Year Ender 2024: ଚଳିତ ବର୍ଷର ୫ଟି ଭୟଙ୍କର ଭାଇରାସ, ଯାହା ପୁରା ଦେଶର ସୃଷ୍ଟି କରିଥିଲା ଆତଙ୍କ
Year Ender 2024: ଚଳିତ ବର୍ଷ କିଛି ଏପରି ଭାଇରସ ରହିଛି ଯାହା ଦେଶରେ ଚହଳ ସୃଷ୍ଟି କରିଥିଲା । ଏପରି ଭାଇରସ ଯାହା ପୂର୍ବରୁ ଭାରତରେ ଖୁ୍ବ୍ କମ ଦେଖାଯାଉଥିଲା ହେଲେ ଏବେ ଏହି ଭାଇରସ ସାଜିଛି ମୁଣ୍ତ ବିନ୍ଧାର କାରଣ । ପ୍ରତିବର୍ଷ ଭଳି, ଏହି ବର୍ଷ ମଧ୍ୟ ଲୋକମାନେ ଅନେକ ଗମ୍ଭୀର ରୋଗର ପୀଡିତ ହୋଇଥିଲେ । ଏହି ରୋଗଗୁଡିକ କେବଳ ଲୋକଙ୍କ ଜୀବନକୁ ପ୍ରଭାବିତ କରିନଥିଲା ବରଂ ବିଶ୍ୱ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ମଧ୍ୟ ବଡ଼ ଚାପ ପକାଥିଲା ।
ନିପା ଭାଇରସ- ନିପା ଭାଇରସ ସାଧାରଣତଃ ପଶୁମାନଙ୍କ ଠାରୁ ଆସିଥାଏ । ଦୂଷିତ ଖାଦ୍ୟରୁ ଏହି ଭାଇରସ ଅଧିକା ବ୍ୟାପିଥାଏ ସେହିପରି ରକ୍ତ-ପରିସ୍ରା ଜରିଆରେ ମଧ୍ୟ ଏହି ଭାଇରସ ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବ୍ୟାପିଥାଏ । ଚଳିତ ବର୍ଷ କେରଳରେ ଏହି ଭାଇରାସର ଅନେକ ମାମଲା ଚିହ୍ନଟ ହୋଇଥିଲା । ୨୦୧୮ ମସିହାରେ ଏହି ଭାଇରସର ପ୍ରଥମ ମାମଲା ଭାରତର ଚିହ୍ନଟ ହୋଇଥିଲା । ବାଦୁଡିଙ୍କ ଠାରୁ ଏହି ଭାଇରସ ଆରମ୍ଭ ହୋଇଥିଲା ।

ଚାନ୍ଦି ଭାଇରସ- ଚଳିତ ବର୍ଷ ଚାନ୍ଦି ଭାଇରସର ଅନେକ ମାମଲା ଚହ୍ନଟ ହୋଇଥିଲା । ସୋସିଆଲ ମିଡିଆରେ ମଧ୍ୟ ଏହି ଭାଇରସ ଟ୍ରେଣ୍ତରେ ରହିଥିଲା । ଏହି ଭାଇରସ ସାଧାରଣତଃ ମଶା, ମାଛି ଦ୍ୱାରା ଅଧିକ ବ୍ୟାପିଥାଏ । ଭାରତରେ ଏହି ଭାଇରାସର ପ୍ରଥମ ମାମଲା ମହାରାଷ୍ଟ୍ରରେ ୧୯୬୫ରେ ଚିହ୍ନଟ ହୋଇଥିଲା । ଏହି ଭାଇରସର ଲକ୍ଷଣ ନିଶ୍ୱାସ ନେବାରେ କଷ୍ଟ ହେବା ଏବଂ ଡାଏରିୟା ହେବାର ଆଶଙ୍କା ଅଧିକ ଥାଏ । ଛୋଟ ପିଲା ଏଥିରେ ଅଧିକ ଆକ୍ରାନ୍ତ ହୋଇଥାନ୍ତି ।
ଜିକା ଭାଇରସ- କେବଳ ଭାରତରେ ନୁହେଁ ଏହି ଭାଇରସ ବିଶ୍ୱର ଅନେକ ଦେଶରେ ନିଜ କାୟା ବିସ୍ତାର କରିଥିଲା । ଏହି ଭାଇରସର ଲକ୍ଷଣ ହେଉଛି ଜ୍ୱର ହେବା, ଶରୀରରେ ନାଲି ଦାଗ ହେବା, ମୁଣ୍ତ ବିନ୍ଧିବା, ଆଖି ନାଲି ହେବା ।
ମକ୍ସିପକ୍ସ ଭାଇରସ- କରୋନା ପରେ ସାରା ବିଶ୍ୱରେ ସମସ୍ତଙ୍କ ଚିନ୍ତା ବଢାଇଥିଲା ପଙ୍କିପକ୍ସ । ସାରା ଦୁନିଆରେ ଏହି ଭାଇରସର ଅନେକ ମାମଲା ଚିହ୍ନଟ ହୋଇଥିଲା । ଏହି ଭାଇରସ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା । ଏହାର ଲକ୍ଷଣ, ରୋଗୀ ଦେହରେ ନାଲି ଦାଗ ହେବା, ଜ୍ୱର,ମୁଣ୍ତବିନ୍ଧା, ପିଠିରେ ଦରଜ ପରି ଲକ୍ଷଣ ଦେଖାଦେବା ।
ଡେଙ୍ଗୁ- ଭାରତ ସମେତ ଓଡ଼ିଶାରେ ମଧ୍ୟ ଅନେକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ରାଜ୍ୟରେ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ଡେଙ୍ଗୁ ଜ୍ୱରରେ ହୋଇଛି । ଏହି ରୋଗ 1780 ମସିହାରେ ପ୍ରଥମ ଥର ପାଇଁ ଭାରତରେ ଦେଖିବା ପାଇଁ ମିଳିଥିଲା । ଚେନ୍ନାଇରେ ଏହାର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା । ଡେଙ୍ଗୁ ରୋଗର ଲକ୍ଷଣ ମଧ୍ୟରେ ଉଚ୍ଚ ଜ୍ୱର, ମୁଣ୍ଡବିନ୍ଧା, ଶରୀରର ଯନ୍ତ୍ରଣା ଏବଂ ଚର୍ମ ଦାଗ ଦେଖାଦେଇଥାଏ । ସମଗ୍ର ଦେଶରେ ଡେଙ୍ଗୁ ମୁଣ୍ତ ବିନ୍ଧାର କାରଣ ସାଜିଥିଲା ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications