ରୋନ୍ ଉଡାଇବା ଘାଟଣାରେ । ଜଣେ ଓୟୁଟିଏଟି ତୃତୀୟ ବର୍ଷର ଛାତ୍ରଙ୍କୁ ଗିରଫ କରାଯାଇଛି । ଏଥିସହ ଗୋଟିଏ ଆଇଫୋନ ଓ ଡ୍ରୋନ ଜବତ ମଧ୍ୟ ପୋଲିସ ଯବତ କରିଛି । ଉକ୍ତ ଛାତ୍ରଙ୍କୁ ଆଜି ପଚରାଉଚରା କରାଯିବା ନେଇ ସୂଚନା ରହିଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା ।

ସୂଚନା ଅନୁସାରେ, ଗତ ୨୮ ତାରିଖରେ ହୀରାକୁଦ ଭଣ୍ତାର ତାର ଗେଟ୍ ଖୋଲିବା ସମୟରେ ଏକ ଭିଡିଓ ଉକ୍ତ ଯୁବକ ଜଣକ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଭିଡିଓ ଭାଇରାଲ ହେବା ପରେ ହୀରାକୁଦ ଡ୍ୟାମ୍ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା କାରଣ ଏହା ଏକ ନିଷିଦ୍ଧାଞ୍ଚଳ ।












Click it and Unblock the Notifications