କିଶୋର କୁମାରଙ୍କ ବଙ୍ଗଳାରେ କୋହଲୀ ଖୋଲିବେ ରେଷ୍ଟୁରାଣ୍ଟ
Virat Kohli Start Rrestaurant Kishore Kumar Bungalow Premises କିଶୋର କୁମାରଙ୍କ ବଙ୍ଗଳାରେ କୋହଲୀ ଖୋଲିବେ ରେଷ୍ଟୁରାଣ୍ଟ
ମୁମ୍ବାଇ: କଣ୍ଠଶିଳ୍ପୀ କିଶୋର କୁମାରଙ୍କ ବଙ୍ଗଳାରେ କ୍ରିକେଟର ବିରାଟ କୋହଲୀ ଖୋଲିବେ ରେଷ୍ଟୁରାଣ୍ଟ । ସୂଚନା ଅନୁସାରେ ବିରାଟ କୋହଲୀ ନୂଆ ରେଷ୍ଟୁରାଣ୍ଟ ଖୋଲିବା ପାଇଁ ଯାଉଛନ୍ତି । ଯାହା ପାଇଁ ସେ ସ୍ୱର୍ଗତ କିଶୋର କୁମାରଙ୍କ ଘରକୁ ଚୟନ କରିଛନ୍ତି । ରିପୋର୍ଟ ଅନୁସାରା ବିରାଟ ୫ ବର୍ଷ ପାଇଁ କିଶୋର କୁମାରଙ୍କ ମୁମ୍ବାଇ ଜୁହୁ ସ୍ଥିତ ଘରକୁ ଲିଜ୍ ରେ ନେଇଛନ୍ତି । ଏକ ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ବିରାଟ ଏଠି ଏକ ହାଇଗ୍ରେଡ ରେଷ୍ଟୁରାଣ୍ଟ ଖୋଲିବା ପାଇଁ ଯାଉଛନ୍ତି । ଏପରିକି ରେଷ୍ଟୁରାଣ୍ଟର କାମ ଶେଷ ହୋଇଛି । ସୂଚନା ଏହା ମଧ୍ୟ ରହିଛି ଯେ ଆସନ୍ତା ନଭେମ୍ବର ମାସରେ ବିରାଟ ନିଜ ନୂଆ ରେଷ୍ଟୁରାଣ୍ଟର ଓପନିଂ କରିପାରନ୍ତି । ତେବେ ଏହି ବିଷୟରେ କିଶୋର କୁମାରଙ୍କ ବଡ଼ ପୁଅ ଅମିତ କୁମାର ସୂଚାନ ଦେଇ କହିଛନ୍ତି ଯେ ତାଙ୍କ ସାନ ଭାଇଙ୍କ ସହ କିଛି ଦିନ ପୂର୍ବରୁ ବିରାଟ ଭେଟି ରେଷ୍ଟୁରାଣ୍ଟ ବିଷୟରେ ଆଲୋଚନା କରିବା ସହ ଘର ଭଡାକୁ ନେଇ ମଧ୍ୟ ଆଲୋଚନା କରିଥିଲେ । ଯାହା ପରେ ଏବେ ଏହି ବଙ୍ଗଳାକୁ ବିରାଟ ୫ ବର୍ଷ ପାଇଁ ଲିଜ୍ ରେ ନେଇଛନ୍ତି ।

ତେବେ ବିରାଟ ଯେଉଁ ବଙ୍ଗଳାରେ ରେଷ୍ଟୁରାଣ୍ଟ ଖୋଲିବାକୁ ଯାଉଛନ୍ତି ସେଠି କିଶୋର କୁମାର ରହୁଥିଲେ । ଯାହାର ନାଁ ଗୌର କୁଞ୍ଜ । ଏହି ଘରକୁ ନେଇ ୨୦୧୮ ମସିହାରେ ବିବାଦ ଦେଖିବା ପାଇଁ ମିଳିଥିଲା । ପୂର୍ବରୁ ମଧ୍ୟ ଜଣେ ବ୍ୟକ୍ତି ଏହି ବଙ୍ଗଳାରେ ରେଷ୍ଟୁରାଣ୍ଟ ଖୋଲିବା ଲାଗି ୩ ବର୍ଷ ପାଇଁ ଲିଜରେ ନେଇଥିଲେ ।












Click it and Unblock the Notifications