ଜାଣନ୍ତୁ ମାର୍ଚ୍ଚ ୧୫ ପରେ ମଧ୍ୟ ପେଟିଏମ୍ FASTag କାମ କରିବ କି? ଜାରି ରହିବ UPI
RBI on Paytm Bank: ପେଟିଏମକୁ ନେଇ ଚିନ୍ତାରେ ଜନସାଧାରଣ । ସମସ୍ତ ପେଟିଏମ୍ ୟୁଜର୍ ଜାଣିବା ପାଇଁ ଚାହୁଁଛନ୍ତି ଯେ. କେଉଁ ତାରିଖ ପର୍ଯ୍ୟନ୍ତ ପେଟିଏମ୍ ଫାସଟ୍ୟାଗ୍ କାମ କରିବ । ତେବେ ଯଦି ବନ୍ଦ ହେଉଛି ଏହାକ ପରବର୍ତ୍ତି ପଦକ୍ଷେପ କ'ଣ ହେବ । ଏହାରି ମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍ (ପିବିବିଏଲ୍) ର ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି ସୂଚନା ଦେଇଛି ।

ଆରବିଆଇର ଯେ କୌଣସି କଷ୍ଟମର୍ ଆକାଉଣ୍ଟ, ପ୍ରିପେଡ୍ ଉପକରଣ, ୱାଲେଟ୍, ଯେକୌଣସି କ୍ରେଡିଟ୍, ଯେକୌଣସି ଟପ୍ ଅପ୍, FASTags ଇତ୍ୟାଦିରେ ଜମା କିମ୍ବା ଟପ୍ ଅପ୍ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ହେଲେ ସୁଧ, କ୍ୟାସବ୍ୟାକ୍ ଗ୍ରାହକଙ୍କୁ ଯେକୌସି ସମୟରେ ମଧ୍ୟ ଫେରସ୍ତ କରାଯାଇପାରିବ । ବର୍ତ୍ତମାନ ଗ୍ରାହକଙ୍କ ଅସୁବିଧାକୁ ନଜରରେ ରଖି ଆରବିଆଇ ସମୟସୀମାକୁ 15 ମାର୍ଚ୍ଚ 2024 ପର୍ଯ୍ୟନ୍ତ ବୃଦ୍ଧି କରିଛି ।
ବର୍ତ୍ତମାନ ପେଟିଏମ୍ Paytm ନୋଡାଲ୍ ଆକାଉଣ୍ଟକୁ PBBL ରୁ ଆକ୍ସିସ୍ ବ୍ୟାଙ୍କକୁ ସ୍ଥାନାନ୍ତର କରିବାକୁ ଏକ ବ୍ୟବସ୍ଥା କରିଛି। 16 ଫେବୃଆରୀ 2024ରେ ଏକ ଷ୍ଟକ୍ ଏକ୍ସଚେଞ୍ଜ ଦାଖଲରେ ପେଟିଏମ୍ ସ୍ପଷ୍ଟ କରିଛି ଯେ ସେମାନେ ଏକ ଏସ୍କ୍ରୋ ଆକାଉଣ୍ଟ୍ ଖୋଲି ନୋଡାଲ୍ ଆକାଉଣ୍ଟକୁ ଆକ୍ସିସ୍ ବ୍ୟାଙ୍କକୁ ସ୍ଥାନାନ୍ତର କରିଛନ୍ତି।
ଏହି ବ୍ୟବସ୍ଥା ପେଟିଏମ୍ QR, ସାଉଣ୍ଡବକ୍ସ ଏବଂ କାର୍ଡ ମେସିନ୍ ମାର୍ଚ୍ଚ 15 ର ଆରବିଆଇ ନିର୍ଦ୍ଦେଶିତ ସମୟସୀମା ବାହାରେ କାର୍ଯ୍ୟ କରିବାରେ ସାହାଯ୍ୟ କରିବ । ଏକ ଷ୍ଟକ୍ ଏକ୍ସଚେଞ୍ଜ ଦାଖଲରେ ପେଟିଏମ୍ କହିଛି ଯେ, ଏହି ପଦକ୍ଷେପ ଆମକୁ ପୂର୍ବ ପରି ନିରବଚ୍ଛିନ୍ନ ବ୍ୟବପାର କରିବାପାଇଁ ସାହାଯ୍ୟ କରିବ । One97 କମ୍ୟୁନିକେସନ୍ ଲିମିଟେଡ୍ (OCL) ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ସହିତ ବ୍ୟବହାର କରୁଥିବା ନୋଡାଲ ଆକାଉଣ୍ଟକୁ ନିରବଚ୍ଛିନ୍ନ ଭାବରେ ବଦଳାଇବ ବୋଲି ଆଶା କରାଯାଉଛି ।
ବର୍ତ୍ତମାନ Paytm FASTag କାମ କରୁଛି କି ?
ଗ୍ରାହକଙ୍କୁ ସେଭିଂ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ, ପ୍ରେପେଡ୍ ବାଲାନ୍ସ, FASTag ଏବଂ ନ୍ୟାସନାଲ୍ ମୋବିଲିଟି କାର୍ଡ ସହ ଅନ୍ୟ ଆକାଉଣ୍ଟରୁ ବକେୟା ରାଶି ବ୍ୟବହାର କରିପାରିବେ । ତେବେ ପେଟିଏମ୍ ଫାସଟ୍ୟାଗ୍ ବ୍ୟବହାରକାରୀଙ୍କୁ ବାଲାନ୍ସ ବ୍ୟବହାର କରିବା ପାଇଁ RBI ପକ୍ଷରୁ ଅନୁମତି ରହିଛି । ହେଲେ ମାର୍ଚ୍ଚ 15 ତାରିଖ ପରେ ୱାଲେଟରୁ ଅଧିକ ଟଙ୍କା ପଠାଇ ପାରିବେ ନାହିଁ ।
15 ମାର୍ଚ୍ଚ 2024 ସୁଦ୍ଧା ବାଲାନ୍ସ ସହ ପେଟିଏମ୍ ଫାସଟ୍ୟାଗ୍ ବ୍ୟବହାର କରାଯାଇପାରିବ । ଏବଂ ବାଲାନ୍ସ ଶେଷ ନ ହେବା ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ ।












Click it and Unblock the Notifications