ଆଜି ମିଳିବ 'ସୁଭଦ୍ରା'ର ଷଷ୍ଠ ପର୍ଯ୍ୟାୟ ଟଙ୍କା
Subhadra Yojana: ଆଜି ପଞ୍ଚାୟତିରାଜ ଦିବସ ଅବସରରେ ପୁରୀରେ ମିଳିବ ସୁଭଦ୍ରା ଟଙ୍କା । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପ୍ରରିଡ଼ାଙ୍କ ପକ୍ଷରୁ ସୂଚନା ଜାରି କରାଯାଇଥିଲା । ଷଷ୍ଠ ପର୍ଯ୍ୟାୟରେ ୧ ଲକ୍ଷ ୭୦ ହଜାର ମହିଳା ପାଇବେ ସୁଭଦ୍ରା ଟଙ୍କା । ଏହା ସହିତ ୨ଟି କିସ୍ତିର ଟଙ୍କା ମିଳିବ ।

ପୁରୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହିତାଧିକାରୀଙ୍କୁ ଏହି ଟଙ୍କା ପ୍ରଦାନ କରିବେ । ଆଜି ପଞ୍ଚାୟତି ରାଜ ଦିବସରେ ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଦୁଇଟି କିସ୍ତିର ଟଙ୍କା ଆସିବା ନେଇ ସୂଚନା ରହିଛି, ଏକ ସମୟରେ ୧୦ ହଜାର ଟଙ୍କା ପାଇବେ।












Click it and Unblock the Notifications