'କ୍ୟାନସର ସହ ଲଢିବା, ଜୀବନର ଯୁଦ୍ଧ ଜିତିବା'

ବିଶ୍ୱ କ୍ୟାନସର ଦିବସ ଅବସରରେ ବିଏସସିଏଲ ତରଫରୁ କମଳଜିତ ଦାସଙ୍କ ଅଧକ୍ଷତାରେ ଭୁବନେଶ୍ୱର ସ୍ମାର୍ଟସିଟି ଟିମ୍ ଏବଂ ଆପୋଲୋ ହସ୍ପିଟାଲର ମିଳିତ ଅନୁକୂଲ୍ୟରେ ଏକ ମାରାଥନ ଆୟୋଜନ କରାଯାଇଥିଲା ।

ଭୁବନେଶ୍ୱର: କର୍କଟ ବିରୋଧରେ ସଂଗ୍ରାମ କରି ଚାଲିଛି ସାରା ବିଶ୍ୱ । କେମିତି ଏ ଦୂରାରୋଗ୍ୟକୁ ପ୍ରତିହତ କରିହେବ ? ମୃତ୍ୟୁ ମୁହଁରୁ କେମିତି ଜୀବନକୁ ବଞ୍ଚାଇ ହେବ ? ସେନେଇ ବିଶ୍ଵବ୍ୟାପୀ କର୍କଟ ରୋଗର ନିଦାନ ଓ ନିରାକରଣ ପାଇଁ ଚିକିତ୍ସା ବିଜ୍ଞାନକୁ ବିକଶିତ କରାଯାଉଥିବା ବେଳେ ପ୍ରତିବର୍ଷ ଫେବୃଆରୀ ୪କୁ ବିଶ୍ବ କର୍କଟ ଦିବସ ଭାବେ ପାଳନ କରାଯାଉଛି। ଏହି ଦିନ କ୍ୟାନସରକୁ ନେଇ ଅନେକ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

World Cancer Day

ତେବେ ବିଶ୍ୱ କ୍ୟାନସର ଦିବସ ଅବସରରେ ବିଏସସିଏଲ ତରଫରୁ କମଳଜିତ ଦାସଙ୍କ ଅଧକ୍ଷତାରେ ଭୁବନେଶ୍ୱର ସ୍ମାର୍ଟସିଟି ଟିମ୍ ଏବଂ ଆପୋଲୋ ହସ୍ପିଟାଲର ମିଳିତ ଅନୁକୂଲ୍ୟରେ ଏକ ମାରାଥନ ଆୟୋଜନ କରାଯାଇଥିଲା । କର୍କଟ ରୋଗ ବିରୋଧରେ ସଚେତନତା ପାଇଁ ଏହି ମାରାଥନ ଆୟୋଜିତ ହୋଇଥିଲା । ଯେଉଁଥିରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରୁ ଲୋକେ ଭାଗ ନେଇଥିଲେ।

ଏହି ମାରାଥନକୁ ନାଲକୋ ସିଏମଡି ଶ୍ରୀଧର ପାତ୍ର ଉଦଘାଟନ କରିଥିଲେ । ଆପୋଲୋ ହସ୍ପିଟାଲ ଠାରୁ ଆରମ୍ଭ ହୋଇଥିବା ଏହି ମାରାଥନ ବାଣୀବିହାର, ଆଚାର୍ଯ୍ୟବିହାର, ରାମ ମନ୍ଦିର ଦେଇ ପୁଣି ଆପୋଲୋ ଠାରେ ପହଞ୍ଚିଥିଲା । ଲୋକଙ୍କ ମଧ୍ୟରେ ସଚେତନତାର ବାର୍ତା ଦେବା ପାଇଁ ଏହି ଗଣଦୌଡ଼ ମାଧ୍ୟମ ରେ ଏହାର ମୁକାବିଲା କରିବା ପାଇଁ ଆହ୍ୱାନ ଦିଅଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡାକ୍ତର ସଞ୍ଜୟ ମିଶ୍ର, ସୁଧୀର ଏମ. ଏବଂ ଅନ୍ୟ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ମାନେ ଯୋଗ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+