ବନ୍ଦ ହୋଇଯିବ କି ପେଟିଏମ୍ UPI ସର୍ଭିସ୍ : ଏନେଇ ସୂଚନା ଦେଲା କମ୍ପାନୀ
Paytm UPI Service: ସୋମବାର ପେଟିଏମ୍ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଏହାର ୟୁପିଆଇ ସେବା ସାଧାରଣ ଭାବରେ କାର୍ଯ୍ୟ କରିବ କାରଣ କମ୍ପାନୀ ଏହାକୁ ଚଳାଇବା ପାଇଁ ଅନ୍ୟ ବ୍ୟାଙ୍କ ସହ କାର୍ଯ୍ୟ ଜାରି ରଖିଛି । ପେଟିଏମ୍ ୟୁପିଆଇ ସେବା ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଅଧୀନରେ ରହିଛି । ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଫେବୃଆରୀ 29 ପରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ସେବାକୁ ରୋକିବା ପାଇଁ ଆଦେଶ ଜାରି କରିଥିଲା ଯାହା ଆଗାମୀ ୨୯ ଫେବୃୟାରୀରୁ ଲାଗୁ କରାଯିବ ।
UPI ସେବା ଜାରି ରହିବ- ପେଟିଏମ୍ ମୁଖପାତ୍ର
ପେଟିଏମ୍ ମୁଖପାତ୍ର କହିଛନ୍ତି, "ପେଟିଏମରେ UPI ସ୍ୱାଭାବିକ ଭାବେ କାମ କରିବ । ଗ୍ରାହକଙ୍କୁ ଯେପରି କୌଣସି ଅସୁବିଧା ନହୁଏ ବା ବିନା କୌଣସି ସମସ୍ୟାରେ ଯେପରି ପେଟିଏମ UPI ସର୍ଭିସ ଜାରି ରହିବ ସେଥି ପାଇଁ ଆମେ ଅନ୍ୟ ବ୍ୟାଙ୍କ ସହ କମା କରୁଛୁ । ପେଟିଏମ୍ ଆପ୍ ବ୍ୟବହାରକାରୀ ଏବଂ ଗ୍ରାହକଙ୍କୁ କିଛି ଏଥିପାଇଁ କିଛି କରିବା ପାଇଁ ପଡିବ ନାହିଁ ।

ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଅନୁଯାୟୀ, ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍ (ପିପିବିଏଲ୍) ଡିସେମ୍ବରରେ ବ୍ୟାଙ୍କଗୁଡିକ ମଧ୍ୟରେ UPI ହିତାଧିକାରୀ ଥିଲା। ଡିସେମ୍ବର ମାସରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଆପରେ ଗ୍ରାହକମାନେ 16,569.49 କୋଟି ଟଙ୍କା ମୂଲ୍ୟର 144.25 କୋଟି କାରବାର କରିଥିଲେ, ଯାହା ଏହି ବିଭାଗରେ ସର୍ବାଧିକ ବ୍ୟବସାୟ ।
ପେଟିଏମର ଭାରତ ବିଲ୍ ପେମେଣ୍ଟ ଅପରେଟିଂ ୟୁନିଟ୍ (BBPOU) ବ୍ୟବସାୟ ମଧ୍ୟ PPBL ଅଧୀନରେ ରହିଛି । ଏହି ସେବା ବିଦ୍ୟୁତ୍, ଜଳ, ବିଦ୍ୟାଳୟ ଏବଂ କଲେଜ ଫି ପରି ବିଲ୍ ଦେବାର ସାହାଯ୍ୟ କରେ । ପେଟିଏମ୍ ମୁଖପାତ୍ର କହିଛନ୍ତି ଯେ, ପେଟିଏମ୍ ଉପଭୋକ୍ତାମାନେ ପୂର୍ବପରି ସମସ୍ତ ବିଲ୍ ପେମେଣ୍ଟ ଏବଂ ରିଚାର୍ଜ ପାଇଁ ଆପ୍ ବ୍ୟବହାର କରିପାରିବେ। ପେଟିଏମ୍ ବିଭିନ୍ନ ଦେୟ ପ୍ରଦାନ ଜାରି ରଖିବ।
ଜାନୁଆରୀ 31ରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍ କୁ 29 ଫେବୃଆରୀ 2024 ପରେ ଗ୍ରାହୟକ ନୂଆ ଆକାଉଣ୍ଟ ଖୋଲିପାରିବେ ନାହିଁ ବୋଲି ସୂଚନା ଜାରି କରିଥିଲେ ସେହିପରି ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ନୂଆ ଗ୍ରାହକ ଯୋଡି ପାରିବନି କିମ୍ବା କୌଣସି ବି ଗ୍ରାହକ ଖାତା, ୱାଲେଟ୍ ଏବଂ ଫାଷ୍ଟ୍ୟାଗରେ ଡିପୋଜିଟ କରିପାରିବେ ନାହିଁ । ଏହା ପରେ ପେଟିଏମର ଷ୍ଟକରେ ଲଗାତର ହ୍ରାସ ପାଉଥିବାର ଦେଖିବାକୁ ମିଳିଛି ।












Click it and Unblock the Notifications