ଘରଭଡ଼ା ଦେଉଛନ୍ତି କି ? ମାଲିକଙ୍କୁ ତଳିତଳାନ୍ତ କରିଦେଇପାରେ ଏହି କାରଣ
Vastu Tips: ଆମେ ଘରଟିଏ ତୋଳିବା ଆଗରୁ ବିଭିନ୍ନ ପୂଜାର୍ଚ୍ଚନା ସହ ବାସ୍ତୁଶାସ୍ତ୍ର ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି । ଘରର କେଉଁ କୋଣରେ କଣ ରହିବା ଉଚିତ୍, ପ୍ରବେଶ ପଥ ଠାରୁ ରୋଷେଇ ଘର, ଶୟନ କକ୍ଷ ଏବଂ ଠାକୁର ଘର କେଉଁ ସ୍ଥାନରେ ରହିବା ଉଚିତ୍ ତା ଉପରେ ରହିଛି ଅନେକ ବିଶେଷ କାରଣ । ଏହି ବାସ୍ତୁ ନିୟମରେ ଭୁଲ୍ ହେବା ଘର ମାଲିକଙ୍କ ପ୍ରତି ବିପତ୍ତି ଆଣିପାରେ । ଏପରିକି ଗୃହକର୍ତ୍ତା ତଥା ପରିବାରର କ୍ଷତି ହେବା ସହ ମାନସିକ ଏବଂ ଶାରିରୀକ କ୍ଷତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ପଞ୍ଚମହାଭୁତ ଅର୍ଥାତ୍ ଜଳ, ବାୟୁ, ଅଗ୍ନି, ପୃଥିବୀ ଓ ଆକାଶ ଦ୍ୱାରା ପରିଚାଳିତ ଆମ ଏ ଦୁନିଆ ସମସ୍ତ ଶକ୍ତିର ଉତ୍ପତ୍ତି ସ୍ଥଳ । ଏଣୁ ଗୃହକର୍ତ୍ତା ଘରେ ନିଜେ ରୁହନ୍ତୁ କି କାହାକୁ ଭଡାରେ ରଖନ୍ତୁ, ବାସ୍ତୁର ପ୍ରଭାବ ଘରେ ରହୁଥିବା ଲୋକଙ୍କ ସହ ଘର ମାଲିକଙ୍କ ଉପରେ ପଡିଥାଏ । ତେଣୁ ଘର ସବୁବେଳେ ବାସ୍ତୁ ନିୟମରେ ହେବା ଆବଶ୍ୟକ । ତେବେ ଯଦି ଘର ଭଡ଼ାରେ ଦେଉଛନ୍ତି, ତେବେ ଘରର କେଉଁ କୋଣ ତଥା କେଉଁ ଅଂଶ ଭଡ଼ା ଦିଆଯିବ ସେ ନେଇ ମଧ୍ୟ କିଛି ନିୟମ ରହିଛି ।

ଯଦି ଗୋଟେ ଗ୍ରାଉଣ୍ଡ୍ ଫ୍ଲୋର୍ର କିଛି ଅଂଶ ଭଡା ଦେଇ ଅନ୍ୟ ଅଂଶରେ ନିଜେ ଗୃହକର୍ତ୍ତା ଯଦି ରହୁଥାନ୍ତି ତେବେ କିପରି ସେହି ସ୍ଥାନର ବାସ୍ତୁ ଗୃହବାସୀ ଓ ଗୃହକର୍ତ୍ତାଙ୍କୁ ପ୍ରଭାବିତ କରିଥାଏ । ଘର ପୂର୍ବ ମୁଖା, ପଶ୍ଚିମ ମୁଖା, ଉତ୍ତର ମୁଖା, ଦକ୍ଷିଣ ମୁଖା, ଉତ୍ତର -ପୂର୍ବ (ଐଶାନ୍ୟ) ମୁଖା, ଆଗ୍ନେୟ (ଦକ୍ଷିଣ-ପୂର୍ବ) ମୁଖା, ବାୟବ୍ୟ (ଉତ୍ତର-ପଶ୍ଚିମ) କିମ୍ବା ନୈଋତ୍ୟ (ଦକ୍ଷିଣ-ପଶ୍ଚିମ) ମୁଖା ହୋଇପାରେ । ଗୃହ ଯେଉଁ ମୁଖା ହେଇଥାଉ, ଗୃହର ଗୋଟେ ଫ୍ଲୋର୍କୁ ଏହିପରି ଭାବରେ ଭାଗ କରି ଭଡା ଦେବା କଥା ଯେମିତି ଗୃହକର୍ତ୍ତା ରହୁଥିବା ସ୍ଥାନଟି ବର୍ଗାକାର କିମ୍ବା ଆୟତ୍ତାକାର ହେବ ।
ଘର ଯେଉଁ ଆଡ଼କୁ ମୁହଁ କରୁନା କାହିଁକି ଐଶାନ୍ୟ (ଉତ୍ତର-ପୂର୍ବ) ଭାଗ କିମ୍ବା ନୈଋତ ଭାଗ (ଦକ୍ଷିଣ-ପଶ୍ଚିମ) ଭାଗ ଭଡା ଦେବା କଥା ନୁହେଁ । ତେବେ ଦକ୍ଷିଣ, ପଶ୍ଚିମ ଭାଗ ଭଡା ନବା ସହିତ ଦକ୍ଷିଣ-ପଶ୍ଚିମ(ନୈଋତ) ଏରିଆ ଭଡା ଦେଲେ କୌଣସି ଅସୁବିଧା ନାହିଁ ।
ଘରର କେବଳ ଦକ୍ଷିଣ-ପଶ୍ଚିମ (ନୈଋତ) ଭାଗଟି ଯଦି ଭଡା ଦିଆଯାଏ ତେବେ ସେହି ଭାଗରେ ଯେଉଁ ବ୍ୟକ୍ତି 3 ବର୍ଷରୁ ଅଧିକ ରହିଯାଏ ତେବେ ସେହି ବ୍ୟକ୍ତିର ମାନସିକ ସ୍ଥିତି ଏହିପରି ପ୍ରଭାବିତ ହେବ ଯେ ଗୃହକର୍ତ୍ତା ବା ଘର ମାଲିକ ସହ ସମ୍ପର୍କ ଦିନକୁ ଦିନ ଖରାପ ହେବାକୁ ଲାଗିବ ଏବ ପରିସ୍ଥିତି ଏମିତି ବି ହୋଇପାରେ ଯେ ଯାହା ଶତୃତା ପରିସ୍ଥିତି ସୃଷ୍ଟି କରିବ ।
ଏନେଇ ଭଡା ଦେଲାବେଳେ ଏଥିପ୍ରତି ସତର୍କ ରହିବା ଉଚିତ । ଯଦି ଐଶାନ୍ୟ (ଉତ୍ତର ପୂର୍ବ) ଭାଗଟି ଭଡା ଦେଇ ଦିଆଯାଏ ତେବେ ଗୃହକର୍ତ୍ତାଙ୍କ ସୁଖ ସମୃଦ୍ଧି ଉପରେ ଖରାପ ପ୍ରଭାବ ପଡିଥାଏ । ମାନସିକ ଏବଂ ଶାରିରୀକ ସ୍ଥିତି ଦିନକୁ ଦିନ ଖରାପ ହେବାକୁ ଲାଗେ ।
ଏଣୁ ମନେରଖିବା ଦରକାର, ନିଜେ ରହିବା ପାଇଁ ବାସ୍ତୁର ନିମୟ ଯେତିକି ଉପଯୋଗୀ ଠିକ୍ ସେମିତି ବାସ୍ତୁରେ ଗୃହକୁ ଭଡା ଦେବାର ନିୟମ ମଧ୍ୟ ସେତିକି ଉପଯୋଗୀ ।
Vastu Tips: This Side of House Rent may ruined owner
Vastu, vastu tips, hosue rent, rent house vastu tips, vastu tips for rented house, This Side of House Rent may ruined owner, ବାସ୍ତୁ, ବାସ୍ତୁଦୋଷ ବାସ୍ତୁ ନିୟମ
Vastu tips, vastu, astrology
ଘରଭଡ଼ା ଦେଉଛନ୍ତି କି ? ମାଲିକଙ୍କୁ ତଳିତଳାନ୍ତ କରିଦେଇପାରେ ଏହି କାରଣ
Vastu Tips: ଆମେ ଘରଟିଏ ତୋଳିବା ଆଗରୁ ବିଭିନ୍ନ ପୂଜାର୍ଚ୍ଚନା ସହ ବାସ୍ତୁଶାସ୍ତ୍ର ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି । ଘରର କେଉଁ କୋଣରେ କଣ ରହିବା ଉଚିତ୍, ପ୍ରବେଶ ପଥ ଠାରୁ ରୋଷେଇ ଘର, ଶୟନ କକ୍ଷ ଏବଂ ଠାକୁର ଘର କେଉଁ ସ୍ଥାନରେ ରହିବା ଉଚିତ୍ ତା ଉପରେ ରହିଛି ଅନେକ ବିଶେଷ କାରଣ । ଏହି ବାସ୍ତୁ ନିୟମରେ ଭୁଲ୍ ହେବା ଘର ମାଲିକଙ୍କ ପ୍ରତି ବିପତ୍ତି ଆଣିପାରେ । ଏପରିକି ଗୃହକର୍ତ୍ତା ତଥା ପରିବାରର କ୍ଷତି ହେବା ସହ ମାନସିକ ଏବଂ ଶାରିରୀକ କ୍ଷତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ପଞ୍ଚମହାଭୁତ ଅର୍ଥାତ୍ ଜଳ, ବାୟୁ, ଅଗ୍ନି, ପୃଥିବୀ ଓ ଆକାଶ ଦ୍ୱାରା ପରିଚାଳିତ ଆମ ଏ ଦୁନିଆ ସମସ୍ତ ଶକ୍ତିର ଉତ୍ପତ୍ତି ସ୍ଥଳ । ଏଣୁ ଗୃହକର୍ତ୍ତା ଘରେ ନିଜେ ରୁହନ୍ତୁ କି କାହାକୁ ଭଡାରେ ରଖନ୍ତୁ, ବାସ୍ତୁର ପ୍ରଭାବ ଘରେ ରହୁଥିବା ଲୋକଙ୍କ ସହ ଘର ମାଲିକଙ୍କ ଉପରେ ପଡିଥାଏ । ତେଣୁ ଘର ସବୁବେଳେ ବାସ୍ତୁ ନିୟମରେ ହେବା ଆବଶ୍ୟକ । ତେବେ ଯଦି ଘର ଭଡ଼ାରେ ଦେଉଛନ୍ତି, ତେବେ ଘରର କେଉଁ କୋଣ ତଥା କେଉଁ ଅଂଶ ଭଡ଼ା ଦିଆଯିବ ସେ ନେଇ ମଧ୍ୟ କିଛି ନିୟମ ରହିଛି ।
ଯଦି ଗୋଟେ ଗ୍ରାଉଣ୍ଡ୍ ଫ୍ଲୋର୍ର କିଛି ଅଂଶ ଭଡା ଦେଇ ଅନ୍ୟ ଅଂଶରେ ନିଜେ ଗୃହକର୍ତ୍ତା ଯଦି ରହୁଥାନ୍ତି ତେବେ କିପରି ସେହି ସ୍ଥାନର ବାସ୍ତୁ ଗୃହବାସୀ ଓ ଗୃହକର୍ତ୍ତାଙ୍କୁ ପ୍ରଭାବିତ କରିଥାଏ । ଘର ପୂର୍ବ ମୁଖା, ପଶ୍ଚିମ ମୁଖା, ଉତ୍ତର ମୁଖା, ଦକ୍ଷିଣ ମୁଖା, ଉତ୍ତର -ପୂର୍ବ (ଐଶାନ୍ୟ) ମୁଖା, ଆଗ୍ନେୟ (ଦକ୍ଷିଣ-ପୂର୍ବ) ମୁଖା, ବାୟବ୍ୟ (ଉତ୍ତର-ପଶ୍ଚିମ) କିମ୍ବା ନୈଋତ୍ୟ (ଦକ୍ଷିଣ-ପଶ୍ଚିମ) ମୁଖା ହୋଇପାରେ । ଗୃହ ଯେଉଁ ମୁଖା ହେଇଥାଉ, ଗୃହର ଗୋଟେ ଫ୍ଲୋର୍କୁ ଏହିପରି ଭାବରେ ଭାଗ କରି ଭଡା ଦେବା କଥା ଯେମିତି ଗୃହକର୍ତ୍ତା ରହୁଥିବା ସ୍ଥାନଟି ବର୍ଗାକାର କିମ୍ବା ଆୟତ୍ତାକାର ହେବ ।
ଘର ଯେଉଁ ଆଡ଼କୁ ମୁହଁ କରୁନା କାହିଁକି ଐଶାନ୍ୟ (ଉତ୍ତର-ପୂର୍ବ) ଭାଗ କିମ୍ବା ନୈଋତ ଭାଗ (ଦକ୍ଷିଣ-ପଶ୍ଚିମ) ଭାଗ ଭଡା ଦେବା କଥା ନୁହେଁ । ତେବେ ଦକ୍ଷିଣ, ପଶ୍ଚିମ ଭାଗ ଭଡା ନବା ସହିତ ଦକ୍ଷିଣ-ପଶ୍ଚିମ(ନୈଋତ) ଏରିଆ ଭଡା ଦେଲେ କୌଣସି ଅସୁବିଧା ନାହିଁ ।
ଘରର କେବଳ ଦକ୍ଷିଣ-ପଶ୍ଚିମ (ନୈଋତ) ଭାଗଟି ଯଦି ଭଡା ଦିଆଯାଏ ତେବେ ସେହି ଭାଗରେ ଯେଉଁ ବ୍ୟକ୍ତି 3 ବର୍ଷରୁ ଅଧିକ ରହିଯାଏ ତେବେ ସେହି ବ୍ୟକ୍ତିର ମାନସିକ ସ୍ଥିତି ଏହିପରି ପ୍ରଭାବିତ ହେବ ଯେ ଗୃହକର୍ତ୍ତା ବା ଘର ମାଲିକ ସହ ସମ୍ପର୍କ ଦିନକୁ ଦିନ ଖରାପ ହେବାକୁ ଲାଗିବ ଏବ ପରିସ୍ଥିତି ଏମିତି ବି ହୋଇପାରେ ଯେ ଯାହା ଶତୃତା ପରିସ୍ଥିତି ସୃଷ୍ଟି କରିବ ।
ଏନେଇ ଭଡା ଦେଲାବେଳେ ଏଥିପ୍ରତି ସତର୍କ ରହିବା ଉଚିତ । ଯଦି ଐଶାନ୍ୟ (ଉତ୍ତର ପୂର୍ବ) ଭାଗଟି ଭଡା ଦେଇ ଦିଆଯାଏ ତେବେ ଗୃହକର୍ତ୍ତାଙ୍କ ସୁଖ ସମୃଦ୍ଧି ଉପରେ ଖରାପ ପ୍ରଭାବ ପଡିଥାଏ । ମାନସିକ ଏବଂ ଶାରିରୀକ ସ୍ଥିତି ଦିନକୁ ଦିନ ଖରାପ ହେବାକୁ ଲାଗେ ।
ଏଣୁ ମନେରଖିବା ଦରକାର, ନିଜେ ରହିବା ପାଇଁ ବାସ୍ତୁର ନିମୟ ଯେତିକି ଉପଯୋଗୀ ଠିକ୍ ସେମିତି ବାସ୍ତୁରେ ଗୃହକୁ ଭଡା ଦେବାର ନିୟମ ମଧ୍ୟ ସେତିକି ଉପଯୋଗୀ ।

Click it and Unblock the Notifications