ଆଜି ବିଶ୍ୱ କର୍କଟ ଦିବସ: ୨୦୫୦ ସୁଦ୍ଧା ବିଶ୍ୱରେ ୩୫ ଲକ୍ଷ ନୂଆ କର୍କଟ ରୋଗୀ ବଢିବାର ଆଶଙ୍କା
World Cancer Day 2024: ଆଜି ବିଶ୍ୱ କର୍କଟ ଦିବସ ବା World Cancer Day । ପ୍ରତିବର୍ଷ ଜନ ସେଚେତନତା ସୃଷ୍ଟି କରିବା ପାଇଁ ଫେବୃଆରୀ ୪ ତାରିଖରେ World Cancer Day ପାଳନ କରାଯାଏ । ଏହି ଦିନ ଲୋକଙ୍କୁ କ୍ୟାନସରର କାରଣ, ପ୍ରତିରୋଧ ଏବଂ ଲକ୍ଷଣ ବିଷୟରେ ସୂଚନା ଦିଆଯାଏ ଏବଂ ସଚେତନା କରାଯାଏ । ଚଳିତ ବର୍ଷର ଥିମ୍ ହେଉଛି 'କ୍ଲୋଜ୍ ଦି କେୟାର୍ ଗ୍ୟାପ୍' । ତମାଖୁଠୁ ଦୂରେଇ ରହିବା ସହ ସଚେତନ ରହିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନେକ ରାଷ୍ଟ୍ରକୁ ଲଗାତାର ସଚେତନ କରିଆସୁଛି ।
ସୂଚନା ଅନୁସାରେ, ୨୦୫୦ ସୁଦ୍ଧା ବିଶ୍ୱରେ ୩୫ ଲକ୍ଷ ନୂଆ କର୍କଟ ରୋଗୀ ବଢିବାର ଆଶଙ୍କା ରହିଛି । ସେହିପରି ଶିଶୁ କର୍କଟରେ ଜାତୀୟ ହାର ପ୍ରାୟ ୫%ଠାରୁ ରାଜ୍ୟରେ ଅଧିକ । ଦେଶରେ ପ୍ରତିବର୍ଷ ପ୍ରାୟ ୫୦ ହାଜର ନୂଆ ଶିଶୁ କର୍କଟ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

ରିପୋର୍ଟ ଅନୁସାରେ, କର୍କଟ ରୋଗ କାରଣରୁ ପ୍ରତିବର୍ଷ ପ୍ରାୟ ୧୦ ମିଲିୟନ୍ ଲୋକଙ୍କର ମୃତ୍ୟୁ ହେଉଛି । ଜୀବନ ଶୈଳୀରେ ପରିବର୍ତ୍ତନ, ନିୟମିତ ଯାଞ୍ଚ ଏବଂ ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ କରିବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗକୁ ପରାସ୍ତ କରି ହେବ । ସେହିପିରି ଆଜିକାଲି ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ, ଖାଦ୍ୟ ହେବା ଯୋଗୁଁ ରୋଗ ପ୍ରତିଶୋଧକ ଶକ୍ତି କ୍ରମଶଃ ହ୍ରାସ ପାଇବାରେ ଲାଗିଛି ଯାହା କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢିବାରେ ଏକ ବଡ଼ କାରଣ ।
କର୍କଟ ରୋଗର ପ୍ରତିରୋଧର ଉପାୟ
କୌଣସି ପ୍ରକାର ତମାଖୁ ସେବନରୁ ନିବୃତ୍ତ ରହିବା ସହ ମାଦକ ଦ୍ରବ୍ୟ ବା ନିଶା ସେବନ ନ କରିବା । ନିରାପଦ ଯୌନ ଏବଂ ପ୍ରଜନନ ଅଭ୍ୟାସ ଆପଣାଇବା । ସ୍ୱାସ୍ଥ୍ୟକର ଖାଦ୍ୟଭ୍ୟାସ ଜାରି ରଖିବା ଏବଂ ସୁସ୍ଥ ଜୀବନ ଶୈଳୀ ଆପଣେଇବା । ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ପରିବେଶ ପ୍ରଦୂଷଣକୁ ପ୍ରତିହତ କରିବା ଉଚିତ୍ ।
କର୍କଟ ଶବ୍ଦର ଉତ୍ପତ୍ତି ଗ୍ରୀକ୍ ଚିକିତ୍ସକ ହିପୋକ୍ରାଟସଙ୍କ ଦ୍ୱାରା କରାଯାଇଛି । ତାଙ୍କୁ ଚିକିତ୍ସାର ଜନକ ବୋଲି ମଧ୍ୟ କୁହାଯାଏ । ବିଶ୍ୱ କର୍କଟ ଦିବସ ପ୍ରଥମେ ୨୦୦୮ ମସିହାର ପାଳନ କରାଯାଇଥିଲା । ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି ତଥା ଏହାର ନିରାକରଣ, ଚିହ୍ନଟ ଏବଂ ଚିକିତ୍ସା ପାଇଁ ଉତ୍ସାହିତ କରିବା ପାଇଁ ଆନ୍ତର୍ଜାତୀୟ କର୍କଟ ନିୟନ୍ତ୍ରଣ କେନ୍ଦ୍ର ଦ୍ୱାରା ଏହା ପ୍ରଥମେ ପାଳନ କରାଯାଇଥିଲା ।












Click it and Unblock the Notifications