ଲଣ୍ତନରେ ଏପରି ଅନ୍ଦାଜରେ ନଜର ଆସିଲେ ବିରାଟ-ଅନୁଷ୍କା
Virat Kohli: ଆଜିକାଲି ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବର୍ତ୍ତମାନ ଉପଭୋଗ କରୁଛନ୍ତି। ତାଙ୍କର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିକଟରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଭାଇରାଲ ହେଉଥିବା ଭିଡିଓ ଲଣ୍ଡନର ବୋଲି ଦାବି କରାଯାଉଛି । ହେଲେ କିଛି ଉପଭୋକ୍ତା କହିଛନ୍ତି ଯେ ଏହି ଭିଡିଓ ପୁରୁଣା ଏବଂ ଏହା ନ୍ୟୁଜିଲ୍ୟାଣ୍ଡରେ ବୋଲି ।

ଭିଡିଓରେ ଅନୁଷ୍କା ଏବଂ ବିରାଟ କୋହଲି ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଛି। ତାଙ୍କ ହାତରେ ସପିଂ ବ୍ୟାଗ ଦେଖିବା ପାଇଁ ମିଳୁଛି । ଏହି ଭିଡିଓରେ ଅନୁଷ୍କାଙ୍କୁ ଧଳା ଟପ୍ ଏବଂ କଳା ପ୍ୟାଣ୍ଟରେ ପିନ୍ଧିଥିବାର ଦେଖିବା ପାଇଁ ମିଳୁଛି । ବିରାଟ କୋହଲି ଗୋଲାପୀ ଟି-ସାର୍ଟ ଏବଂ କ୍ୟାପ ପିନ୍ଧିଥିବାର ନଜର ଆସୁଛନ୍ତି ।
ଅନୁଷ୍କା ଏବଂ ବିରାଟ ଦୀର୍ଘ ଦିନ ଧରି ନିଜ ପିଲାଙ୍କ ସହ ଲଣ୍ତନରେ ଅଛନ୍ତି । ହେଲେ ନିକଟରେ ଚର୍ଚ୍ଚା ହେଉଥିଲା ଯେ ଅନୁଷ୍କା ଭାରତ ଫେରି ପାରନ୍ତି । ହେଲେ ଏନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।












Click it and Unblock the Notifications