ମୃତ୍ୟୁର ୪୦ ସେକେଣ୍ଡ ପୂର୍ବରୁ କ'ଣ ହୁଏ ? ପଢନ୍ତୁ ଆଉ ଜାଣନ୍ତୁ
ମୃତ୍ୟୁ । ଗୋଟିଏ ଶବ୍ଦ । ତାକୁ କିଏ ବା ଦେଖିଛି । କିଏ ବା ଜାଣିଛି । ଆଉ ଯିଏ ଜାଣିଛି ସେ ଫେରିନି । ଏହାର ଅର୍ଥ କେହି ବି ପାଇ ନାହାନ୍ତି । ମଣିଷ ଜୀବନର ସବୁଠାରୁ ବଡ଼ ସତ ହେଉଛି ମୃତ୍ୟୁ । ଏହାର ଅର୍ଥ କିଛି ଆଉ ନାହିଁ । ମୃତ୍ୟୁ ହିଁ ଶତ । ବାକି ସବୁ କିଛି । ଆଦି ଅଛି ମାନେ ଅନ୍ତ ବି ଅଛି । ଯିଏ ଜନ୍ମ ହୋଇଛି ତାର ମୃତ୍ୟୁ ହୋଇଛି ।
ମଣିଷ ଜନମ ଏହି ଆଦି ଓ ଅନ୍ତ ଭିତରେ ଅଟକିଥାଏ । ଆଉ ମୃତ୍ୟୁ ପରେ ହିଁ ଆମେ ତ୍ରାହି ପାଉ । ସତରେ ମୃତ୍ୟୁ ଭାରି କଠୋର ଜିନିଷ । ସ୍ଵୟଂ ଭଗବାନ ମର୍ତ୍ତ୍ୟ ମଣ୍ଡଳରେ ଜନ୍ମ ହୋଇ ମୃତ୍ୟୁ ଲାଭ କରିଛନ୍ତି । ଏହି ଜୀବନରେ ମୃତ୍ୟୁ ହିଁ ଏକମାତ୍ର ଶତ ।
ମଣିଷ ଜୀବନର ସବୁଠାରୁ ବଡ଼ ସତ ମୃତ୍ୟୁ ହୋଇଥାଏ। ଯିଏ ବି ଦୁନିଆକୁ ଆସିଛି ସେ ଦିନେ ନା ଦିନେ ମୃତ୍ୟୁ ସହିତ ଦୁନିଆ ଛାଡ଼ିଥାଏ । ତେବେ ମୃତ୍ୟୁର କିଛି ସମୟ ପୂର୍ବରୁ କିଛି ଅଲଗା ଜିନିଷ ହୋଇଥାଏ ।
ମୃତ୍ୟୁର ୪୦ ସେକେଣ୍ଡ ପୂର୍ବରୁ ମନୁଷ୍ୟ ସହ ଏମିତି କିଛି ଭୟାନକ ଓ କଷ୍ଟଦାୟକ ଘଟଣା ହୁଏ । ଯାହା ବିଷୟରେ କଳ୍ପନା କରିବା ଜମାରୁ ସମ୍ଭବ ନୁହେଁ ।

ଦୁନିଆରେ ଜନ୍ମ ହେବା ହିଁ ମୃତ୍ୟୁ ପରେ ବ୍ୟକ୍ତିକୁ ମୋକ୍ଷ ମିଳେ । ପ୍ରତେକ ମଣିଷ ଯେତେ ପାପ କର୍ମ କରିଥିଲେ ମଧ୍ୟ ଧାର୍ମିକ ସ୍ଥାନକୁ ଯାତ୍ରା କରିଲେ ମୃତ୍ୟୁ ପରେ ମୋକ୍ଷ ମିଳିଥାଏ ବୋଲି ଆମର ବିଶ୍ୱାସ ରହିଛି ।
ବିଭିନ୍ନ ଧାର୍ମିକ ଗ୍ରନ୍ଥ ଅନୁଯାୟୀ ଯେଉଁ ବ୍ୟକ୍ତିର ମୃତ୍ୟୁ ଧାର୍ମିକ ସ୍ଥାନରେ ହୋଇଥାଏ କିମ୍ବା ଯାହାର ମୃତ୍ୟୁ ପରେ ଧାର୍ମିକ ସ୍ଥାନରେ ତାର ଅସ୍ଥି ବିସର୍ଜନ କରିବାର ଇଚ୍ଛା ଥାଏ ସେହି ବ୍ୟକ୍ତି ଯେତେ ପାପ କରିଥିଲେ ମଧ୍ୟ ମୋକ୍ଷ ଲାଭ କରିଥାଏ । ଗରୁଡ ପୁରାଣ ଅନୁସାରେ, ଏଭଳି ବ୍ୟକ୍ତିକୁ ଯମଲୋକରେ ମିଳୁଥିବା ଦଣ୍ଡ ଭୋଗିବାକୁ ପଡ଼େ ନାହିଁ ।
ମୃତ୍ୟୁର ୪୦ ସେକେଣ୍ଡ ପୂର୍ବରୁ ବ୍ୟକ୍ତିର ଆତ୍ମାକୁ ଧାର୍ମିକ ସ୍ଥାନରେ ବିରାଜମାନ କରିଥିବା କାଳ ଭୈରବଙ୍କ ଦ୍ଵାରା ଶୁଦ୍ଧ କରାଯାଇଥାଏ। ଆଉ ଭୈରବୀ ଯନ୍ତ୍ରଣା ଦିଆଯାଇଥାଏ । ଭୈରବୀ ଯନ୍ତ୍ରଣା ଯମଲୋକରେ ମିଳିଥିବା ଯନ୍ତ୍ରଣା ଠାରୁ ଅଧିକ ଭୟଙ୍କର ଓ କଷ୍ଟଦାୟକ । ଏହି ସମୟ ମଧ୍ୟରେ ବ୍ୟକ୍ତିକୁ ତାର ପର ଜନ୍ମର ଭଲ ଓ ଖରାପ କର୍ମ ଦେଖା ଯାଇଥାଏ
ନିଜର କର୍ମ ଅନୁସାରେ ବ୍ୟକ୍ତି ଏହି ୪୦ ସେକେଣ୍ଡର ଫଳ ପାଇଥାଏ । ମୃତ୍ୟୁ ପୂର୍ବରୁ ଭଲ କି ଖରାପ କାମ କରିଥାଏ ତାର ୧୦୦୦ ଗୁଣା ଅଧିକା ମରିବାର ୪୦ ସେକେଣ୍ଡ ପୂର୍ବରୁ ଭୋଗିବାକୁ ପଡ଼ିଥାଏ । ଭଲ କର୍ମ ପାଇଁ ଆନନ୍ଦ ଓ ଖରାପ କର୍ମ ପାଇଁ କଷ୍ଟ ଅନୁଭବ ହୋଇଥାଏ।
ଏହି ଯନ୍ତ୍ରଣା ବହୁତ୍ ଅଧିକ ହୋଇଥାଏ । ଏଥିପାଇଁ କରାଯାଏ କି ୪୦ ସେକେଣ୍ଡ ମଧ୍ୟରେ ବ୍ୟକ୍ତିର ଭଲ ଓ ଖରାପ କର୍ମର ଫଳ ନଷ୍ଟ ହୋଇଯିବ ।
କିଛି ସମୟ ପରେ ଯେବେ ଆତ୍ମାର ଶୁଦ୍ଧ ହୋଇଯାଏ ସେତେବେଳେ ପରମତ୍ମାଙ୍କ ସହ ଆତ୍ମାକୁ ବିଲୀନ କରାଯାଇଥାଏ । ଆଉ ସେହି ବ୍ୟକ୍ତିକୁ ଜୀବନ ମରଣର ବନ୍ଧନରୁ ମୁକ୍ତି ମିଳିଯାଏ । ମୃତ୍ୟୁ ପୂର୍ବରୁ ୪୦ ସେକେଣ୍ଡରେ ହିଁ ଏହି ସବୁ ହୋଇଥାଏ ।












Click it and Unblock the Notifications