କେଉଁ ଦେଶରେ ପ୍ରଥମେ ପାଳନ କରାଯାଏ ନୂଆବର୍ଷ
New Year 2025: 2024 ବର୍ଷ ଶେଷ ହେବାକୁ ଯାଉଛି, ଏବଂ 2025 ବର୍ଷ ଆରମ୍ଭ ହେବାକୁ ଯାଉଛି । ସାରା ବିଶ୍ୱରେ ପ୍ରସ୍ତୁତି ଚାଲିଛି ଏବଂ ପ୍ରତ୍ୟେକ ଦେଶ ବର୍ତ୍ତମାନ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଚାହିଁ ବସିଛି । ହେଲେ ଆପଣ ଜାଣନ୍ତି କି କେଉଁ ଦେଶରେ ପ୍ରଥମେ ନବ ବର୍ଷକୁ ସ୍ୱାଗତ କରାଯାଏ ।
31 ଡିସେମ୍ବର ଦିନ ମଧ୍ୟରାତ୍ରିରେ ଭାରତରେ ନବବର୍ଷକୁ ସ୍ୱାଗତ କରାଯାଏ କିନ୍ତୁ ଏହା ପୂର୍ବରୁ ଅନେକ ଦେଶରେ ନୂଆ ବର୍ଷ ଉତ୍ସବ ପାଳନ କରିବା ବା ସେଲିବ୍ରେସନ୍ ଆରମ୍ଭ ହୋଇଯାଇଥାଏ । ସର୍ବପ୍ରଥମେ କିରିବାତୀରେ ନୂଆବର୍ଷ ପାଳନ କରାଯାଏ । ଏହି ଦେଶକୁ କିରିଟିମାଟୀ (କ୍ରିସମାସ ଆଇଲ୍ୟାଣ୍ତ) ବୋଲି କୁହାଯାଏ ।

ଏହାପରେ ନ୍ୟୁଜିଲ୍ୟାଣ୍ତ, ଋଷ୍, ଅଷ୍ଟ୍ରେଲିଆ, ଜାପାନ୍, ଦକ୍ଷିଣ, ଦକ୍ଷିଣ କୋରିଆ, ଚୀନ, ଫିଲିପିନ୍ସ, ଇଣ୍ତୋନେସିଆ, ଥାଇଲ୍ୟାଣ୍ତ, ମିଆଁମାର୍, ବାଙ୍ଗଲାଦେଶ, ନେପାଳ, ଭାରତ , ଶ୍ରୀଲଙ୍କା, ପାକିସ୍ତାନ, ଆଫଗାନିସ୍ତାନ, ଅଜରବେଦାନ, ଇରାନ୍,ମସ୍କୋ, ଗ୍ରାସ୍, ଜର୍ମାନୀରେ ନ୍ୟୁ ଇୟର ପାଳନ କରାଯାଏ ।

ଭାରତୀୟ ସମୟ ଅନୁସାରେ ୩୧ ତାରିଖ ଦିନ ୩ଟା ୩୦ ମିନିଟ ସମୟରେ ସମୋଆ ଓ କ୍ରିସମାସ ଆଇଲ୍ୟାଣ୍ଡ କିରିବାଟିରେ ନୂଆବର୍ଷ ଆରମ୍ଭ ହୋଇଯାଇଥାଏ । ଏହି ତାଲିକାର ଶେଷ ସ୍ଥାନ ରହିଛି ହଲାଣ୍ଡ ଏବଂ ବେକ୍ ଦ୍ୱୀପପୁଞ୍ଜ ଏହା ଆମେରିକାର ରହିଛି । |
ସେହିପରି ଏସିଆ ମହାଦେଶରେ ଜାପାନ, ଦକ୍ଷିଣ କୋରିଆରେ ସର୍ବପ୍ରଥମେ ବନବର୍ଷ ପାଳନ କରାଯାଏ । ଏହି ଦୁଇ ଦେଶରେ ଭାରତୀୟ ସମୟ ଅନୁସାରେ ଡିସେମ୍ବର ୩୧ ତାରିଖ ରାତି ୮ଟା ୩୦ ସମୟରେ ପାଳନ କରାଯାଇଥାଏ ।












Click it and Unblock the Notifications