ଭିଟାମିନ୍ ଡି'ଅଭାବରୁ ହୋଇପାରେ କ୍ୟାନ୍ସର !

Vitamin D Deficiency: ଭିଟାମିନ୍ ଡି ଆମ ଶରୀର ଏବଂ ସ୍ୱାସ୍ଥ୍ୟ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ, ଯାହା ହାଡ଼କୁ ମଜବୁତ କରିବାରେ ସାହାଯ୍ୟ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ। ସୂର୍ଯ୍ୟକିରଣରୁ ଆମେ ଶରୀରକୁ ଭିଟାମିନ୍ ଡି ମିଳିଥାଏ । ହେଲେ ବର୍ତ୍ତମାନ ବିଶ୍ୱର ଅଧା ଜନସଂଖ୍ୟା ଭିଟାମିନ୍ ଡି ଅଭାବରେ ପୀଡିତ।

Vitamin D Deficiency

ଭାରତରେ ପରିସ୍ଥିତି ଅଧିକ ଗମ୍ଭୀର। ଟାଟା ୧ ମିଗ୍ରା ଲ୍ୟାବର ଏକ ଅଧ୍ୟୟନ ଅନୁଯାୟୀ, ଦେଶର ପ୍ରାୟ ୭୬% ଲୋକ ଭିଟାମିନ ଡି ଅଭାବରେ ପୀଡିତ। ଏହାର ଅର୍ଥ ହେଉଛି ପ୍ରତି ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ମଧ୍ୟରେ ଭିଟାମିନ୍ ଡିର ଅଭାବ ରହିଛି। ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭିଟାମିନ ଡି ଅଭାବ କର୍କଟ ଭଳି ଗମ୍ଭୀର ରୋଗର କାରଣ ସାଜିପାରେ ।

ଭିଟାମିନ୍ ଡି ଶରୀରରେ କ୍ୟାଲସିୟମ ଏବଂ ଫସଫେଟ୍ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରେ, ଯାହା ଦ୍ଵାରା ହାଡ଼ ଏବଂ ଦାନ୍ତ ମଜବୁତ ହୋଇଥାଏ । ସେହିପରି ଭିଟାମିନ୍ ଡି ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ପ୍ରଭାବିତ କରେ। ଏକ ରିପୋର୍ଟ ଅନୁସାରେ, ଭିଟାମିନ୍ ଡି ଅଭାବରୁ କର୍କଟ ଭଳି ଗମ୍ଭୀର ରୋଗ ମଧ୍ୟ ହେବାର ସମ୍ଭାବନା ରହିଛି । ଭିଟାମିନ୍ ଡି ଅଭାବ କର୍କଟ ରୋଗର ଆଶଙ୍କା ବଢ଼ାଇଥାଏ, ବିଶେଷକରି ଏହାର ସିଧାସଳଖ ଲିଙ୍କ କୋଲନ, ସ୍ତନ, ପ୍ରୋଷ୍ଟେଟ୍ ଏବଂ ଫୁସଫୁସ କର୍କଟ ରୋଗ ସହିତ ରହିଥାଏ ।

୧. ଭିଟାମିନ୍ ଡି କୋଷଗୁଡ଼ିକର ସ୍ୱାଭାବିକ ବୃଦ୍ଧି ଏବଂ ବିଭାଜନକୁ ନିୟନ୍ତ୍ରଣ କରେ। ଏହାର ଅଭାବରେ କୋଷଗୁଡ଼ିକ ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇପାରେ, ଯାହା କର୍କଟ ରୋଗର ଆଶଙ୍କା ବଢ଼ାଇପାରେ।

୨. ଭିଟାମିନ ଡି ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଏହାର ଅଭାବ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିପାରେ, ଯାହା ଫଳରେ କର୍କଟ କୋଷଗୁଡ଼ିକ ବୃଦ୍ଧି ପାଇବାରେ ଆଶଙ୍କା ବୃଦ୍ଧି ପାଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+