ରାଜ୍ୟରେ ନିର୍ମାଣ ହେବ ୧୦୦୦ ଶୀତଳ ଭଣ୍ଡାର: କୃଷି ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଶୀତଳ ଭଣ୍ଡାରର ଅଭାବକୁ ଦୂର କରିବା ପାଇଁ ସରକାର ରାଜ୍ୟରେ ୧୦୦୦ ନୂଆ ଶୀତଳିକରଣ ଗୃହ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି । ବୁଧବାର ବିଧାନସଭା ପ୍ରଶ୍ନକାଳରେ ଉତ୍ତର ରଖି ଏପରି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ରାଜ୍ୟରେ ୯୭ଟି ଶୀତଳ ଭଣ୍ଡାର ଅଚଳ ରହିଛି । ସେହିପରିବେଳେ ୩୬ଟି ସଚଳ ରହିଛି । ଅଚଳ ହୋଇ ପଡ଼ିଥିବା ଶୀତଳ ଭଣ୍ଡାରକୁ ସଚଳ କରିବା ସମ୍ଭବ ନୁହେଁ, କାରଣ ଅଚଳକୁ ସଚଳ କରିବା ବ୍ୟୟବହୁଳ ସେହି ଟଙ୍କାରେ ନୂଆ ଶୀତଳ ଭଣ୍ଡାର ହୋଇ ପାରିବ ବୋଲି ମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ରାଜ୍ୟରେ ନୂଆ କରି ୧୦୦୦ ଶୀତଳିକରଣ ଗୃହ ନିର୍ମାଣ ହେବ । ଯାହାକି ସୌରଚାଳିତ ଯନ୍ତ୍ରାଂଶ ଦ୍ୱାରା ଚାଲିବ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ସ୍ୱଂୟ ସହାୟକ ଗୋଷଅଠୀଙ୍କ ପରିଚାଳନାରେ ଏହି ଶୀତଳିକରଣ ଗୃହ ଚାଲିବ ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ଉତ୍ତର ରଖିଛନ୍ତି ।
କୃଷି ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ ସରକାର ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ୭୦ ପ୍ରତିଶତ ରିହାତିରେ ସବଜି କୁଲର ଯୋଗାଇ ଦେବେ। ଯେଉଁଥିରେ ଚାଷୀମାନେ ସେମାନଙ୍କ ଅମଳ ପନିପରିବା କିଛି ଦିନ ପର୍ଯ୍ୟନ୍ତ ରଖି ପାରିବେ। ଏହାକୁ ଏପ୍ରିଲ ୧ ତାରିଖରୁ ଆରମ୍ଭ କରାଯିବ।












Click it and Unblock the Notifications