ନାଚୁ ନାଚୁ ଚାଲିଗଲା ଜୀବନ, ମଞ୍ଚ ଉପରେ ହେଲା ମୃତ୍ୟୁ

ନାଚୁ ନାଚୁ ଚାଲିଗଲା ଜୀବନ, ମଞ୍ଚ ଉପରେ ହେଲା ମୃତ୍ୟୁ

ଶ୍ରୀନଗର: ପାର୍ବତୀ ସାଜି ମଞ୍ଚ ଉପରେ ଦର୍ଶକଙ୍କ ମନୋରଞ୍ଜନ କରୁଥିଲେ । ସାମ୍ନାରେ ବସିଥିବା ଲୋକେ ଆନନ୍ଦରେ ମୋବାଇଲରେ ନେଉଥିଲେ ଭିଡିଓ । ହେଲେ କେହି କିଛି ବୁଝିବା ପୂର୍ବରୁ ମହିଳା ଜଣକ ଟଳି ପଡିଥିଲେ । ଷ୍ଟେଜ୍ ଉପରେ ଘଟିଲା ମୃତ୍ୟୁ । ଏପିରି ଘଟଣା ଦେଖିବା ପାଇଁ ମିଳିଛି ଜାମ୍ମୁ ବିଷ୍ଣୌଇ ତହସିଲର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ । ଯେଉଁ ଭିଡିଓ ଏବେ ସୋସିଆଲ ମଡିଆରେ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ଚକିତ କରୁଛି ।

କାର୍ଯ୍ୟକ୍ରମରେ ଯୋଗେଶ ଗୁପ୍ତା ନାମକ ଜଣେ ବ୍ୟକ୍ତି ପାର୍ବତୀଙ୍କ ରୂପରେ ସଜେଇ ହୋଇ ନାଚୁଥିଲେ । ହଟାତ୍ ମଞ୍ଚ ଉପରେ ତାଙ୍କ ସ୍ୱାସ୍ଥ୍ୟ ଅବାସ୍ଥା ବିଗିଡିଯାଇଥିଲା ଓ ସେ ହଟାତ୍ ତଳେ ପଡିଯାଇଥିଲେ । ଆଉ ଜଣେ କଳାକାର ତାଙ୍କୁ ଆସି ଉଠାଇଥିଲେ । ହେଲେ ସେତେବେଳଙ୍କୁ ଗୁପ୍ତା ଚେତାଶୂନ୍ୟ ହୋଇ ପଡିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ ହେଲେ ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ହୃତଘାତରେ ଯୋଗେଶଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ରହିଛି ।

Artiste Collapses On Stage

ତେବେ ଦିନକୁ ଦିନ ଏପରି ଘଟଣା ବଢିବାରେ ଲାଗିଛି । ଅନେକ ସ୍ଥାନରୁ ଏପରି ଘଟଣା ଏବେ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳୁଛି । ପୂର୍ବରୁ ମୈନପୁରୀରେ ଜଣେ ବ୍ୟକ୍ତି ହନୁମାନ ସାଜି ନାଚୁଥିବା ସମୟରେ ହୃତଘାତରେ ତାଙ୍କର ମୃତ୍ୟୁ ଘଟିଥିଲା । ସେହିପରି ଉତ୍ତର ପ୍ରଦେଶ ବରେଲିରେ ଜଣେ ବ୍ୟକ୍ତି ଜନ୍ମଦିନରେ ନାଚିବା ସମୟରେ ସେ ମଧ୍ୟ ସମାନ ଢଙ୍ଗରେ ହୃତଘାତର ଶିକାର ହୋଇଥିଲେ । ଏହି ଭିଡିଓଟି ଏବେ ଭାଇରାଲ ହୋରେ ଲାଗିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+