Blue Aadhar Card: ବ୍ଲୁ ଆଧାର କାର୍ଡ କ’ଣ ? କେମିତି ତିଆରି କରିବେ ବ୍ଲୁ ଆଧାର କାର୍ଡ ?
ଆଧାରକାର୍ଡ ସବୁ ଭାରତୀୟଙ୍କ ସ୍ଵତନ୍ତ୍ର ପରିଚୟ ପତ୍ର । କୌଣସି ସରକାରୀ କାର୍ଯ୍ୟକ୍ରମ ହେଉ କିମ୍ବା ଅନ୍ୟକିଛି ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଯାଞ୍ଚ ପାଇଁ ଆଧାରକାର୍ଡ ହେଉଛି ସହଜ ଉପାୟ । ଏଥିରେ UIDAI(Unique Identification Authority) ଦ୍ୱାରା ପ୍ରଦାନ କରାଯାଇଥିବା ଏକ ସ୍ୱତନ୍ତ୍ର ଆଧାର ନମ୍ବର ଅନ୍ତର୍ଭୁକ୍ତ ।
ଏହାସହ କାର୍ଡରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ ତଥ୍ୟ ଯେପରିକି- ଫିଙ୍ଗର ପ୍ରିଣ୍ଟ୍, ଆଇରିସ୍ ଏବଂ ଫେସିଆଲ୍ ଇମେଜ୍ ଭଳି ବାୟୋମେଟ୍ରିକ୍ ତଥ୍ୟ ମଧ୍ୟ ରହିଛି । ଯେହେତୁ ଆଧାର କାର୍ଡରେ ବାୟୋମେଟ୍ରିକ୍ ତଥ୍ୟ ରହୁଛି, ତେଣୁ ଏହା ଗୁରୁତ୍ୱପୂର୍ଣ୍ଣ ।
ଦେଶର ପ୍ରାୟ ୯୦ ପ୍ରତିଶତ ଜନସଂଖ୍ୟାଙ୍କର ଆଧାର କାର୍ଡ ଅଛି। ଅର୍ଥାତ୍ ପ୍ରାୟ ୧୩୪ କୋଟି ଲୋକଙ୍କ ପାଖରେ ଆଧାର କାର୍ଡ ଅଛି । ଅନେକ ସ୍ଥାନରେ ଡକ୍ୟୁମେଣ୍ଟ ଭାବରେ ଆଧାର କାର୍ଡ ଆବଶ୍ୟକ । ତେବେ ଆପଣ ଜାଣିଛନ୍ତି କି ଆଧାର କାର୍ଡ ଦୁଇ ପ୍ରକାରର ଅଛି।
ଗୋଟେ ସାଧାରଣ ଆଧାର କାର୍ଡ ଏବଂ ଅନ୍ୟଟି ବ୍ଲୁ ଆଧାର କାର୍ଡ ।
ବ୍ଲୁ ଆଧାର କାର୍ଡ କ'ଣ ?
ତେବେ ଆପଣ ଜାଣନ୍ତି କି ବ୍ଲୁ ଆଧାର କାର୍ଡ କ'ଣ ? କାହିଁକି ତିଆରି ହୁଏ ଏହି ଆଧାର କାର୍ଡ ? ଆଧାର କାର୍ଡ ପରି ଏହା ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ ଯଥା UIDAI ଦ୍ୱାରା ମଧ୍ୟ ଜାରି କରାଯାଇଛି । ପାଞ୍ଚ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ବ୍ଲୁ ଆଧାର କାର୍ଡ ତିଆରି କରାଯାଇଛି । ଯେପରି ସାଧାରଣ ଆଧାର କାର୍ଡରେ ଲୋକଙ୍କ ଆଙ୍ଗୁଠି ଛାପର ବାୟୋମେଟ୍ରିକ ଥାଏ, ଏହି ବ୍ଲୁ ଆଧାର କାର୍ଡରେ ବାୟୋମେଟ୍ରିକ ନାହିଁ ।ଏହାକୁ ବାଲ ଆଧାର କାର୍ଡ ମଧ୍ୟ କୁହାଯାଏ ।
ବ୍ଲୁ ଆଧାର କାର୍ଡର ରଙ୍ଗ ମଧ୍ୟ ସାଧାରଣ ଆଧାର କାର୍ଡଠାରୁ ଭିନ୍ନ। ଯେଉଁଠାରେ ସାଧାରଣ ଆଧାର କାର୍ଡ ଧଳା ରଙ୍ଗର ଅଟେ। ହେଲେ ଏହି
ଆଧାର କାର୍ଡ ନୀଳ ରଙ୍ଗର ଅଟେ। ସେଥିପାଇଁ ବ୍ଲୁ ଆଧାର କୁହାଯାଏ ।

କେମିତି ତିଆରି କରିବେ ବ୍ଲୁ ଆଧାର କାର୍ଡ ?
ବ୍ଲୁ ଆଧାର କାର୍ଡ ତିଆରି କରିବାକୁ, ଆପଣଙ୍କୁ UIDAI www.uidai.gov.in ର ଅଫିସିଆଲ ୱେବସାଇଟ କୁ ଯିବାକୁ ପଡିବ । ଏହା ପରେ ସେଠାରେ ଆଧାର କାର୍ଡର ଲିଙ୍କ ଦେଖିବେ । ଏହାକୁ କ୍ଲିକ କରିବା ପରେ ଏକ ନୂଆ ଟ୍ୟାବ ଖୋଲିବ । ଏଠାରେ ପିଲାର ନାମ, ଫୋନ ନମ୍ବର ଏବଂ ଇମେଲ ଆଇଡି ଦେବାକୁ ପଡିବ । ।ଏହା ପରେ, ଯେଉଁଠାରେ ପିଲା ଜନ୍ମ ହୋଇଥିଲା ସେହି ସ୍ଥାନର ନାମ ଏବଂ ସଂପୂର୍ଣ୍ଣ ଠିକଣା ପୂରଣ କରିବାକୁ ପଡିବ। ଏହା ପରେ ଆପଣ ଫର୍ମ ଦାଖଲ କରନ୍ତୁ ।
ଏହି ଅନଲାଇନ ପ୍ରକ୍ରିୟା ପରେ, ଆପଣଙ୍କୁ UIDAI ର ନିକଟତମ କେନ୍ଦ୍ରକୁ ଯିବାକୁ ପଡିବ। ଯେଉଁଥି ପାଇଁ ଆପଣ ଅନଲାଇନ ଆପଏଣ୍ଟମେଣ୍ଟ ସମୟ ପାଇବେ । ବ୍ଲୁ ଆଧାର କାର୍ଡ ପାଇଁ କୌଣସି ଦେୟ ନିଆଯାଏ ନାହିଁ ।












Click it and Unblock the Notifications