ମୁହଁରେ ଅଧିକ କେଶ ପାଇଁ ବିଶ୍ୱ ରେକର୍ଡ
Viral News: ଜଣେ ସାଧାରଣ ବ୍ୟକ୍ତିଙ୍କ ମୁହଁରେ ଦାଢି଼, ଏବଂ ମୁଣ୍ତରେ କେଶ ହେବାର ସ୍ୱଭାବିକ ହେଲେ କାହାର ସମ୍ପୂର୍ଣ୍ଣ ମୁହଁରେ ଘନ କେଶ ବଢ଼ିବା ଜଣେ ବ୍ୟକ୍ତିଙ୍କ ପାଇଁ ଟିକେ ଭିନ୍ନ । ମଧ୍ୟପ୍ରଦେଶର ଜଣେ ୧୮ ବର୍ଷୀୟ ନାବାଳକର ମୁହଁରେ ଅସ୍ୱାଭାବିକ କେଶ ବୃଦ୍ଧି ପାଇଛି। ଯେଉଁଥି ପାଇଁ ସେ ଗିନିଜ୍ ବିଶ୍ୱ ରେକର୍ଡ ମଧ୍ୟ କରିଛନ୍ତି ।

ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁର ଆଷ୍ଟର ହ୍ୱାଇଟଫିଲ୍ଡ ହସ୍ପିଟାଲର କନସଲଟାଣ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟଙ୍କା କୁରି କହିଛନ୍ତି। ଏହା ଟର୍ମିନାଲ କିମ୍ବା ଭେଲସ୍ କେଶକୁ ପ୍ରଭାବିତ କରିପାରେ ଏବଂ ଏହି ରୋଗ ଜେନେଟିକ୍ କିମ୍ବା ଜନ୍ମଗତ ହୋଇପାରେ।
ଲଳିତଙ୍କ ଶରୀର ଗଠନ ଜଣେ ସାଧାରଣ ଯୁବକଙ୍କ ପରି, କିନ୍ତୁ ତାଙ୍କ ମୁହଁ ଅନ୍ୟ ଲୋକଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଯାହାର ମୁଖ୍ୟ କାରଣ ହେଉଛି ତାଙ୍କ ମୁହଁରେ ଅସ୍ୱାଭାବିକ ଭାବରେ ଅଧିକ କେଶ ବୃଦ୍ଧି। ଲଳିତଙ୍କ ମୁହଁ ସାରା କେଶ ଅଛି ଏବଂ ତାଙ୍କ ଗାଲ, ନାକ, କପାଳରେ ମଧ୍ୟ କେଶ ଭରି ରହିଛି ।












Click it and Unblock the Notifications