ବିଚ୍ ରାସ୍ତାରେ ମୃତ୍ୟୁର ଖେଳ ! ଆଶ୍ଚର୍ଯ୍ୟ କଲା ପରି ଭିଡିଓ ହେଲା ଭାଇରାଲ
Cars Street Fight In Karnaraka: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆଶ୍ଚର୍ଯ୍ୟ କଲା ପରି ଏକ ଭିଡିଓ । ଯାହା ଆପଣଙ୍କ ହୋସ୍ ଉଡାଇଦେବ । ଏଥିରେ ଦୁଇ କାର୍ ଡ୍ରାଇଭର ନିଜ ଶକ୍ତି ପ୍ରଦର୍ଶନ କରି ପରସ୍ପରକୁ ଅନେକ ଥର ଧକ୍କା ଦେଇଥିବାର ଦେଖିବାକୁ ମିଳୁଛି । ଏହାପରେ ବିଚ୍ ରାସ୍ତାରେ ଆରମ୍ଭ ହୋଇଯାଏ ମୃତ୍ୟୁର ଖେଳ । ଗୋଟିଏ କାର ଦୃତ ବେଗରେ ପଛକୁ ବୁଲି ଅନ୍ୟ ଗାଡ଼ିକୁ ଧକ୍କା ଦେଉଛି । ଏହାପେର ଗାଡ଼ି ଭିତରୁ କିଛି ଲୋକ ବାହାରୁଛନ୍ତି ଏବଂ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି ।
Very bad state of affairs
Gang War at Udupi
Incident happened recently late night, 2 groups fought on Udupi Manipal Highway near Kunjibettu
Where is the younger generation heading ???
Stringent action should be taken against all these culprits pic.twitter.com/EVAstmKumR
— Dr Durgaprasad Hegde (@DpHegde) May 25, 2024
ଝଗଡା ମଧ୍ୟରେ ଜଣେ ବ୍ୟକ୍ତି ପ୍ରଥମେ ଏକ ବାଡ଼ିରେ ଗାଡିକୁ ପିଟୁଥିବାର ଦେଖିବାକୁ ମିଳୁଛି, ପରେ କାର୍ ଟି ଉକ୍ତ ବ୍ୟକ୍ତିଙ୍କୁ ଧକ୍କା ଦେଉଛି ଫଳରେ ସେ ଆହତ ହୋଇ ତଳେ ପଡିଯାଉଛନ୍ତି । କର୍ଣ୍ଣାଟକ ରାସ୍ତାର ଏହି ଭୟଙ୍କର କାଣ୍ତକୁ ଜଣେ ବ୍ୟକ୍ତି ମୋବାଇଲରେ ରେକର୍ଡ କରିଥିଲେ। ଯାହା ବର୍ତ୍ତମାନ ସୋଲିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଡୁପି-ମଣିପାଲ ରାଜପଥରେ କୁଞ୍ଜୀ ବିଟୁ ନିକଟରେ ଏହି ଘଟଣା ଘଟିଛି। ଏଠାରେ 18 ମଇ ରାତିରେ ଦୁଇଟି କାର ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । କାରରେ ଥିବା ଲୋକମାନଙ୍କ ମଧ୍ୟରେ ଶତ୍ରୁତା ଥିବା ନେଇ ମନେ ହେଉଛି । ପ୍ରଥମେ ଏକ କାରରୁ କାର୍ ଧକ୍କା ହୋଇଥିଲା, ପରେ ଲୋକମାନେ ଉଭୟ କାରରୁ ଓହ୍ଲାଇ ପରସ୍ପର ସହ ସଂଘର୍ଷ କରିଛନ୍ତି ।

ମୃତ୍ୟୁର ଏହି ଖେଳକୁ ଜଣେ ଡାକ୍ତର ନିଜ ଫୋନରେ ରେକର୍ଡ କରିଥିଲେ । ସେ ଏହି ଭିଡିଓ ପୋଷ୍ଚ କରି ଲେଖିଛନ୍ତି ଏହା ଅତ୍ୟନ୍ତ ଦୁଃଖ ଦାୟକ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଉଦୁପି-ମଣିପାଲ ରାଜପଥରେ କୁଞ୍ଜୀ ବିଟୁ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା । ପୋଲିସ ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରିଥିବାବେଳେ ଚାରିଜଣ ଫେରାର ଅଛନ୍ତି । ଉକ୍ତ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ।












Click it and Unblock the Notifications