ଏହି ସମସ୍ତ OTT'ପ୍ଲାଟଫର୍ମରେ ଫ୍ରି'ରେ ଦେଖନ୍ତୁ ସିନେମା ଏବଂ ସିରିଜ୍
Free OTT Apps: ଆଜି ହେଉଛି OTT'ର ଯୁଗ । ଦିନକୁ ଦିନ ଓଟିଟିର ଚାହିଦା ବଢିବାରେ ଲାଗିଛି । ପ୍ରାୟତଃ ପ୍ରତି ସପ୍ତାହରେ ଅନେକ ୱେବ୍ ସିରିଜ୍ ଏବଂ ଚଳଚ୍ଚିତ୍ର OTT ରେ ରିଲିଜ୍ ହେଉଛି । ଲୋକେ ମଧ୍ୟ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ଓ ୱେବ୍ ସିରିଜିର ମଜା ନେବା ପାଇଁ ପଛାଉ ନାହାଁନ୍ତି । ଏପରି ପରିସ୍ଥିତିରେ, ଯଦି ଆପଣ କୌଣସି OTT ଆପର ମାଗଣା ସବସ୍କ୍ରିପସନ୍ ପାଆନ୍ତି,ତେବେ ଆପଣଙ୍କ ପ୍ରତିଟି ୱିକେଣ୍ତ ଏବଂ ପ୍ରତିଦିନ ସ୍ପେସାଲ ରହିବ । ଆଜି ଆମେ କିଛି ଏପରି ଆପ୍ ବିଷୟରେ ଆପଣଙ୍କୁ ସୂଚନା ଦେବୁ ଯେଉଁଥିରେ ଆପଣ ସମ୍ପୁର୍ଣ୍ଣ ମାଗଣାରେ ଫିଲ୍ମ ଏବଂ ୱେବ୍ ସିରିଜ୍ ଦେଖିପାରିବେ ।
ଜିଓ ସିନେମା
ଯଦି ଆପଣ ଜିଓ ନମ୍ବର ବ୍ୟବହାର କରନ୍ତି ତେବେ ଆପଣ ଜିଓ ସିନେମା ଆପରେ ମାଗଣାରେ ଚଳଚ୍ଚିତ୍ର ଏବଂ ସିରିଜ୍ ଦେଖିପାରିବେ । ଯଦି ଆପଣଙ୍କର ଜିଓ ସିମ୍ ନାହିଁ ତେବେ ଆପଣ କୌଣସି ଜିଓ ନମ୍ବର ଦେଇ ଏହି ଆପ୍ ଡାଉନଲୋଡ୍ କରିପାରିବେ ଏବଂ ସିନେମାର ମଜା ନେଇପାରିବେ ।

ଏମଏକ୍ସ ପ୍ଲେୟାର୍
ଏମଏକ୍ସ ପ୍ଲେୟାରରେ ମଧ୍ୟ ଆପଣ ପୁରା ମାଗଣାରେ ଅନେକ ଚଳଚ୍ଚିତ୍ର ଏବଂ ୱେବ୍ ସିରିଜର ମଜା ନେଇପାରିବେ । ଅନେକ ବଲିଉଡ ଅଭିନେତା-ଅଭିନେତ୍ରୀଙ୍କ ଦମଦାର ଫିଲ୍ମ ଏବଂ ସିରିଜ୍ ଦେଖି ପାରିବେ । ଯେପରିକି ବବି ଦେୱଲଙ୍କ ୱେବ୍ ସିରିଜ୍ ଆଶ୍ରମ ମଧ୍ୟ ଦେଖିପାରିବେ ।
Voot ଆପ୍
ଖୁବ୍ କମ୍ ଲୋକ ଜାଣନ୍ତି ଯେ, Voot ଆପ୍ ହେଉଛି କଲର୍ସ ଟିଭିର ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ । ଏହି ଆପରେ ସିନେମା, ଫିଲ୍ମ ଆପଣ ବିନା ଟଙ୍କାରେ ଦେଖିପାରିବେ । ଏହି ଆପରେ କଲର୍ସ ଟିଭିର ସମସ୍ତ ଶୋ ଆପଣ ପୁରା ଫ୍ରିପେ ଦେଖି ପାରିବେ ।
Tubi
ଏହି ଆପରେ ଆପଣ ମାଗଣାରେ ହଲିଉଡ୍ ଚଳଚ୍ଚିତ୍ର ଏବଂ ସିରିଜ୍ ଉପଭୋଗ କରିପାରିବେ । ଯଦି ଆପଣ ବିଜ୍ଞାପନ ମୁକ୍ତ ଚଳଚ୍ଚିତ୍ର କିମ୍ବା ୱେବ୍ ସିରିଜ୍ ଦେଖିବାକୁ ଚାହାଁନ୍ତି, ତେବେ ଆପଣ ଏହାର Subscription ନେଇପାରିବେ ଯାହା ପରେ ଆପଣ ଅନେକ ପ୍ରକାରର ହଲିଉଡ୍ ଶୋ ଏବଂ ଚଳଚ୍ଚିତ୍ରର ମଜା ନେଇପାରିବେ ।
Xstreme
ମାଗଣାରେ ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ ଦେଖିବା ପାଇଁ Xstreme ଏକ ଭଲ ବିକଳ୍ପ । ଏହି ଆପ୍ ବ୍ୟବହାର କରିବାକୁ, ଆପଣଙ୍କର ଏକ ଏୟାରଟେଲ୍ ସିମ୍ ଥିବା ଦରକାର ।












Click it and Unblock the Notifications