ଶୀତ ଦିନରେ ଏପରି ନିଅନ୍ତୁ ତ୍ୱଚାର ଯତ୍ନ, ଦୂର ହେବ ପିମ୍ପଲ ସମସ୍ୟା
Winter Skin Care: ତ୍ୱଚାରେ ବ୍ରଣ ହେବାର ମୁଖ୍ୟ କାରଣ ହରମୋନାଲ ଚେଞ୍ଜେସ୍ । ହରମୋନାଲ ସନ୍ତୁଳନ ବିଗିଡିବା କରାଣରୁ ଆଣ୍ତୋଜେନ୍ ନାମକ ହରମୋନ୍ କମିଯାଇଥାଏ । ଯାହା ଫଳରେ ତ୍ୱଚାରେ ଅଧିକ ତେଲ ଜମା ହୋଇ ବ୍ରଣ ସୃଷ୍ଟି ହୋଇଥାଏ । ସେହିପରି ଖାଦ୍ୟପେୟରେ ଅନିୟମିତତା, ପ୍ରଦୂଷଣ ପାଇଁ ମଧ୍ୟ ତ୍ୱଚାରେ ଏହି ସମସ୍ୟା ଦେଖିବା ପାଇଁ ମିଳିଥାଏ । ବ୍ରଣରେ ହାତ ମାରିଲେ ଏହା ଅଧିକ ବଢିଯାଏ । ସେହି ସ୍ଥାନରେ ଦାଗ ମଧ୍ୟ ରହିଯାଏ । ତେଣୁ ବ୍ରଣରେ ହାତ ମାରନ୍ତୁ ନାହିଁ ।
ମୁହଁରେ ଅଧିକ ମେକଅପ୍ ଲାଗାଇବା ଦ୍ୱାରା ବ୍ରଣ ବାହାରିଥାଏ । ଯଦି ଆପଣ ତ୍ୱଚାରେ ମେକଅପ୍ ଲଗାଉଛନ୍ତି ତେବେ ଶୋଇବା ପୂର୍ବରୁ ଭଲ କରି ମୁହଁ ଧୋଇ ବା ମେକ ଅପ୍ ଛଡାଇ ନିଅନ୍ତୁ । ନଡିଆ ତେଲ, ଗୋଲାପ ଜଳ ଆଦି ବ୍ୟବହାର କରି ମେକଅପ୍ ଛଡାଇପାରିବେ । .ବ୍ରଣ ଦୁର କରିବା ପାଇଁ ଅଯଥାରେ କୌଣସି କ୍ରିମ୍ ବ୍ୟବହାର କରନ୍ତୁ ନାହିଁ ।
ଫାଷ୍ଟଫୁଡ୍ ବା ଜଙ୍କଫୁଡଠାରୁ ଦୂରରେ ରୁହନ୍ତୁ ।

ପ୍ରତ୍ୟକ ଦିନ ୭ ରୁ ୮ ଘଣ୍ଟା ଶୋଇବା ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ସେହିପରି ମାନସିକ ଚାପରୁ ମଧ୍ୟ ଦୂରେଇ ରୁହନ୍ତି ।
ବାହାରକୁ ଯିବା ସମୟରେ ହେଉ କିମ୍ବା ଘରେ ରହିବା ବେଳେ ମଧ୍ୟ ତ୍ୱଚାରେ ସନସ୍କ୍ରିନ୍ ଲଗାଇବା ପାଇଁ ଭୁଲନ୍ତୁ ନାହିଁ । ଏହାଛଡା ଆପଣ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇ ପାରିବେ ।












Click it and Unblock the Notifications