Get Updates
Get notified of breaking news, exclusive insights, and must-see stories!

ପୃଥିବୀ ଆଡକୁ ମାଡ଼ି ଆସୁଛି ଆଷ୍ଟ୍ରଏଡ, ସତର୍କ କରାଇଲା ନାସା

Asteroid: ପୃଥିବୀ ଆଡକୁ ମାଡ଼ି ଆସୁଛି ବିପଦ । ନାସାର ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀ (ଜେପିଏଲ୍)ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଏକ ବିଶାଳ ଆଷ୍ଟ୍ରଏଡ ଘଣ୍ଟା ପ୍ରତି ପ୍ରାୟ 45,387 କିଲୋମିଟର ବେଗରେ ପୃଥିବୀ ଆଡକୁ ଗତି କରୁଛି। ଏହି ଗ୍ରହର ଗତି ଘଣ୍ଟା ପ୍ରତି 45,387 କିଲୋମିଟର ଅଟେ । ସ୍ପେସ୍ ଏଜେନ୍ସି ଦ୍ୱାରା ସତର୍କ ସୂଚନା ଜାରି କରାଯାଇଛି । ଗତ କିଛି ଦିନ ହେଲା ଏହା ଉପରେ ନଜର ରଖାଯାଇଥିଲା ଏହା ଖୁବ୍ ବଡ଼ ବୋଲି ସୂଚନା ରହିଛି ।

ସ୍ପେସ୍ ଏଜେନ୍ସି ନାସା ଅନୁଯାୟୀ, ସୋମବାର ଅର୍ଥାତ୍ 4 ମାର୍ଚ୍ଚ 2024ରେ ଏହା ପୃଥିବୀଠାରୁ ପ୍ରାୟ 52 ଲକ୍ଷ କିଲୋମିଟର ଦୂରରେ ଦେଇ ଗତି କରିବାର ସମ୍ଭାବନା ରହିଛି । ସ୍ପେସ୍ ଏଜେନ୍ସି ଏହାର ନାମ ଆଷ୍ଟ୍ରଏଡ 2024 EA ରଖିଛି । ମହାକାଶ ବୈଜ୍ଞାନିକଙ୍କ ଅନୁଯାୟୀ ଏହି ଗ୍ରହ ପୃଥିବୀଠାରୁ ପ୍ରାୟ 52 ଲକ୍ଷ କିଲୋମିଟର ଦୂରରେ ଗତି କରୁଛି।

Asteroid

ନାସା ସୂଚନା ଅନୁସାରେ, ବର୍ତ୍ତମାନ ଆଷ୍ଟ୍ରଏଡ 2024 EA ଅନ୍ୟ ଦିଗରେ ଗତି କରୁଛି । କିନ୍ତୁ ଯଦି କୌଣସି ପ୍ରଭାବ ହେତୁ ଏହା ଦିଗରୁ ବିଚ୍ୟୁତ ହୋଇ ପୃଥିବୀର ମାଧ୍ୟାକର୍ଷଣର ପ୍ରଭାବରେ ଆସେ, ତେବେ ବିପଦ ସୃଷ୍ଟି ହୋଇପାରେ । ନାସାର ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀ ଅନୁଯାୟୀ, ଆଷ୍ଟ୍ରଏଡ 2024 EA ଆଷ୍ଟ୍ରଏଡ୍ ଆପୋଲୋ ଗୋଷ୍ଠୀର ଅଟେ ।

ଏହି ଆଷ୍ଟ୍ରଏଡ ଖୁବ୍ ବଡ଼ । ଏହାର ମୋଟେଇ ପ୍ରାୟ 754 ଫୁଟ । ମହାକାଶ ବୌଜ୍ଞାନିକଙ୍କ ଅନୁଯାୟୀ ଯଦି ଆଷ୍ଟ୍ରଏଡ 2024 EA ନିଜ ଦିଗ ପରିବର୍ତ୍ତନ କରେ ନିଜ କକ୍ଷ ପରିବର୍ତ୍ତନ କପେ ତେବେ ପୃଥିବୀ ସହ ମାଡ଼ ହୋଇ ବହୁ କ୍ଷତି ଘଟାଇପାରେ । ଜୀବ ସତ୍ତା ପାଇଁ ଏହା ଖୁବ ବଡ଼ ବିପର୍ଯ୍ୟ ଆଣିପାରେ । ବର୍ତ୍ତମାନ ଏହା ସୁରକ୍ଷିତ ଦୂରତାରେ ଥିବାରୁ ପୃଥିବୀ ପ୍ରତି କୌଣସି ବିପଦ ନାହିଁ ବୋଲି ବୈଜ୍ଞାନିକ ମାନେ ସୂଚନା ଦେଇଛନ୍ତି ।

ନିକଟରେ ଏକ ଆଷ୍ଟ୍ରଏଡ ଆକାରର ଧୂମକେତୁ ପୃଥିବୀର ଅତି ନିକଟରୁ ଗତି କରିଥିଲା । ନାସାର ଶକ୍ତିଶାଳୀ ରାଡାର ସିଷ୍ଟମ ମାଧ୍ୟମରେ ଏହା ଅନୁସନ୍ଧାନ କରାଯାଇଥିଲା । ଏହା ଥିଲା Asteroid 2008 OS7, ଯାହାକି ଫେବୃଆରୀ 2 ରେ 29 ଲକ୍ଷ କିଲୋମିଟର ଦୂରତାରେ ପୃଥିବୀ ନିକଟରୁ ଗତି କରିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+