ମଣିଷର ହୃଦୟ କାହିଁକି ଭାଙ୍ଗେ ? କ'ଣ ରହିଛି କାରଣ ? ଯୁବକଙ୍କ କ୍ଷେତ୍ରରେ ହୃଦୟ ଭାଙ୍ଗିବା ଅଧିକ କାହିଁକି ?
କାହିଁକି ଭାଙ୍ଗେ ହୃଦୟ ? ମଣିଷର ହୃଦୟ କାହିଁକି ଭାଙ୍ଗେ ? ଆଉ ଏମିତି ପରିସ୍ଥିତି ଆସେ ଜଣେ ଆତ୍ମହତ୍ୟା କରେ । ତେବେ ଚାଲନ୍ତୁ ଜାଣିବା ଏହା ପଛରେ କଣ ରହିଛି କାରଣ ?
ଟିକେ କଷ୍ଟ ଲାଗିଲେ ଆମେ କହୁ ମନଦୁଃଖ ହୋଇଛି । ଆଉ ଟିକେ ଅଧିକ କଷ୍ଟ ହେଲେ କହୁ, ଆମର ହୃଦୟ ଭାଙ୍ଗିଗଲା । ଏହି ଦୁଃଖଦ ଖବର ଆମ ହୃଦୟ ଉପରେ ପକାଇଥାଏ । ତେବେ ଏହାକୁ ମେଡିକାଲ ଭାଷାରେ କୁହାଯାଏ କିବ୍ରୋକେନ ହାର୍ଟ ସିଣ୍ଡ୍ରୋମ । ଏହି ସିଣ୍ଡ୍ରୋମ କୌଣସି ମଧ୍ୟ ବୟସରେ ଆସିଥାଏ । ତେବେ ଏହା ଏକ ରୋଗ ବୋଲି କହିପାରିବା ।
୧୯୯୦ ମସିହାରେ ପ୍ରଥମେ ଏହି 'ବ୍ରୋକେନ ହାର୍ଟ ସିଣ୍ଡ୍ରୋମ' ଜାପାନରେ ଚିହ୍ନଟ ହୋଇଥିଲା । ଯେତେବେଳେ ଆମେ ଅତ୍ୟନ୍ତ ଦୁଃଖ ଖବର ପାଇଥାଉ ସେତେବେଳେ ଆମର ହୃଦୟ ଭାଙ୍ଗିଯାଏ । ତେବେ ଗମ୍ଭୀର ଚାପ, ନିଜ ଲୋକଙ୍କ ମୃତ୍ୟୁ, ଧୋକା ଓ ଆର୍ଥିକ ଚିନ୍ତା ଗଭୀରଭାବେ ଦୁର୍ଘଟଣା ହେବା କାରଣରୁ ହୃଦୟ ଭାଙ୍ଗିଥାଏ ।

ତେବେ ଯୁବକଙ୍କ କ୍ଷେତ୍ରରେ ହୃଦୟ ଭାଙ୍ଗିବା ଅଧିକ ଦେଖାଯାଇଥାଏ । ଏହା ପଛର ମୁଖ୍ୟ କାରଣ ହେଉଛି ଯୁବକମାନେ ଅଧିକ ଚାପରେ ରହିଥାନ୍ତି । ଇମୋସନାଲି ଯୁବକ ଏବଂ ଯୁବତୀମାନେ ରହୁଥିବାବେଳେ ଚାପ ପଡ଼ିବାରୁ ହୃଦୟ ଭାଙ୍ଗି ଯାଇଥାଏ । ଏହି ସିଣ୍ଡ୍ରୋମ ଦ୍ବାରା ହୃଦୟ ଦୁର୍ବଳ ହୋଇଯାଏ, ହାର୍ଟର ଫଙ୍କସନ ଠିକଭାବେ ହୋଇନଥାଏ , ହାର୍ଟ ବ୍ଲାଷ୍ଟ ଏବଂ ଫେଲ ହେବାର ସମ୍ଭାବନା ରହିଥାଏ ।
କେତେକ ସମୟରେ ଏଭଳି କାରଣରୁ ମୃତ୍ୟୁ ମଧ୍ୟ ହୋଇଥାଏ । ଏଣୁ ହାର୍ଟ ସ୍ପେଶାଲିଷ୍ଟ ମାନେ କହିଛନ୍ତି କି, ସବୁବେଳେ ଚିନ୍ତାମୁକ୍ତ ରହିବା ଉଚିତ । ଯାହାଦ୍ବାରା ଶରୀର ସୁସ୍ଥ ରହିଥାଏ ।












Click it and Unblock the Notifications