House Buying Tips ପତ୍ନୀଙ୍କ ନାଁରେ କିଣନ୍ତୁ ଘର, ମିଳିବ ଅନେକ ଲାଭ

House Buying Tips: ଘର କିଣିବା ସମସ୍ତଙ୍କ ସ୍ୱପ୍ନ । ଅନେକ ଲୋକ ଏଥିପାଇଁ ସଞ୍ଚୟ କରନ୍ତି, ଯାହା ପରେ ନିଜ ସ୍ୱପ୍ନର ଘର କିଣିପାରନ୍ତି । ଘର କିଣିବା ସମୟରେ ଲୋକଙ୍କୁ ଘରର ମୂଲ୍ୟ ବ୍ୟତୀତ ଅନ୍ୟ ଜିନିଷରେ ମଧ୍ୟ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । କିନ୍ତୁ ଯଦି ଆପଣ ନିଜ ପତ୍ନୀଙ୍କ ନାମରେ ଘର କିଣନ୍ତି, ତେବେ ତୁମକୁ ସେଥିରେ ଅନେକ ଲାଭ ମିଳିଥାଏ । କେନ୍ଦ୍ର ସରକାର ସମାଜରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।

ସେଥିପାଇଁ ପୁରୁଷଙ୍କ ତୁଳନାରେ ସରକାର ମହିଳାମାନଙ୍କୁ ଅନେକ ଜିନିଷରେ ଛୁଟ ମଧ୍ୟ ଦିଅନ୍ତି । ମହିଳାମାନେ ସମ୍ପତ୍ତି କିଣିବା ପାଇଁ ସରକାର ଅଲଗା ନିୟମ ମଧ୍ୟ କରିଛନ୍ତି। ମହିଳାମାନଙ୍କୁ ସମ୍ପତ୍ତି ଟ୍ୟାକ୍ସରେ ସ୍ୱତନ୍ତ୍ର ରିହାତି ଦିଆଯାଏ । ତେଣୁ ଯଦି ଆପଣ ଏକ ନୂତନ ଘର କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣ ପତ୍ନୀଙ୍କ ନାମରେ ଏକ ଘର କିଣିଲେ ମିଳିବ ଅନେକ ଲାଭ ।

House Buying Tips

ଭାରତରେ ଏପରି ଅନେକ କାର୍ଯ୍ୟ ଅଛି ଯେଉଁଠାରେ ମହିଳାମାନଙ୍କୁ ଗୁରୁତ୍ୱ ଦିଆଯାଏ ଏବଂ ସେମାନଙ୍କୁ ରିହାତି ମିଳିଥାଏ । ଯଦି ଆପଣ କୌଣସି ପ୍ରପୋଟି କିଣୁଛନ୍ତି ତେବେ ନିଜ ପତ୍ନୀଙ୍କ ନାମରେ କିଣିଲେ ଲାଭରେ ରହିବେ । ଭାରତରେ ଅନେକ ବ୍ୟାଙ୍କ ଏବଂ ହାଉସିଂ ଫାଇନାନ୍ସ କମ୍ପାନୀ ରହିଛି ।

ପୁରୁଷଙ୍କ ତୁଳନାରେ କମ୍ ସୁଧ ହାରରେ ମହିଳାମାନଙ୍କୁ ଋଣ ମିଳିଥାଏ । ବିଶେଷ କରି ମହିଳାମାନଙ୍କ ପାଇଁ ଅନେକ ବ୍ୟାଙ୍କରେ ଏବଂ ହାଉସିଂ ଫାଇନାନ୍ସ କମ୍ପାନୀଗୁଡିକରେ ଅନେକ ଯୋଜନା ରହିଛି । ଯଦି ଆପଣ ନିଜ ପତ୍ନୀଙ୍କ ନାମରେ ହୋମ୍ ଲୋନ ନେଉଛନ୍ତି ତେବେ ଆପଣ ଅଳ୍ପ ସୁଧ ହାରରେ ଘର କିଣିପାରିବେ ।

ଘର କିଣିବା ସମୟରେ ଅନେକ କାଗଜ ପତ୍ର କାମ କରିବା ପାଇଁ ପଡିଥାଏ । ଯେପରିକି ଘର ରେଜିଷ୍ଟ୍ରୀ କରିବା ପାଇଁ ପଡିଥାଏ ଏଥିପାଇଁ ଆପଣଙ୍କୁ ଷ୍ଟାମ୍ପ ଡ୍ୟୁଟି ଦେବା ପାଇଁ ପଡିଥାଏ । ଷ୍ଟାମ୍ପ ଡ୍ୟୁଟିରେ ପାଇଁ ମଧ୍ୟ ବହୁତ ଟଙ୍କା ଦେବା ପାଇଁ ପଡିଥାଏ । କିନ୍ତୁ ଭାରତରେ ଏପରି ଅନେକ ରାଜ୍ୟ ଅଛି ଯେଉଁଠାରେ ମହିଳାମାନଙ୍କୁ ପୁରୁଷଙ୍କ ତୁଳନାରେ କମ୍ ଷ୍ଟାମ୍ପ ଡ୍ୟୁଟି ଦେବାକୁ ପଡିବ।

ଯଦି ତୁଳନା କରାଯାଏ, ସାଧାରଣତଃ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କୁ ୨ ରୁ ୩ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ଛାଡ ଦିଆଯାଏ । ଉଦାହରଣ ସ୍ୱରୂପ, ଦିଲ୍ଲୀରେ ପୁରୁଷମାନଙ୍କୁ ୬% ଷ୍ଟାମ୍ପ ଡ୍ୟୁଟି ଦେବାକୁ ପଡିଥାଏ ହେଲେ ମହିଳାମାନଙ୍କୁ କେବଳ ୪% ଷ୍ଟାମ୍ପ ଡ୍ୟୁଟି ଦେବାକୁ ପଡିଥାଏ, ଯାହା ପୁରୁଷଙ୍କ ତୁଳନାରେ ଦୁଇ ପ୍ରତିଶତ କମ୍ । ଉତ୍ତରପ୍ରଦେଶରେ ପୁରୁଷମାନଙ୍କୁ ୭% ଷ୍ଟାମ୍ପ ଡ୍ୟୁଟି ଦେବାକୁ ପଡିଥାଏ ହେଲେ ମହିଳାମାନଙ୍କୁ ମାତ୍ର ୫% ଦେବାକୁ ପଡିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+