ଜାଣନ୍ତୁ ଚଳିତ ବର୍ଷ କେବେ ପଡୁଛି 'ଫ୍ରେଣ୍ତସିପ୍ ଡେ', ଏପରି କରନ୍ତୁ ସେଲିବ୍ରେଟ୍
Friendship Day 2024: ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରରେ 'ବନ୍ଧୁତା ଦିବସ' ପାଳନ କରାଯାଏ । ଏହି ଦିନ ସାଙ୍ଗମାନଙ୍କ ପାଇଁ ଉତ୍ସର୍ଗୀକୃତ । ଭାରତରେ 'ବନ୍ଧୁତ୍ୱ ଦିବସ' ପ୍ରତିବର୍ଷ ଅଗଷ୍ଟ ପ୍ରଥମ ରବିବାର ଦିନ ପାଳନ କରାଯାଏ । ସେହି ଅନୁଯାୟୀ,ଏଥର ଅଗଷ୍ଟ ୪ ତାରିଖରେ 'ବନ୍ଧୁତ୍ୱ ଦିବସ' ପାଳନ କରାଯିବ । ଏହି ଖାସ ଦିନରେ ସମସ୍ତେ ନିଜ ନିଜ ବନ୍ଧୁମାନଙ୍କୁ ନିଜ ଶୈଳୀରେ ଶୁଭେଚ୍ଛା ଜଣାଇବା ସବ ସେଲିବ୍ରେଟ୍ ମଧ୍ୟ କରିଥାନ୍ତି ।
ବନ୍ଧୁ, ସାଙ୍ଗ, ମିତ୍ର, ଫ୍ରେଣ୍ତ ଅନେକା ନାଁ ରହିଛି ଏହି ସୁନ୍ଦର ସମ୍ପର୍କର । ବନ୍ଧୁ ସିଏ ଯିଏ ସୁଖଦୁଃଖ ପ୍ରତ୍ୟକ କ୍ଷେତ୍ରରେ ନିଜ ସାଥୀର ଛାଇହୋଇ ରହିଥାଏ । ଯିଏ କିଛି କହିବା ପୂର୍ବରୁ ମନ କଥା ବୁଝିଥାଏ ଯାଏ । ଯିଏ ରାଗ, ରୁଷା, ଅଭିମାନ ଭୁଲି ତୁମକୁ ଆପଣାଇଥାଏ । ସେ ହିଁ ପ୍ରକୃତ ବନ୍ଧୁ ।
ଦକ୍ଷିଣ ଆମେରିକାର ପାରାଗୁୱେରେ ପ୍ରଥମେ ପାଳନା କରାଯାଉଥିଲା 'Friendship Day' । ହେଲେ ୧୯୫୮ ମସିହା ଜୁଲାଇ ୩୦ରେ ପ୍ରଥମେ ଆନ୍ତର୍ଜାତିକ ବନ୍ଧୁତା ଦିବସ ପାଇଁ ପ୍ରସ୍ତାବ ଦେଇଥିଲା ମିଳିତ ଜାତିସଂଘ । ଏହା ପେର ମିଳିତ ଜାତିସଂଘ ପକ୍ଷରୁ ଅଗଷ୍ଟ ମାସର ପ୍ରଥମ ରବିବାରକୁ 'ଫ୍ରେଣ୍ଡସିପ ଡ଼େ' ଭାବେ ଘୋଷଣା କରାଯାଇଥିଲା । ଯାହା ପରଠୁ ଭାରତରେ ବନ୍ଧୁତ୍ୱ ଦିବସ ପାଳନ କରାଯାଉଛି ।

ସୋସିଆଲ ମଡିଆରେ ୱିସ୍ କରିବା ସହ ଅନେକ ବନ୍ଧୁ ଏକାଠି ହୋଇ ଏହି ଖାସ ଦିନକୁ ସେଲିବ୍ରେଟ କରିଥାନ୍ତି । ସେହିପରି ନିଜ ବନ୍ଧୁଙ୍କୁ ଉପହାର ଦେଇ ମଧ୍ୟ ଅନେକ ନିଜ ବନ୍ଧୁଙ୍କ ପାଇଁ ଏହି ଦିନକୁ ଟିକେ ଖାସ କରିବା ପାଇଁ ଚେଷ୍ଟା କରିଥାନ୍ତି । ତେବେ ଆପଣ ନିଜ ବନ୍ଧୁର ରୁଚି ତଥା ପସନ୍ଦକୁ ଭଲ ଭାବେ ଜାଣିଥିବା ଉଚିତ୍ । ତେଣୁ ନିଜ ବନ୍ଧୁର ପସନ୍ଦକୁ ନଜରରେରଖି ଆପଣ କିଛି ବି ଉପହାର ଦେଇପାରିବେ । ଏହି ଦିନ ଆପଣ ବନ୍ଧୁଙ୍କୁ ଫ୍ରେଣ୍ଡସିପ ବ୍ୟାଣ୍ଡ, ଚକୋଲେଟ୍, ଗ୍ରିଟିଙ୍ଗସ କାର୍ଡ଼, ରିଙ୍ଗ୍, ଟେଡ଼ି ଉପହାର ଦେଇ ପାରିବେ । ଯଦି ଆପଣଙ୍କ ବନ୍ଧୁଙ୍କୁ ଖାଇବା ପସନ୍ଦ ତେବେ ନିଜ ହାତରେ କିଛି ନୂଆ ପ୍ରକାର ବ୍ୟଞ୍ଜନ ତିଆରି କରି ବନ୍ଧୁଙ୍କୁ ନିଶ୍ଚୟ ଖୁଆନ୍ତୁ ।












Click it and Unblock the Notifications