ଯେବେ ନେହେରୁ ହୋଇପଡିଥିଲେ ଅସୁସ୍ଥ : ଚିକିତ୍ସା କରିଥିଲେ ଓଡ଼ିଆ ଡାକ୍ତର
ଓଡ଼ିଶାରେ ଜାତୀୟ କଂଗ୍ରେସରେରେ ଯୋଗ ଦେବାକୁ ଆସିଥିବା ଜବାହାରଲାଲ୍ ନେହେରୁ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଚିକିତ୍ସା କରିଥିଲେ ଓଡ଼ିଆ ଡାକ୍ତର ଗୋବିନ୍ଦଚନ୍ଦ୍ର ଦାଶ
କେନ୍ଦ୍ରାପଡା : ଜାନୁଆରୀ ମାସ 1964 ମସିହା । ଜବାହାରଲାଲ୍ ନେହେରୁ ଭୁବନେଶ୍ୱର ଆସିଥିଲେ । 68ତମ ଜାତୀୟ କଂଗ୍ରେସରେ ଯୋଗ ଦେବା ପାଇଁ ନେହେରୁ ଓଡିଶା ଅସିଥିଲେ। ସେହି ସମୟରେ ସେ ମାଇଲ୍ଡ ଷ୍ଟ୍ରୋକର ଶିକାର ହେଲେ । ସେଠାରୁ ତାଙ୍କୁ ରାଜଭବନକୁ ନିଆଯାଇଥିଲା । ଜଣେ ଓଡ଼ିଆ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ । ସେହି ଡାକ୍ତର ହେଉଛନ୍ତି କେନ୍ଦ୍ରାପଡାର ଡାକ୍ତର ଗୋବିନ୍ଦ ଚନ୍ଦ୍ର ଦାଶ ।
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ନେହେରୁଙ୍କୁ ସେତେବେଳେ 74 ବର୍ଷ ବୟସ ହୋଇଥିଲା । ଜାତୀୟ କଂଗ୍ରେସରେ ଯୋଗ ଦେବା ସମୟରେ ତାଙ୍କର ହଠାତ୍ ରକ୍ତ ଚାପ ବଢି ଯାଇଥିଲା ।

ଏପରିକି ତାଙ୍କ ରକ୍ତ ଚାପ 215 ହୋଇଯାଇଥିଲା । ନେହେରୁ ଦୁର୍ବଳ ହୋଇ ପଡିଥିଲେ । ତାଙ୍କୁ ସମସ୍ତ ପ୍ରୋଗ୍ରାମ ବାତିଲ କରିବାକୁ ଡାକ୍ତର ଉପଦେଶ ଦେଇଥିଲେ । ଏଥିସହ ରାଜଭବନରେ ସମ୍ବର୍ଣ୍ଣଭାବରେ ବିଶ୍ରାମ ନେବାକୁ କହିଥିଲେ ଗୋବିନ୍ଦଚନ୍ଦ୍ର ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।
ସେହି ସମୟରେ ଗୋବିନ୍ଦଚନ୍ଦ୍ର ତତ୍କାଳୀନ ରାଜ୍ୟପାଳଙ୍କ ବ୍ୟକ୍ତିଗତ ଡାକ୍ତର ଭାବରେ ଚାକିରି କରୁଥିଲେ । ସେ 1959ରୁ 1964 ଯାଏଁ ନିଯୁକ୍ତ ହୋଇଥିଲେ । ଗୋବିନ୍ଦଚନ୍ଦ୍ର କଟକର ଏସସିବି ମେଡିକାଲ୍ କଲେଜରୁ ଡାକ୍ତରୀ ପାଠ ଶେଷ କରିବା ପରେ ଭାରତୀୟ ସେନାରେ 1949ରୁ 1957 ଯାଏଁ ପଞ୍ଜାବରେ ଚାକିରି ଜୀବନ ଆରମ୍ଭ କରିଥିଲେ । ରାଜ୍ୟପାଳଙ୍କ ଡାକ୍ତର ଭାବରେ ନିଯୁକ୍ତ ହେବା ପୂର୍ବରୁ ସେ ଏସସିବିରେ ଅନେକ ବର୍ଷ ଧରି ଡାକ୍ତରୀ ଚାକିରି କରି ଆସୁଥିଲେ ।
ପୁରୁଣା ସ୍ମୃତିକୁ ମନେ ପକାଇ ଡାକ୍ତର ଗୋବିନ୍ଦଚନ୍ଦ୍ର କହିଛନ୍ତି, ନେହେରୁ ଅସୁସ୍ଥ ହେବା ପରେ ନେହେରୁଙ୍କ ଭଉଣୀ ବିଜୟଲକ୍ଷ୍ମୀ ପଣ୍ଡିତ ତାଙ୍କୁ ଫୋନ୍ କରିଥିଲେ । ଏଥିସହ ନେହେରୁଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ତାଙ୍କୁ ସମସ୍ତ ବିବରଣୀ ପ୍ରତି ମୁହୂର୍ତ୍ତରେ ଦେବାକୁ କହିଥିଲେ । ଜାନୁଆରୀ 8 ତାରିଖରେ ଜିଲ୍ଲୀରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଆସି ପହଞ୍ଚିଥିଲା ବୋଲି କହିଛନ୍ତି ଡାକ୍ତର ଗୋବିନ୍ଦଚନ୍ଦ୍ର । ଶେଷରେ ନେହେରୁ ସୁସ୍ଥ ହୋଇଥିଲେ । ଏଥିସହ ବହି ପଢିବା ଆମ୍ଭ କରିଥିଲେ । ସେହି ସମୟରେ ନେହେରୁ ଆରଡି ବାନାର୍ଜୀଙ୍କ ଲିଖିତ ଓଡିଶାର ଉତିହାସ ପଢୁଥିଲେ । ଓଡ଼ିଶାରେ 6 ଦିନ ରହିବା ପରେ ଜାନୁଆରୀ 12ରେ ସେ ଭୁବନେଶ୍ୱର ଛାଡିଥିଲେ । ସେଠାରୁ ସେ ଦେରାଦୁନ୍ ଯାଇଥିଲେ । ମେ 23ରୁ 30 ଯାଏଁ ସେଠାରେ ସେ ରହିଥିଲେ । ମେ 31ରେ ସେ ନୂଆଦିଲ୍ଲୀରେ ଥିବା ତାଙ୍କ ବାସଭବନକୁ ଯାଇଥିଲେ । ସେଠାରେ ପୁଣି ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥିଲା । 6.25ରେ ସେ ଆଉ ଏକ ହୃଦଘାତର ଶିକାର ହୋଇଥିଲେ ଏବଂ ବେହୋସ୍ ହୋଇ ଯାଇଥିଲେ । ଅପରାହ୍ନ 2ଟା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।
ନେହେରୁଙ୍କ ଜୀବନ ସହ ଜଡିତ ଏହି ଛୋଟିଆ ଅନୂଭୁତିଟି ଗଣମାଧ୍ୟମ ପାଖରେ କହିଛନ୍ତି 94 ବର୍ଷିୟ ଡାକ୍ତର ଗୋବିନ୍ଦଚନ୍ଦ୍ର ଦାଶ ।












Click it and Unblock the Notifications