ଚଳିତ ବର୍ଷ କେବେ ପଡୁଛି ଗଣେଶ ପୂଜା
Ganesh Chaturthi 2024: ଭଗବାନ ଗଣେଶଙ୍କ ଜନ୍ମ ଉତ୍ସବ ବା ଗଣେଶ ପୂଜା ପୁରା ଦେଶରେ ଅତି ଉତ୍ସାହର ସହ ପାଳନ କରାଯାଏ । ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ସାରା ଭାରତରେ ଗଣେଶ ପୂଜା ପାଳନ କରାଯାଏ । ମୁଖ୍ୟତଃ ମହାରାଷ୍ଟ୍ରରେ ଏହି ଦିନକୁ ବେଶ୍ ଧୂମଧାମରେ ପାଳନ କରାଯାଇଥାଏ । ଏଥର ସେପ୍ଟେମ୍ବରରେ ୭ ତାରିଖରେ ଗଜାନନଙ୍କ ପୂଜାର୍ଚ୍ଚନା କରାଯିବ । ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭକାର୍ଯ୍ୟର ଆରମ୍ଭ ଗଣେଶଙ୍କ ପୂଜାଠୁ ଆରମ୍ଭ ହୋଇଥାଏ ।
ସେପ୍ଟେମ୍ବର ୭ ତାରିଖ ଦିନ ଗଣେଶଙ୍କୁ ସ୍ଥାପନ କରିବାର ଶୁଭ ମୁହୂର୍ତ୍ତ ହେଉଛି ଦିନ ୧୧.୦୩ ମିନିଟରୁ ୧.୩୫ ମିନିଟ୍ । ଅର୍ଥାତ୍ ୨ ଘଣ୍ଟା ୩୧ ମିନିଟ୍ ପର୍ଯ୍ୟନ୍ତ ଘରେ କିମ୍ବା କୌଣସି ଅନୁଷ୍ଠାନରେ ଗଣେଶଙ୍କ ପ୍ରତିମା ରଖି ପୂଜାର୍ଚ୍ଚନା କରିପାରିବେ । ସେପ୍ଟେମ୍ବର ୧୭ ତାରିଖରେ ଗଣେଶ ବିସର୍ଜନ ପଡୁଛି ।

ଗଣେଶ ପୂଜା ଅବସରରେ ବିଭିନ୍ନ ସ୍ଥାନରେ ପାଣ୍ଡାଲ୍ ସ୍ଥାପିତ ହୋଇଥିବାବେଳେ ଅନ୍ୟ ପଟେ ଅନେକ ଲୋକ ଭଗବାନ ଗଣେଶଙ୍କୁ ମଧ୍ୟ ନିଜ ଘରକୁ ଆଣିଥାନ୍ତି । କିଏ ଗୋଟିଏ ଦିନ ତ କିଏ ଦୁଇ, ପାଞ୍ଚ, ସାତ ବା ଦଶ ଦିନ ଘରେ ରଖି ପୂଜାର୍ଚ୍ଚନା କରିଥାନ୍ତି ।












Click it and Unblock the Notifications