Get Updates
Get notified of breaking news, exclusive insights, and must-see stories!

ଅଦ୍ଭୁତ ଶିଶୁକୁ ଜନ୍ମ ଦେଲେ ମହିଳା

କିଏ ଭଗବାନ କହି ନମସ୍କାର କରୁଛି ,କିଏ ଏହାକୁ ଚମତ୍କାର କହୁଛି ତ ଆଉ କିଏ ଏହି କୁନି ଛୁଆଟିକୁ ଇଶ୍ୱରଙ୍କରପୁର୍ନଜନ୍ମ ବୋଲି କହୁଛି । ହେଲେ ଡାକ୍ତର ମତରେ ଏହା ଏକ ବାୟୋଲୋଜିକାଲ ଡିସଅର୍ଡର

ୟୁପି: ୟୁପି ହରଦୋଇରେ ଏକ ଛୁଆ ଜନ୍ମ ପରେ ଚର୍ଚ୍ଚାରେ ରହିଛି । କିଏ ଭଗବାନ କହି ନମସ୍କାର କରୁଛି ,କିଏ ଏହାକୁ ଚମତ୍କାର କହୁଛି ତ ଆଉ କିଏ ଏହି କୁନି ଛୁଆଟିକୁ ଇଶ୍ୱରଙ୍କର
ପୁର୍ନଜନ୍ମ ବୋଲି କହୁଛି । ହେଲେ ଡାକ୍ତର ମତରେ ଏହା ଏକ ବାୟୋଲୋଜିକାଲ ଡିସଅର୍ଡର ।

UP

ୟୁପି ହରଦୋଇର ଶାହାବାଦ ଡାକ୍ତରଖାନାରେ ଜଣେ ମହିଳା ଚାରି ହାତ ଓ ଚାରି ଗୋଡ଼ ଥିବା ଏକ ଛୁଆକୁ ଜନ୍ମ ଦେଇଛନ୍ତି । ଜନ୍ମ ପରେ, ସେଠାରେ ଉପସ୍ଥିତ ଥିବା ଡାକ୍ତର ଏବଂ ଅନ୍ୟ କର୍ମଚାରୀମାନେ ପିଲାଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏପରି ଅଦ୍ଭୁତ ଛୁଆକୁ ଦେଖିବା ପାଇଁ ଡାକ୍ତରଖାନାରେ ଲୋକଙ୍କର ଭିଡ଼ ବଢିବାରେ ଲାଗିଥିଲା ।

ତେବେ ଗତ ଶନିବାର ବିଳମ୍ବ ରାତ୍ରୀରେ ହରଦୋଇ ଜିଲ୍ଲାର ମଙ୍ଗଲିପୁର ଗାଁର ଜଣେ ମହିଳାଙ୍କ ପ୍ରସବ ପିଡା ପରେ ପରିବାର ଲୋକେ ତାଙ୍କୁ ଶାହାବାଦ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ଯେଉଁଠି ମହିଳା ଜଣକ ନରମାଲ ଡେଲିଭରି ଜରିଆରେ ଏହି ଅଦ୍ଭୁତ ଶିଶୁଟିକୁ ଜନ୍ମ ଦେଇଥିଲେ ।ଏହି ଶିଶୁ ବିଷୟରେ ଡାକ୍ତର କହିଛନ୍ତି ଯେ ଆଉ ଏକ ଶିଶୁର ଶରୀର ଏହି ଶିଶୁର ପେଟ ସହିତଜୋଡିହୋଇଯବା କାରଣରୁ ଏପରି ହୋଇଛି । ସ୍ଥାନୀୟ ଅଞ୍ଚଳରେ ଏହି ଖବର ଏବ ଚହଳ ସୃଷ୍ଟି କରିଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+