ପ୍ରସିଦ୍ଧ ୟୁଟ୍ୟୁବର ରଣଭୀର ଆଲ୍ଲାବାଦିଆଙ୍କ ୟୁଟ୍ୟୁବ୍ ଚ୍ୟାନେଲ ହ୍ୟାକ୍

Ranveer Allahbadia: ଭାରତର ପ୍ରସିଦ୍ଧ ୟୁଟ୍ୟୁବର୍ 'Ranveer Allahbadia'ଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ବଡ଼ ଧରଣର ସାଇବର ଆଟାକ୍ ହୋଇଛି । ତାଙ୍କର ଦୁଇଟି ୟୁଟ୍ୟୁବ୍ ଚ୍ୟାନେଲ୍ ହ୍ୟାକ୍ ହୋଇଯାଇଛି । ରଣଭୀର ହେଉଛନ୍ତି ଭାରତର ଜଣେ ଜଣାଶୁଣା ତଥା ଲୋକପ୍ରିୟ ୟୁଟ୍ୟୁବର୍, ଯିଏ ତାଙ୍କ ପୋଡକାଷ୍ଟରେ ବଲିଉଡ, କ୍ରୀଡା, ରାଜନୀତି ଏବଂ ଅନ୍ୟାନ୍ୟ କ୍ଷେତ୍ରର ସେଲିବ୍ରିଟିମାନଙ୍କ ଇଣ୍ଟରଭିୟୁ ନିଅନ୍ତି । ତାଙ୍କର ଦୁଇଟି ପ୍ରସିଦ୍ଧ ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି, ଗୋଟିଏ ନିଜ ନାମରେ ଏବଂ ଅନ୍ୟଟିର BeerBiceps' ନାଁରେ ରହିଛି ।

ରଣଭୀରଙ୍କ ଉଭୟ ୟୁଟ୍ୟୁବ୍ ଚ୍ୟାନେଲରେ ସାଇବର ଆଟାକ୍ ହୋଇଛି। ହ୍ୟାକର୍ମାନେ ତାଙ୍କର ଉଭୟ ୟୁଟ୍ୟୁବ୍ ଚ୍ୟାନେଲ୍କୁ ହ୍ୟାକ୍ କରିବା ସହ ସେମାନଙ୍କ ନାମ ମଧ୍ୟ ପରିବର୍ତ୍ତନ କରିଛନ୍ତି । ହ୍ୟାକରମାନେ ତାଙ୍କର ଲୋକପ୍ରିୟ ଚ୍ୟାନେଲ BeerBiceps କୁ ପରିବର୍ତ୍ତନ କରି "@ Elon.trump.tesla_live2024" ରେ ନାମିତ କରିଥିବାବେଳେ ତାଙ୍କ ବ୍ୟକ୍ତିଗତ ଚ୍ୟାନେଲର ନାମ "@ Tesla.event.trump_2024" ରଖାଯାଇଛି । ହ୍ୟାକର୍ମାନେ ଏହି ଦୁଇଟି ଚ୍ୟାନେଲରେ ରଣଭୀରଙ୍କର ସମସ୍ତ ୟୁଟ୍ୟୁବ୍ ଭିଡିଓ ଡିଲିଟ୍ କରି ଡୋନାଲ୍ଡ ଟ୍ରମ୍ପ ଏବଂ ଏଲୋନ୍ ମସ୍କର ପୁରୁଣା ଘଟଣାର ଭିଡିଓ ଅପଲୋଡ୍ କରିଛନ୍ତି ।

Ranveer Allahbadia

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ରଣଭୀର 22 ବର୍ଷ ବୟସରେ ତାଙ୍କର ପ୍ରଥମ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଥିଲେ । ଆଜି ତାଙ୍କର ପ୍ରାୟ 7 ଟି ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି, ଯେଉଁଥିରେ ପ୍ରାୟ 12 ମିଲିୟନ୍ ଫଲୋର୍ସ ଅଛନ୍ତି । ଚଳିତ ବର୍ଷ ମାର୍ଚ୍ଚ 8 ରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ମଣ୍ଡପମ ଠାରେ ଆୟୋଜିତ ହୋଇଥିବା ନ୍ୟାସନାଲ କ୍ରିଏଟର୍ସ ପୁରସ୍କାର 2024 ରେ ୟୁଟ୍ୟୁବର୍ ରଣଭୀର ଆଲ୍ଲାହାବାଡିଆଙ୍କୁ disruptor of the year ପୁରସ୍କାର ପ୍ରଦାନ କରାଯାଇଥିଲା ।

ଲାଇଭ୍ ଷ୍ଟ୍ରିମରେ ଏକ QR କୋଡ୍ ଦେଖାଇ ହ୍ୟାକର୍ସ ବିଟକଏନ୍ କିମ୍ବା ଏଥେରମ୍ କୁ elonweb.net କୁ ପଠାଇବାକୁ କହିଥିଲେ। ଏହା ପ୍ରଥମ ଘଟଣା ନୁହେଁ ଯେ କୌଣସି ପ୍ରସିଦ୍ଧ ବ୍ୟକ୍ତି କିମ୍ବା ସଂଗଠନର ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍ ହୋଇଛି। ଅତୀତରେ ମଧ୍ୟ ଏପରି ଅନେକ ଘଟଣା ଘଟିଛି, ଯେଉଁଠାରେ ହ୍ୟାକର୍ମାନେ ସେଲିବ୍ରିଟିଙ୍କ ଆକାଉଣ୍ଟରୁ କ୍ରିପ୍ଟୋକ୍ୟୁରେନ୍ସିରେ ବିନିଯୋଗ କରିବାକୁ ଲିଙ୍କ୍ ଅଂଶୀଦାର କରିଛନ୍ତି | ଏହା ଏକ ପୁରାତନ ପଦ୍ଧତି, ଯାହା ଲୋକଙ୍କୁ ଫସାଇବାରେ ବ୍ୟବହାର କରନ୍ତି ହ୍ୟାକର୍ସ ।

ଏହି ଆକ୍ରମଣରେ ରଣଭୀର ଏବଂ ତାଙ୍କ ଦଳ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବର୍ତ୍ତମାନ ସେମାନେ ୟୁଟ୍ୟୁବ ସହିତ ଯୋଗାଯୋଗ କରି ନିଜ ଚ୍ୟାନେଲଗୁ଼ଡିକୁ ପୁନରୁଦ୍ଧାର କରିବା ପାଇଁ ପ୍ରାୟାସ କରୁଛନ୍ତି । ଭାରତୀୟ ୟୁଟ୍ୟୁବ୍ ଚ୍ୟାନେଲଗୁଡିକ ଉପରେ ସାଇବର ଆକ୍ରମଣ ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+