ଡିପଥେରିଆ କ'ଣ ? ଜାଣନ୍ତୁ, ଏହାର ଲକ୍ଷଣ ଏବଂ ପ୍ରତିକାର

Diphtheria Symptoms and Precaution: ଆମ ରାଜ୍ୟରେ ଧିରେ ଧିରେ ସଂକ୍ରମଣର ରୂପ ନେଉଛି ଡିପଥେରିଆ । ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ କାୟା ମେଲାଇଛି ଏହି ମାରାତ୍ମକ ରୋଗ । ବର୍ତ୍ତମାନ ସୁଦ୍ଧା ୩ ଜିଲ୍ଲାରେ ୨୧ ସଂକ୍ରମିତ ଚିହ୍ନଟ ହେବା ସହ ୫ ଜଣଙ୍କର ଜୀବନହାନି ହୋଇସାରିଲାଣି ।

Diphtheria

ତେବେ ବର୍ତ୍ତମାନ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କଣ ଏହି ଡିପଥେରିଆ ରୋଗ ? ଏହା କିପରି ବ୍ୟାପିଥାଏ ?

ଏହା ଏକ ଭୂତାଣୁ ସଂକ୍ରମଣ । ଏହା ଗଳା ଏବଂ ନାକର ଭିତର ଅଂଶକୁ କ୍ଷତି ପହଞ୍ଚାଏ । ଯଦି ଏହି ସଂକ୍ରମଣ ବହୁତ ଶକ୍ତିଶାଳୀ ଏବଂ ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତା'ହେଲେ ବିପଜ୍ଜନକ ବିଷାକ୍ତ ପଦାର୍ଥ ବାହାରିବା ଆରମ୍ଭ କରେ । ଯାହା କିଡନୀ, ଯକୃତ ଏବଂ ସ୍ନାୟୁ ପ୍ରଣାଳୀକୁ ମଧ୍ୟ କ୍ଷତି ପହଞ୍ଚାଇପାରେ । ତେବେ ୫ବର୍ଷରୁ କମ୍ ପିଲା ଏବଂ ଗର୍ଭବତୀ ମହିଳାମାନେ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ ।

କିପରି ବ୍ୟାପିଥାଏ ?

ଏହା ବାୟୁ ବାହିତ ସଂକ୍ରମଣ ରୋଗ । ଗୋଟିଏ ରୋଗୀଠାରୁ ଅନ୍ୟ ଏକ ରୋଗୀର ବ୍ୟବହୃତ ବସ୍ତ୍ର, ଖ୍ୟାଦ୍ୟ ପଦାର୍ଥ ଆଦିରେ ଜୀବାଣୁ ଗୋଟିଏ ଶରୀରରୁ ଅନ୍ୟ ଏକ ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ଏହି ରୋଗ ହେଲେ ତୁରନ୍ତ ଭାକସିନ ସହିତ ଅନ୍ୟାନ୍ୟ ଚିକିତ୍ସା କରାଗଲେ ଶୀଘ୍ର ଭଲ ହୋଇପାରିବ ।

ଏଥିରେ ସବୁଠାରୁ ବଡ ବିପଦ ହେଉଛି କୋଭିଡ ପରି, ପ୍ରାରମ୍ଭିକ ଦିନରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ । ଏପରିକି ଏହି ସମୟ ମଧ୍ୟରେ ଏହାର ଜୀବାଣୁ ସଂକ୍ରମିତ ବ୍ୟକ୍ତିଙ୍କ ମାଧ୍ୟମରେ ବ୍ୟାପିଥାଏ ଏବଂ ସଂକ୍ରମିତ ବ୍ୟକ୍ତିଙ୍କ ଶରୀର ପାଇଁ କ୍ଷତି ଘଟାଇଥାଏ। ଏହି ଜୀବାଣୁ ଗଳାରେ ଏକ ଘନ ବାଦାମୀ ସ୍ତର ସୃଷ୍ଟି କରି ଶ୍ୱାସକ୍ରିୟା ଉପରେ ପ୍ରଭାବ ପକାଇଥାଏ । ଏହା ଧୀରେ ଧୀରେ ବୃଦ୍ଧି ପାଇଥାଏ ଏବଂ ହୃଦୟକୁ କ୍ଷତି ପହଞ୍ଚାଇବା ଆରମ୍ଭ କରେ ।

ଡିପଥେରିଆ ର ଲକ୍ଷଣ କଣ ?

ଡିପଥେରିଆ ପ୍ରଥମେ ଶ୍ୱାସକ୍ରିୟାକୁ ପ୍ରଭାବିତ କରେ, ତେଣୁ ଏହାର ଲକ୍ଷଣ ଗଳାରୁ ଦେଖାଯିବା ଆରମ୍ଭ କରେ । ତା'ପରେ ଧୀରେ ଧୀରେ ଏହାର ପ୍ରଭାବ ଅନ୍ୟ ଅଙ୍ଗରେ ମଧ୍ୟ ଦୃଶ୍ୟମାନ ହୁଏ । ସେହିପରି ଲଗାତାର କାଶ ହୋଇଥାଏ, ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ହୋଇଥାଏ। ଗଳା ଦରଜ ସହ ତଣ୍ଟି ବହୁତ କାଟିଥାଏ ଏହାସହ ଜ୍ୱର ହୋଇଥାଏ, ଶରୀର ନୀଳ ପଡ଼ିଥାଏ, ଥକ୍କାପଣ ଲାଗି ରହିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+