୧୪ ନା ୧୫ କେଉଁ ଦିନ ପାଳନ କରାଯିବ ହୋଲି
Holi 2025: ହୋଲିକୁ ପିଲାଙ୍କଠାରୁ ବୟସ୍କ ସମସ୍ତେ ଅପେକ୍ଷା କରିଥାନ୍ତି। ଏହି ପର୍ବ କେବଳ ପାରସ୍ପରିକ ପ୍ରେମକୁ ଦ୍ୱିଗୁଣିତ କରେ ନାହିଁ ବରଂ ଲୋକଙ୍କ ମଧ୍ୟରେ ଥିବା ମତଭେଦ ମଧ୍ୟ ଦୂର କରିଥାଏ । ହୋଲି ଦୁଇ ଦିନ ଧରି ପାଳନ କରାଯାଏ, ଗୋଟିଏ ଦିନ ହୋଲିକା ଦହନ ହୁଏ ଏବଂ ଅନ୍ୟ ଦିନ ରଙ୍ଗ ଖେଳାଯାଏ କିନ୍ତୁ ଏଥର ଏହାର ତାରିଖକୁ ନେଇ ସୃଷ୍ଟ ହୋଇଛି ଦ୍ୱନ୍ଦ ।
କିଛି ଲୋକଙ୍କ ଅନୁସାରେ, ହୋଲି ୧୪ ମାର୍ଚ୍ଚରେ ପାଳନ କରାଯିବ ସେହିପରି ୧୫ ତାରିଖରେ ହୋଲି ବୋଲି ଚର୍ଚ୍ଚା ହେଉଛି । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ହୋଲିକା ଦହନ ୧୩ ମାର୍ଚ୍ଚ, ୨୦୨୫ ଗୁରୁବାର ରେ ପଡୁଥିବା ବେଳେ ରଙ୍ଗର ପର୍ବ ହୋଲି ୧୪ ମାର୍ଚ୍ଚ ୨୦୨୫ ଶୁକ୍ରବାରରେ ପାଳିତ କରାଯିବ ।

'ହୋଲିକା ଦହନ'ରେ କାଠ ଏବଂ ଗୋବର ପିଠା ଜାଳି ଦୁଷ୍ଟତାର ଅନ୍ତ କରିବାର ଏକ ପ୍ରତୀକାତ୍ମକ ବାର୍ତ୍ତା ଦିଆଯାଇଛି। ସେହିପରି ହୋଲିରେ
ପରସ୍ପରକୁ ରଙ୍ଗ, ଅଭିର ଲଗାଇ ସୁଖ ବାଣ୍ଟିବା ସହ ମନରେ ଥିବା ବାଦବିବାଦକୁ ଦୂର କରାଯାଇଥାଏ ।












Click it and Unblock the Notifications