Get Updates
Get notified of breaking news, exclusive insights, and must-see stories!

ବାତ୍ୟା ମାଣ୍ତୋସ୍: ତାମିଲନାଡୁକୁ ସତର୍କତା, ଘଣ୍ଟାପ୍ରତି ୭୦ କି.ମି ବେଗରେ ପବନ ବହିବପାରେ

ବାତ୍ୟା ମାଣ୍ତୋସ୍: ତାମିଲନାଡୁକୁ ସତର୍କତା, ଘଣ୍ଟାପ୍ରତି ୭୦ କି.ମି ବେଗରେ ପବନ ବହିବପାରେ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଭୟଙ୍କ ସାମୁଦ୍ରିକ ଝଡ଼ 'ମାଣ୍ତୋସ୍' ବାତ୍ୟାର ରୂପ ନେଇଛି । ବାତ୍ୟା ପ୍ରଭାବରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀରେ ୟେଲୋ ଆଲର୍ଟ ଜାରି କରାଯାଇଛି ।

cyclone

ଆଞ୍ଚଳିକ ପାଣି ପାଗର ସୂଚନା ଅନୁସାରେ, ବାତ୍ୟା 'ମାଣ୍ତୋସ୍' କରାଇକାଲର ପୂର୍ବ-ଦକ୍ଷିଣ ପୂର୍ବ ଦିଗଠାରୁ ୨୪୦ କି.ମି ଦୂରରେ କେନ୍ଦ୍ରୀଭୂତ ରହିଛି । ଏହା ପଶ୍ଚିମ- ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଯାହାର ପ୍ରଭାବ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀରେ ପଡିବାର ସମ୍ଭାବନା ରହିଛି । ସୂଚନା ଅନୁସାରେ ପୁଡୁଚେରୀରେ ଏବଂ ଶ୍ରୀହରିକୋଟା ଦେଇ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୦ କି.ମି ରହିବ । ଡିସେମ୍ବର ୯ ମଧ୍ୟ ରାତ୍ରରେ ଏହା ଅତିକ୍ରମ କରିବ ।

ଅନ୍ୟପଟେ ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ନଥିଲେ ମଧ୍ୟ ବାତ୍ୟାର ବାହ୍ୟବଳୟ ସହ ଜଡ଼ିତ ମେଘ ସମୂହ ପ୍ରଭାବରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୧୦ ତାରିଖ ଦିନ ଏହି ସବୁ ଅଞ୍ଚଳରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+