ଗଣେଶଙ୍କ ପୂଜାରେ କାହିଁକି ବ୍ୟବହାର ହୁଏ ନାହିଁ ତୁଳସୀ
Ganesh Chaturthi 2022: ଗଣେଶଙ୍କ ପୂଜାରେ କାହିଁକି ବ୍ୟବହାର ହୁଏ ନାହିଁ ତୁଳସୀ
ଭୁବନେଶ୍ୱର: ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ରୂପେ ପାଳନ କରାଯାଇଥାଏ । ଚଳିତ ବର୍ଷ ଅଗଷ୍ଟ ୩୧ ତାରିଖ ଦିନ ଦେଶର ପ୍ରତ୍ୟକ ସ୍ଥାନରେ ପାଳନା କରାଯିବ ଗଣେଶ ପୂଜା । ଗଣପତିଙ୍କର ପୂଜା ୧୦ଦିନ ପର୍ଯ୍ୟନ୍ତ ପାଳନ କରାଯାଏ । ବିଶ୍ୱାସ ରହିଛି ଯେ ଭକ୍ତି ସହିତ ପୂଜା କରିବା ଦ୍ୱାରା ବିଘ୍ନବିନାଶକ ଆପଣଙ୍କର ସମସ୍ତ ଅସୁବିଧା ଦୂର କରିଥାନ୍ତି ।

ଆମେ ସମସ୍ତେ ଏହା ଜାଣୁ ଯେ ଗଣେଶଙ୍କ ପୂଜାରେ କେଉଁ ଜିନିଷ ଅର୍ପଣ କରାଯିବା ଉଚିତ ଏବଂ କେଉଁ ସାମଗ୍ରୀର ବ୍ୟବହାର କରିବା ଅନୁଚିତ । ଗଣେଶଙ୍କ ପୂଜାରେ ତୁଳସୀ ବ୍ୟବହାର କରାଯିବା ଉଚିତ ନୁହେଁ । କିନ୍ତୁ ଏହା ପଛରେ ଥିବା କାହାଣୀ ବିଷୟରେ ଆପଣ ଜାଣନ୍ତି କି ? ଯଦି ନୁହେଁ, ତେବେ ତୁଲସୀ କାହିଁକି ବ୍ୟବହାର କରାଯାଏ ନାହିଁ ଆମେ ଆଜି ଆପଣଙ୍କୁ ଜଣାଇବୁ ।

ପୌରାଣିକ କିମ୍ୱଦନ୍ତୀ ଅନୁସାରେ ଏକଦା ଗଣେଶ ସମୁଦ୍ର କୂଳରେ ବସି ଧ୍ୟାନ କରୁଥିଲେ । ସେହି ସମୟରେ ଦେବୀ ତୁଳସୀ ସେହିବାଟ ଦେଇ ଯାଉଥିଲେ । ଗଣେଶ ବେକରେ ଚନ୍ଦନ ମାଳ ,ଅନ୍ୟାନ୍ୟ ରତ୍ନର ହାର ପିନ୍ଧି ତପସ୍ୟା କରୁଥିଲେ । ମା ତୁଳସୀଙ୍କୁ ବିଘ୍ନବିନାଶକଙ୍କର ଏହି ରୂପ ବିମୋହିତ କରିଥିଲା । ସେ ଗଣେଶଙ୍କୁ ଦେଖି ଆକର୍ଷିତ ହୋଇଥିଲେ । ତା'ପରେ ମା' ତୁଲସୀ ଗଣେଶଙ୍କୁ ଉଠାଇ ବିବାହ ପ୍ରସ୍ତାବ ଦେଇଥିଲେ । ହେଲେ ତାଙ୍କ ତପସ୍ୟା ଭଙ୍ଗ କରିଥିବାରୁ ଗଣେଶ ବିଷଣ ରାଗି ଯାଇଥିଲେ ଓ ତୁଳସୀଙ୍କ ପ୍ରସ୍ତାବରେ ରାଜି ହୋଇ ନଥିଲେ । ତାଙ୍କୁ ବିବାହ କରିବା ପାଇଁ ମଧ୍ୟ ମନା କରିଦେଇଥିଲେ ।

ସେପଟେ ତୁଳସୀ ମଧ୍ୟ କ୍ରୋଧରେ ଗଣେଶଙ୍କୁ ଅଭିଶାପ ଦେଇଥିଲେ ଯେ ତୁମେ ଦୁଇଟି ବିବାହ କରିବ । ଏହି ସମୟରେ ଭଗବାନ ଗଣେଶ କ୍ରୋଧିତ ହୋଇ ତୁଲସୀଙ୍କୁ ରାକ୍ଷସ ସହ ବିବାହ କରିବାକୁ ଅଭିଶାପ ଦେଇଥିଲେ । ଏହା ଶୁଣି ତୁଲସୀ କ୍ଷମା ମାଗିବାକୁ ଲାଗିଥିଲେ । ସେତେବେଳେ ଗଣେଶ କହିଥିଲେ ତୁମେ କଳିଯୁଗରେ ତୁଳସୀର ବ୍ୟବହାର କଲେ ମନୁଷ୍ୟକୁ ମୌକ୍ଷ ପ୍ରାପ୍ତି ହେବ । ହେଲେ ମୋ ପୂଜାରେ କେବେ ତୁମର ଅର୍ଥାତ୍ ଗଣେଶଙ୍କ ପୂଜାରେ କେବେ ତୁଳସୀର ବ୍ୟବହାର ହେବ ନାହିଁ । ସେଥିପାଇଁ ଗଣେଶଙ୍କ ପୂଜାରେ ତୁଳସୀ ବ୍ୟବହାର ହୁଏ ନାହିଁ। ହିନ୍ଦୁ ଧର୍ମରେ ସବୁଠାରୁ ଅଧିକ ପବିତ୍ର ତୁଳସୀ ଗଛକୁ ମାନା ଯାଏ । ସେହିପରି ଜନ୍ମାଷ୍ଟମୀ ଦିନ ତୁଲସୀ ପତ୍ର ବିନା ଭଗବାନ କୃଷ୍ଣଙ୍କର କୌଣସି ଭୋଗ ରଖାଯାଏ ନାହିଁ । ତୁଲସୀ ପତ୍ରକୁ କୃଷ୍ଣଙ୍କ ପୂଜାରେ ରଖିବା ଆବଶ୍ୟକ।

ତେବେ ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଇଥାଏ ଗଣେଶ ଚତୁର୍ଥୀ । ଚଳିତ ବର୍ଷ ଗଣେଶ ଚତୁର୍ଥୀ ୩୧ ଅଗଷ୍ଟ ବୁଧବାରଦିନ ପଡୁଛି । ବିଶେଷ କଥା ହେଉଛି ଭଗବାନ ଗଣେଶ ବୁଧବାରର ଦେବତା । ବୁଧବାର ଗଣେଶ ପୂଜାର ବିଶେଷ ମହତ୍ତ୍ୱ ରହିଛି । ଏଭଳି ସ୍ଥିତିରେ ଚଳିବ ବର୍ଷ ବୁଧବାର ଗଣେଶ ଚତୁର୍ଥୀ ପଡିବା ଏକ ଶୁଭ ସଙ୍କେତ ବୋଲି କୁହାଯାଉଛି ।













Click it and Unblock the Notifications