World Blood Donor Day 2024: ଜାଣନ୍ତୁ ଏକ ବର୍ଷରେ ଜଣେ ବ୍ୟକ୍ତି କେତେ ରକ୍ତ ଦାନ କରି ପାରିବେ

Blood Donor Day 2024: ବିଶ୍ୱ ରକ୍ତ ଦାନ ଦିବସ '2024 ପ୍ରତିବର୍ଷ ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ରକ୍ତ ଦାନ କରିବାକୁ ଉତ୍ସାହିତ କରାଇବା । ଏହି ଦିନ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜିତ ହୋଇଥାଏ। ପ୍ରତିବର୍ଷ 14 ଜୁନ୍ 'ବିଶ୍ୱ ରକ୍ତ ଦାନ' ଭାବରେ ପାଳନ କରାଯାଏ । ଏହି ଦିନଟି ହେଉଛି ନୋବେଲ ପୁରସ୍କାର ବିଜେତା Karl Landsteinerଙ୍କ ଜନ୍ମଦିନ ।

Karl Landsteiner ଜଣେ ବୈଜ୍ଞାନିକ ଯିଏ ABO ବ୍ଲଡ ଗ୍ରୁପ୍ ଆବିଷ୍କାର କରିଥିଲେ । ଏହି ଆବିଷ୍କାର ପୂର୍ବରୁ, Blood transfusion ବିନା ବ୍ଲୋଡ୍ ଗ୍ରୁପରେ ହିଁ କରାଯାଇଥାଏ । ତେବେ ରକ୍ତ ଦାନକୁ ମହାନ ଦାନ କୁହାଯାଏ, ସେଥି ପାଇଁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରାଯାଇଥାଏ । ଏହି ବିଶେଷ ଦିନରେ ରକ୍ତ ଶିବିର ଆୟୋଜିତ କରାଯାଇ ଥାଏ ।

World Blood Donor Day

ଯଦି ଆପଣ ରକ୍ତ ଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କର ବୟସ 18 ରୁ 65 ମଧ୍ୟରେ ହେବା ଉଚିତ୍ । ଓଜନ ଅତିକମରେ 46 କିଲୋଗ୍ରାମ ରହିବା ଦରକାର, ସେହିପରି ହେମୋଗ୍ଲୋବିନ୍ ଅତିକମରେ 12.5 ଗ୍ରାମ ହେବା ଉଚିତ୍ । ରକ୍ତ ଦାନ କରିବା ପୂର୍ବରୁ ରକ୍ତ ପରୀକ୍ଷା କରାଯାଇଥାଏ ।

ରକ୍ତ ଦାନରେ 300 ରୁ 400 ମିଲି ରକ୍ତ ଏକ ସମୟରେ ନିଆଯାଏ । ଏହା ଶରୀରର ମୋଟ ରକ୍ତର 15 ତମ ଅଂଶ ଭାବରେ ନିଆଯାଏ । ରକ୍ତ ଦାନ କରିବା ପରେ ଚାପ କମିଥାଏ । ରକ୍ତଦାନ ଦ୍ବାରା ଶରୀରରେ ଥିବା ଅତିରିକ୍ତ ଲୌହ ବାହାରି ଆସିଥାଏ। ରକ୍ତ ଦେବା ପରେ ଭଲ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ । ତେବେ 24 ଘଣ୍ଟା ମଧ୍ୟରେ ନୂତନ ରକ୍ତ ପୁନର୍ବାର ସୃଷ୍ଟି ହୋଇଥାଏ । ଆମ ଶରୀରରେ ଥିବା ଲାଲ ରକ୍ତ କଣିକା 90 ରୁ 120 ଦିନ ମଧ୍ୟରେ ନିଜେ ମରିଯାଏ । ସେଥିପାଇଁ କୁହାଯାଏ ଯେ ପ୍ରତି ତିନି ମାସରେ ଜଣେ ରକ୍ତ ଦାନ କରିବା ଉଚିତ୍ ।

ଜଣେ ବ୍ୟକ୍ତି ତିନିମାସ ବ୍ୟବଧାନରେ ରକ୍ତ ଦାନ କରିବା ଉଚିତ୍ । ଯଦି ଆପଣ ସୁସ୍ଥ ଅଛନ୍ତି ତେବେ ଆପଣ ପ୍ରତି ତିନିମାସରେ ରକ୍ତ ଦାନ କରିପାରିବେ । ଯେଉଁମାନଙ୍କର ହେମୋଗ୍ଲୋବିନ୍ 12 ରୁ କମ୍ ସେମାନେ ରକ୍ତ ଦାନ କରିପାରିବେ ନାହିଁ । ଆପଣ 2 ମାସ କିମ୍ବା 56 ଦିନରେ ଥରେ ରକ୍ତ ଦାନ କରିପାରିବେ । ଏହା ସ୍ୱାସ୍ଥ୍ୟ ପାଇଁ ଭଲ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+