ଥରକରେ ୫ଟି ଶିଶୁଙ୍କୁ ଜନ୍ମ ଦେଲେ ୨୫ ବର୍ଷୀୟ ମହିଳା
Woman Delivers 5 Babies:ଥରକରେ ୫ଟି ଶିଶୁଙ୍କୁ ଜନ୍ମ ଦେଲେ ୨୫ ବର୍ଷୀୟ ମହିଳା
ରାଜସ୍ଥାନ: ଗୋଟିଏ କି ଦୁଇଟି ନୁହେଁ ଥରକରେ ୫ଟି ଶିଶୁଙ୍କୁ ଜନ୍ମ ଦେଲେ ୨୫ ବର୍ଷୀୟ ମହିଳା । ସାଧାରଣତଃ ଆପଣ ଦୁଇଟି ଶିଶୁଙ୍କୁ ଜନ୍ମଦେବା ଘଟଣା ଅନେକ ଥର ଶୁଣି ଥିବେ । ହେଲେ ଏବେ ୫ଟି ଶିଶୁଙ୍କୁ ଜନ୍ମ କରିବା ଭଳି ବିରଳ ଘଟଣା ଘଟିଛି ରାଜସ୍ଥାନ କରୋଲି ଅଞ୍ଚଳରେ । ଥରକରେ ୫ଟି ଶିଶୁଙ୍କୁ ଜନ୍ମ ଦେଇ ଚର୍ଚ୍ଚାରେ ୨୫ ବର୍ଷୀୟ ମହିଳା । ମହିଳା ଜଣଙ୍କ ହେଉଛନ୍ତି ରେସ୍ମା । ତାଙ୍କ ସ୍ୱାମୀ ଅସ୍କ ଅଲ୍ଲି ବ୍ୟକ୍ତି କେରଳରେ ରହି କାମ କରୁଥିଲେ ।

ଉଭୟ ୨୦୧୫ରେ ବିବାହ କରିଥିଲେ ହେଲେ ବିବାହର ୭ ବର୍ଷ ପରେ ମଧ୍ୟ କୌଣସି ସନ୍ତାନସନ୍ତତି ହେଉନଥିଲା । ଡାକ୍ତରଙ୍କ ପରାମର୍ଶ ପରେ ଖୁବ କଷ୍ଟରେ ରେସ୍ମା ମାତୃତ୍ୱଲାଭ କରିବାରେ ସଫଳ ହୋଇଥିଲେ । ରେସ୍ମା ଥରକରେ ୫ଟି ଶିଶୁଙ୍କୁ ଜନ୍ମ ଦେଇଥିଲେ ଯେଉଁଥିଲେ । ଏକରୁ ଦୁଇ ମିନିଟ୍ ବ୍ୟବଧାନରେ ୫ଶିଶୁଙ୍କର ଜନ୍ମ ହୋଇଥିଲା । ଜନ୍ମ ସମୟରେ ଶିଶୁଙ୍କ ଓଜନ ୩୦୦ ରୁ ୬୦୦ ଗ୍ରାମ ପର୍ଯ୍ୟନ୍ତ ଥିଲା । ଏଥିମଧ୍ୟରୁ ଦୁଇଟି ପୁଅ ଥିବାବେଳେ ୩ଟି ଝିଅ ଜନ୍ମ ନେଇଥିଲେ । ଯେଉଁଥି ପାଇଁ ବେଶ ଖୁସ୍ ମଧ୍ୟ ଥିଲେ ଉଭୟ ସ୍ୱାମା ସ୍ତ୍ରୀ । ୭ ମାସରେ ଜନ୍ମ ହୋଇଥିଲେ ଅର୍ଥାତ୍ ପ୍ରି-ମ୍ୟାଚୋର ବେବି ହୋଇଥିବାରୁ ସମସ୍ତ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ଦୁର୍ବଳ ଥିଲା ।ଅଧିକ ଚିକିତ୍ସା ପାଇଁ ସମସ୍ତଙ୍କୁ ଶିଶୁମାନଙ୍କୁ ଜୟପୁରସ୍ଥିତ ଜେକେ ଲନ୍ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ରାସ୍ତାରେ ହିଁ ସମସ୍ତ ଶିଶୁଙ୍କର ମୃତ୍ୟୁ ହୋଇଥିଲା ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications