New Year 2024: ପ୍ରଥମେ ଏହି ଦେଶରେ ପାଳନ କରାଯାଏ ନୂଆବର୍ଷ
New Year 2024: 2024 ବର୍ଷକୁ ସ୍ୱାଗତ କରିବା ପାଇଁ ସାରା ବିଶ୍ୱରେ ପ୍ରସ୍ତୁତି ଚାଲିଛି ଏବଂ ପ୍ରତ୍ୟେକ ଦେଶ ବର୍ତ୍ତମାନ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଚାହିଁବସିଛି । କିନ୍ତୁ, ଆପଣ ଜାଣନ୍ତି କି କେଉଁ ଦେଶରେ ପ୍ରଥମେ ନବବର୍ଷକୁ ସ୍ୱାଗତ କରାଯାଏ ।
31 ଡିସେମ୍ବର ଦିନ ମଧ୍ୟରାତ୍ରିରେ ଭାରତରେ ନବବର୍ଷକୁ ସ୍ୱାଗତ କରାଯାଏ କିନ୍ତୁ ଏହା ପୂର୍ବରୁ ଅନେକ ଦେଶରେ ନୂଆ ବର୍ଷ ଉତ୍ସବ ପାଳନ କରିବା ବା ସେଲିବ୍ରେସନ୍ ଆରମ୍ଭ ହୋଇଯାଇଥାଏ । ସର୍ବପ୍ରଥମେ ପ୍ରଶାନ୍ତ ମହାସାଗରରେ ଟୋଙ୍ଗା ନାମକ ଦ୍ୱୀପରେ ସର୍ବପ୍ରଥମେ ୧୨ଟା ବାଜିଥାଏ । ସେଥିପାଇଁ ସେଠାରେ ପ୍ରଥମେ ସେଲିବ୍ରେସନ ଆରମ୍ଭ ହୋଇଥାଏ ।

ସେହିପରି ସମୋଆ ଓ କିରିବାଟି ପରି କିଛି ଦେଶରେ ସର୍ବପ୍ରଥମେ ନୂଆ ବର୍ଷ ପାଳନ କରାଯାଇଥାଏ । ଭାରତୀୟ ସମୟ ଅନୁସାରେ ୩୧ ତାରିଖ ଦିନ ୩ଟା ୩୦ ମିନିଟ ସମୟରେ ସମୋଆ ଓ କ୍ରିସମାସ ଆଇଲ୍ୟାଣ୍ଡ କିରିବାଟିରେ ନୂଆବର୍ଷ ଆରମ୍ଭ ହୋଇଯାଇଥାଏ । ଏହି ତାଲିକାର ଶେଷ ସ୍ଥାନ ରହିଛି ହଲାଣ୍ଡ ଏବଂ ବେକ୍ ଦ୍ୱୀପପୁଞ୍ଜ ଏହା ଆମେରିକାର ରହିଛି । |
ସେହିପରି ଏସିଆ ମହାଦେଶରେ ଜାପାନ, ଦକ୍ଷିଣ କୋରିଆରେ ସର୍ବପ୍ରଥମେ ବନବର୍ଷ ପାଳନ କରାଯାଏ । ଏହି ଦୁଇ ଦେଶରେ ଭାରତୀୟ ସମୟ ଅନୁସାରେ ଡିସେମ୍ବର ୩୧ ତାରିଖ ରାତି ୮ଟା ୩୦ ସମୟରେ ପାଳନ କରାଯାଇଥାଏ ।












Click it and Unblock the Notifications