ଏହି ଦିନ ହେବ ବର୍ଷର ସବୁଠୁ ବଡ଼ ରାତି, ଜାଣନ୍ତୁ କ'ଣ ରହିଛି ଏହାର ମାନ୍ୟତା
Winter Solstice: ବର୍ଷ ଶେଷ ହେବାକୁ ଯାଉଛି ଏବଂ ଆରମ୍ଭ ହୋଇଯାଇଛି ଶୀତ ଦିନ । ଏହା ଦିନ ଛୋଟ ହେବା ସହ ରାତି ବଡ଼ ହେବାରେ ଲାଗିଛି । 21 ଡିସେମ୍ବରରେ ଦିନ ଛୋଟ ହେବ ଏବଂ ରାତି ବଡ଼ ହେବ । ଏହାକୁ ଇଂରାଜୀକେ Winter Solstice ବୋଲି କୁହାଯାଏ । ଏହି ଦିନ ବର୍ଷର ସବୁଠାରୁ ଲମ୍ବା ରାତି ହେବ । ଯାହା ପ୍ରାୟ 16 ଘଣ୍ଟା ଧରି ରାତି ଏବଂ ଦିନ ମାତ୍ର 8 ଘଣ୍ଟା ପାଇଁ ରହିବ ।
ଆପଣ ଭାବୁଥିବେ ଏପରି କାହିଁକି ହୋଇଥାଏ, ତେବେ ସୂର୍ଯ୍ୟଙ୍କଠାରୁ ପୃଥିବୀର ଦୂରତା ଅଧିକ ଏବଂ ଚନ୍ଦ୍ର ଆଲୋକ ପୃଥିବୀରେ ଅଧିକ ସମୟ ପାଇଁ ପଡିଥାଏ । ଏହି ଦିନ ସୂର୍ଯ୍ୟ ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧର ଚରମ ବିନ୍ଦୁରେ ପହଞ୍ଚିଥାଏ । ସାଧାରଣ ଦିନରେ 12 ଘଣ୍ଟା ଏବଂ 12 ଘଣ୍ଟା ରାତି ହୋଇଥାଏ । 21 ଡିସେମ୍ବର ପରେ ରାତି ଛୋଟ ହୋଇଥାଏ ।

ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ତାରିଖ ରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ ଏବଂ ଏହାବର୍ଷର ସବୁଠାରୁ ବଡ଼ ରାତି ହୋଇଥାଏ ଗୋଲାର୍ଦ୍ଧରେ ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ରେ ଏହି ଦିନ ପଡିଥାଏ । ଚଳିତ ବର୍ଷ ଏହା ଡିସେମ୍ବର 21 ତାରିଖରେ ପଡୁଛି । ଚୀନ୍ର ଲୋକମାନେ ଏହି ଦିନକୁ ସକରାତ୍ମକ ବୋଲି ବିବେଚନା କରିଥାନ୍ତି । ଜ୍ୟୋତିଷଶାସ୍ତ୍ର ମାନ୍ୟତା ଅନୁସାରେ, ଏହି ସବୁ ନକରାତ୍ମକ କଥାକୁ ତ୍ୟାଗ କରିବାର ମାନ୍ୟତା ରହିଛି ।
ସେହିଭଳି ଚୀନ୍ ଏବଂ ଅନ୍ୟ ପୂର୍ବ ଏସୀୟ ଦେଶମାନଙ୍କରେ ବୌଦ୍ଧ ଧର୍ମ ସମ୍ପ୍ରଦାୟର ଲୋକମାନେ ଏହି ଦିନକୁ ସମୃଦ୍ଧିର ଦିନ ବୋଲି ବିବେଚନା କରାଯାଏ । ଶୀତଳ ସଲଷ୍ଟାଇସ୍ ସମ୍ବନ୍ଧରେ ବିଭିନ୍ନ ଦେଶରେ ଭିନ୍ନ ବିଶ୍ୱାସ ରହିଛି । ଅଧିକାଂଶ ଦେଶରେ ଏହି ଦିନ ସହିତ ଜଡିତ କେତେକ ଧାର୍ମିକ ରୀତିନୀତି ରହିଛି ।












Click it and Unblock the Notifications