Get Updates
Get notified of breaking news, exclusive insights, and must-see stories!

ଆଜି ବିଶ୍ବ ଆଦିବାସୀ ଜନଜାତି ଦିବସ

World Indigenous Day 2022 :ଆଜି ବିଶ୍ବ ଆଦିବାସୀ ଜନଜାତି ଦିବସ

ଭୁବନେଶ୍ବର: ଆଜି ସାରା ବିଶ୍ବ ପାଳୁଛି ଆଦିବାସୀ ଦିବସ । ପ୍ରତିବର୍ଷ ଅଗଷ୍ଟ 9 ତାରିଖରେ ଏହି ଦିନକୁ ପାଳନ କରନ୍ତି ଦେଶରେ ଥିବା ଆଦିବାସୀ ସମ୍ପ୍ରଦାୟର ଲୋକମାନେ । ଦେଶର ବିଭିନ୍ନ ସ୍ଥାନରେ ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି । ଏବେ ବି ରାଜ୍ୟ ଓ ଦେଶର ଅନେକ ଆଦିବାସୀ ଅଲୋଡା ଓ ନିଷ୍ପେସିତ ହୋଇ ରହିଛନ୍ତି । ତେବେ ଗତ ଦୁଇ ବର୍ଷଧରି ଚାଲିଥିବା କୋଭିଡ ସମୟରେ ମଧ୍ୟ ଅନେକ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି ଆଦିବାସୀମାନେ । ଅନେକ ଆକ୍ରାନ୍ତ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହୋଇଛନ୍ତି । ଏକ ଘରୋଇ ଅନୁଷ୍ଠାନର ତଥ୍ୟ ମୁତାବକ ଦେଶରେ ସର୍ବାଧିକ ତଥା 62ଟି ଆଦିବାସୀ ଅଧୂଷିତ ସଂପ୍ରଦାୟ ଗୋଷ୍ଠୀ ଥିବା ରାଜ୍ୟ ହେଉଛି ଓଡିଶା। ଯେଉଁମାନଙ୍କର ସଂଖ୍ୟା ହେଉଛି 95 ଲକ୍ଷରୁ ଊର୍ଦ୍ଧ୍ବ । ଏହି ସଂଖ୍ୟା ରାଜ୍ୟ ଜନସଂଖ୍ୟାର 22.85 ପ୍ରତିଶତ । ସମସ୍ତ 30 ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଦିବାସୀମାନେ ବସବାସ କରୁଥିବା ବେଳେ ମୟୂରଭଞ୍ଜରେ ସର୍ବାଧିକ ରହିଛନ୍ତି ।

world indegenous day 2022

ଓଡ଼ିଶାର 78ପ୍ରତିଶତ ଆଦିବାସୀ ଲୋକେ ଜଙ୍ଗଲରେ ବସବାସ କରୁଛନ୍ତି । ରାଜ୍ୟର ପ୍ରାୟ ଲୋକ ଜଙ୍ଗଲଜାତ ଦ୍ରବ୍ୟ ବ୍ୟବହାର କରିଥାନ୍ତି । ଯେଉଁଥିରେ ଆଦିବାସୀମାନଙ୍କର ବଡ ଭୂମିକା ରହିଛି । ସେମାନଙ୍କ ସାହାଯ୍ୟରେ ଏହି ଦ୍ରବ୍ୟ ବଜାରରେ ସହଜରେ ପହଞ୍ଚି ପାରୁଛି । ହେଲେ ଏତେସବୁ ପରେ ବି ଆଦିବାସୀମାନେ କୌଣସି ସୁବିଧା ପାଇ ପାରୁନାହାଁନ୍ତି । ଅନେକ ଆଦିବାସୀ ଅଞ୍ଚଳକୁ ଯିବାକୁ ରାସ୍ତାଟିଏ ନାହିଁ ଆଉ କେଉଁଠି ବିଦ୍ୟୁତ ଓ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ଏଠି ବସବାସ କରୁଥିବା ଲୋକେ । କେନ୍ଦ୍ର ଯୋଜନାକୁ ରାଜ୍ୟ ସରକାର ରୂପାୟନରେ ଫେଲ ମାରୁଥିବାରୁ ଆଦିବାସୀମାନେ ସେମାନଙ୍କ ନାର୍ଯ୍ୟ ସୁବିଧା ସୁଯୋଗ ପାଇ ପାରୁ ନାହାଁନ୍ତି । ଶିକ୍ଷା କ୍ଷେତ୍ରରେ ମଧ୍ୟ ଛୋଟଛୋଟ ପିଲା ପାଉନାହାଁନ୍ତି ସେତେଟା ସୁବିଧା । ପାଠ ଦି ଅକ୍ଷର ପଢିବା ପାଇଁ ପାଖ ଗାଁକୁ ଯିବାକୁ ହେଉଛି ନଚେତ ପାଠରେ ଡୋରି ବାନ୍ଧି ଘରେ ବସୁଛନ୍ତି ପିଲା । ଅନ୍ଧକାରରେ ରହୁଛି କାଲିର ଭବିଷ୍ୟତ । ତେବେ ଆଦିବାସୀଙ୍କ ସୁବିଧା ସୁଯୋଗ ଯୋଗାଇବା ସହିତ ସେମାନଙ୍କୁ ଆଗକୁ ବଢିବାରେ ସହାୟତା କରିବା ନେଇ ଏହି ଦିନନଟିକୁ ଦେଶ ବ୍ୟାପି ପାଳନ କରାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+