ଶବ ସଂସ୍କାର ବେଳେ କାହିଁକି କୁହାଯାଏ 'ରାମ୍ ନାମ୍ ସତ୍ୟ ହୈ' ? ପଢ଼ନ୍ତୁ ଆଉ ଜାଣନ୍ତୁ
Ram Nam Satya Hai: ଜନ୍ମ ଆଉ ମୃତ୍ୟୁ ମଣିଷ ଜୀବନର ନିରାଟ ସତ୍ୟ । ଯାହାର ଜନ୍ମ ହୋଇଛି ତା'ର ମୃତ୍ୟ ନିଶ୍ଚିତ । ଏ ଚକ୍ରକୁ ନା କେବେ କେହି ରୋକିପାରିଛନ୍ତି ନା କେହି ପାରିବେ । ଯଦି କାହାର ଜନ୍ମ ହୁଏ ମୃତ୍ୟୁ ବି ନିଶ୍ଚିତ । ଜନ୍ମ ବେଳେ ପୂଜାର୍ଚ୍ଚନା ଆଉ ମୃତ୍ୟୁ ବେଳେ ରାମ୍ ନାମ୍ ସତ୍ୟ ହୈ ନାରା ।
ସୃଷ୍ଟିର ଏହି ନିୟମକୁ ବଦଳାଇବାର ତାକତ କାହା ପାଖରେ ନାହିଁ । ଖାସ୍ ସେଇଥି ପାଇଁ ତ ଶ୍ରୀମଦ୍ ଭଗବଦ୍ ଗୀତାରେ ଲେଖା ଅଛି, ଜନ୍ମ ଆଉ ମୃତ୍ୟୁ ସତ ଆଉ ସବୁକିଛି ମିଛ ।
ଭଗବାନଙ୍କ ସୃଷ୍ଟିରେ ଏହି ଦୁଇ ଶବ୍ଦର ମହତ୍ତ୍ୱ ଅନେକ । ଜନ୍ମ ବେଳେ ଘରେ ହସ ଖୁସି ଆଉ ମୃତ୍ୟୁ ବେଳେ କାନ୍ଦ ବୋବାଳି ଦେଖିବାକୁ ମିଳେ । ଜନ୍ମ ବେଳେ ପୂଜାର୍ଚ୍ଚନା ଆଉ ମୃତ୍ୟୁ ବେଳେ ରାମ୍ ନାମ୍ ସତ୍ୟ ହୈ ନାରା ସମସ୍ତେ ଦିଅନ୍ତି । ତେବେ ଆପଣ ଜାଣନ୍ତି କି ଏମିତି କାହିଁକି କୁହାଯାଏ ?

ରାମ୍ ନାମ୍ ସତ୍ୟ ହୈ ର ଅର୍ଥ ହେଉଛି ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମୁକ୍ତି । ଏବେ ଆତ୍ମା ଏହି ସଂସାର ଚକ୍ରରୁ ସ୍ବାଧୀନ ହୋଇଯାଇଛି । ଆଉ ବ୍ୟକ୍ତି ସାଂସାରିକ ମୋହମାୟାରେ ନାହିଁ କେବଳ ଆତ୍ମା ହିଁ ରହିଯାଇଛି । ରାମ୍ ନାମ୍ ସତ୍ୟ ହୈ ହେଉଛି ଭଗବାନ ହିଁ ସତ୍ୟ, ରାମ ହିଁ ସତ୍ୟ, ରାମ ନାମ ସତ୍ୟ ।
ସର୍ବୋଚ୍ଚ ଶକ୍ତିର ଅଧିକାରୀ ହେଉଛନ୍ତି ଭଗବାନ ଆଉ ରାମ ନାମ ହିଁ ଭଗବାନଙ୍କ ସ୍ବରୂପ । ମୃତ ଶରୀରର କୌଣସି ଅର୍ଥ ରହି ଯାଇନଥାଏ । ଆତ୍ମା ସବୁକିଛି ଛାଡି ଭଗବାନଙ୍କ ନିକଟକୁ ଚାଲିଯାଇଥାଏ ।
ସାଂସାରିକ ମୋହମାହା ଛାଡି ବ୍ୟକ୍ତି ଇହଲିଳା ସମ୍ବରଣ କରିବା ବେଳେ ତାଙ୍କ କାନରେ ଏଥିପାଇଁ କୁହାଯାଏ ରାମ୍ ନାମ୍ ସତ୍ୟ ହୈ । କେବଳ ମୃତ ବ୍ୟକ୍ତି ନୁହେଁ ଅନ୍ୟମାନଙ୍କୁ ବି କୁହାଯାଏ । ଏହା ଦ୍ବାରା ଆତ୍ମା ଭଗବାନଙ୍କ ନିକଟତର ହୁଏ ବୋଲି ବିଶ୍ୱାସ ରହିଛି ।












Click it and Unblock the Notifications