ମୋବାଇଲ୍ ବିସ୍ଫୋରଣରେ ୮ ମାସ ଶିଶୁ କନ୍ୟାର ମୃତ୍ୟୁ
ମୋବାଇଲ୍ ବିସ୍ଫୋରଣରେ ଝିଅର ମୃତ୍ୟୁ.
ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇସାରିଛି । କଲ୍ କରିବା, ମେଲ୍ ପଠାଇବା, ଡିଜିଟାଲ୍ ପେମେଣ୍ଟ କରିବା ପ୍ରାୟ ସବୁ କ୍ଷେତ୍ରରେ ଆମେ ବର୍ତ୍ତମାନ ଆମର ସ୍ମାର୍ଟଫୋନ୍ ଉପରେ ନିର୍ଭରଶୀଳ । ଏପରିକି ଖାଇବା ସମୟରେ, ଚାଲିବା ସମୟରେ, ୱାସରୁମ୍ ଯିବା ସମୟରେ ମଧ୍ୟ ଅନେକ ଲୋକ ମୋବାଇଲର ବ୍ୟବହାର କରିଥାନ୍ତି । ଶୋଇବା ସମୟରେ ମଧ୍ୟ ଅନେକ ତକିଆ ତଳେ ଫୋନ୍ ରଖି ଶୋଇଥାନ୍ତି । ଏହି ଅଭ୍ୟାସା ଆପଣଙ୍କ ଉପରେ ଭାରି ପଡିପାରେ । ଜାଣନ୍ତୁ କାହିଁକି ।
MD Talk YT ନାମକ ଜଣେ ୟୁଟ୍ୟୁବର୍ ଟୁଇଟ୍ କରି ସୂଚନା ଦେଇଛନ୍ତି ଯେ, ତାଙ୍କ ମାଉସୀ ଶୋଇବା ସୟରେ, ଫୋନକୁ ନିଜ ମୁହଁ ପାଖରେ, ତକିଆ ଉପରେ ରଖି ଶୋଇଥିଲେ । ହଠାତ୍ ତାଙ୍କର Xiaomi Redmi 6A ଫୋନ୍ ବିସ୍ଫୋରଣ ହୋଇଥିଲା ଯାହା ଫଳରେ ମହିଳା ଜଣଙ୍କର ମୃତ୍ୟୁ ହୋଇଥିଲା । ସେ ଏହା ମଧ୍ୟ ଲେଖିଛନ୍ତି ଯେ ଏହା ତାଙ୍କ ପାଇଁ ଏକ ଖରାପ ସମୟ । ଏହି ମାମଲା ଦିଲ୍ଲୀ- NCRର ବୋଲି ସୂଚନା ରହିଛି ।

ସେହିପରି ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଚାର୍ଜିଂ ମୋଡରେ ରଖାଯାଇଥିବା ମୋବାଇଲ୍ ଫୋନର ବ୍ୟାଟେରି ହଠାତ୍ ବିସ୍ଫୋରଣ ହେବା ପରେ ଆଠ ମାସ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ଝିଅକୁ ଗୁରୁତର ଅବସ୍ଥାରେ ପରିବାର ପକ୍ଷରୁ ଡାକ୍ତରଖାନାରେ ଭର୍ତି କରଯାଇଥିଲା, ସେଠାରେ ଚିକିତ୍ସା ସମୟରେ ତାର ମୃତ୍ୟୁ ହୋଇଥିଲା । ପୋଲିସ୍ ସୂଚାନ ଅନୁସାରେ ମାତ୍ର ୬ ମାସ ପୂର୍ବରୁ ଏହି ଫୋନ୍ କିଣାଯାଇଥିଲା ।

ମୋବାଇଲ୍ କିମ୍ବା ସ୍ମାର୍ଟଫୋନ୍ କାହିଁକି ବିସ୍ଫୋରଣ ହୁଏ ?
ବ୍ୟାଟେରୀ ପାଇଁ ଅଧିକାଂଶ ମୋବାଇଲ୍ ବିସ୍ଫୋରଣ ହୁଏ । ବ୍ୟାଟେରୀ ବିସ୍ଫୋରଣର ସବୁଠାରୁ ବଡ଼ କାରଣ ହେଉଛି ହିଟ୍ ବା ଉତ୍ତାପ । ବାସ୍ତବରେ, ଯଦି କୌଣସି କାରଣରୁ ମଧ୍ୟ ବ୍ୟାଟେରୀର ତାପମାତ୍ରା ବଢିଥାଏ ଏବଂ ବ୍ୟାଟେରୀ ଅତ୍ୟଧିକ ଗରମ ହୁଏ, ତେବେ ଫୋନ୍ ବିସ୍ଫୋରଣ ହେବାର ସମ୍ଭାବନା ଅଧିକ ଥାଏ କେତେକ ଫୋନରେ ବ୍ୟାଟେରୀ ଥଣ୍ତା କରିବାର ବ୍ୟବସ୍ତା ଥାଏ ହେଲେ ଏହି ସୁବିଧା ସମସ୍ତ ଫୋନରେ ନଥାଏ ।

ବ୍ୟାଟେରୀ ପାଇଁ ମୋବାଇଲ୍ କିପରି ବିସ୍ଫୋରଣ ହୋଇଥାଏ ।
ଚାର୍ଜିଂ ସମୟରେ ମୋବାଇଲ୍ ଚାରିପାଖରେ ରେଡିଏସନ୍ ଅଧିକ ରହିଲେ ଏହା ବିସ୍ଫୋରଣ ହୋଇଥାଏ । ତେଣୁ ଚାର୍ଜ କରିବା ସମୟରେ କଥା ହେଲେ ଏହା ବିସ୍ଫୋରଣ ହେବାର ସମ୍ଭାବନା ଅଧିକ ରହିଥାଏ । ବ୍ୟବହାରକାରୀଙ୍କ ତ୍ରୁଟି ହେତୁ ବ୍ୟାଟେରୀ ଅତ୍ୟଧିକ ଗରମ ହୁଏ ଏବଂ ବିସ୍ଫୋରଣ ହୁଏ ।
ତାପମାତ୍ରାକୁ ନିୟନ୍ତ୍ରଣ କରିବା ବ୍ୟତୀତ ଅନ୍ୟ କେଉଁ ସତର୍କତା ଅବଲମ୍ବନ କରାଯିବା ଉଚିତ
ବ୍ୟାଟେରୀ, ସର୍ଟ ସର୍କିଟ ଏବଂ ପ୍ରୋସେସର୍ ବ୍ୟତୀତ ହାର୍ଡୱେର୍ ସମସ୍ୟା ପାଇଁ ମଧ୍ୟ ଫୋନ୍ ବିସ୍ଫୋରଣ ହୋଇପାରେ । ତେଣୁ, ଯଦି ଫୋନରେ କୌଣସି ତ୍ରୁଟି ଦେଖାଯାଏ, ତେବେ ତୁରନ୍ତ ଏହାକୁ ଠିକ୍ କରନ୍ତୁ ଯଦି ବ୍ୟାଟେରୀ ଫୁଲିଯାଏ, ତୁରନ୍ତ ଏହାକୁ ବଦଳାନ୍ତୁ । ନକଲି ବ୍ୟାଟେରୀ କିମ୍ବା ଚାର୍ଜର ବ୍ୟବହାର କରନ୍ତୁ ନାହିଁ । ଯଦି ଆପଣଙ୍କ ମୋବାଇଲ୍ ସୁରକ୍ଷା ଅପଡେଟ୍ ଆସିଛି, ତେବେ ଯଥାଶୀଘ୍ର ଏହାକୁ ଅପଡେଟ୍ କରନ୍ତୁ ।












Click it and Unblock the Notifications