Happy Promise Day: ସାତ ଜନମ ପାଇଁ ତୁମେ ମୋର ଆଉ ମୁଁ ତୁମର
ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ୍ ବା ପ୍ରେମସପ୍ତାହ । ନିଜର ସାଥୀ ସହ ପ୍ରତି ମୁହୂର୍ତ୍ତକୁ ସ୍ମରଣୀୟ କରିବେ ସେ ନେଇ ବେଶ୍ ଉତ୍ସାହିତ ପ୍ରେମୀ ଯୁଗଳ । ଏଥିପାଇଁ ତ ପ୍ରଥମ ଦିନ ରୋଜ୍ ଡେ', ଦ୍ୱିତୀୟ ଦିନ ପ୍ରପୋଜ ଡେ', ତୃତୀୟ ଦିନ ଚକୋଲେଟ୍ ଡେ', ଚତୁର୍ଥ ଦିନ ଟେଡି ଡେ' ପାଳନ କରି ସ୍ମୃତିକୁ ତାଜା କରିସାରିଛନ୍ତି ।
୫ମ ଦିବସକୁ ପ୍ରମିଜ୍ ଡେ' ବା ଶପଥ ଦିବସ ଭାବେ ପାଳନ କରିଥାନ୍ତି ଦୁଇ ପ୍ରେମପକ୍ଷୀ। ଏହିଦିନ ଜଣେ ଜଣଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା, ଭଲପାଇବା, ବିଶ୍ୱାସ ନେଇ ଆଗକୁ ବଢ଼ିବାର ବଜ୍ର ଶପଥ ନେଇଥାନ୍ତି। ଏହା ଦ୍ୱାରା ପ୍ରେମ ସମ୍ପର୍କ ଆହୁରି ମଜଭୁତ ହୁଏ । ପ୍ରେମରେ ପ୍ରତିଶ୍ରୁତି ଦେଇ ଏହାକୁ ସବୁଦିନ ପାଇଁ ପରସ୍ପର ପାଳନ କରିବାକୁ ନିଷ୍ପତ୍ତି ନିଅନ୍ତି । କେବେ ବି ନିଜ ଜୀବନ ସାଥ୍ର ହାତ ନଛାଡିବା ପାଇଁ ପ୍ରତିଜ୍ଞା କରନ୍ତି ପ୍ରେମୀ ଯୁଗଳ ।
ପ୍ରତିଶୃତି କେବଳ ଗୋଟିଏ ଶବ୍ଦ ହୋଇଥିଲେ ମଧ୍ୟ ଏହା ସହ ଅନେକ ଜିନିଷ ଆସିଥାଏ । ପରସ୍ପର ପ୍ରତି ବିଶ୍ବାସ, ନିଷ୍ଠା, ଲୟାଲଟି ଆଦିକୁ ପ୍ରତିଜ୍ଞା ଭାବେ ପ୍ରମିଜ୍ ଡେ'ରେ ପ୍ରେମୀଯୁଗଳ ପରସ୍ପରକୁ ଭେଟି ଦେଇଥାନ୍ତି । ଜୀବନରେ କେବେ ବି କେହି କାହା ବିଶ୍ବାସ ଭାଙ୍ଗିବେ ନାହିଁ ବୋଲି ଏହି ଦିନ ପରସ୍ପରକୁ ପ୍ରତିଶ୍ରୁତି ଦେଇଥାନ୍ତି ।

ଏହିଦିନ ଜଣେ ଜଣଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା, ଭଲପାଇବା, ବିଶ୍ବାସ ନେଇ ଆଗକୁ ବଢ଼ିବାର ବଜ୍ର ଶପଥ ନେଇଥାନ୍ତି । ଏହା ଦ୍ବାରା ପ୍ରେମ ସମ୍ପର୍କ ଆହୁରି ଓ ମଜଭୁତ ହୁଏ । ଏକ ସୁନ୍ଦର ଓ ମଜଭୁତ ସମ୍ପର୍କର ଆଧାର ହେଉଛି ପ୍ରତିଶ୍ରୁତି । ଏଣୁ ପ୍ରମିଜ୍ ଡେ ଅବସରରେ ସବୁ ପ୍ରେମୀଯୁଗଳ ପରସ୍ପରକୁ ସବୁ ସୁଖ, ଦୁଃଖ, ହସକାନ୍ଦ, ଭଲମନ୍ଦରେ ଏକାଠି ରହିବା ପାଇଁ ହାତରେ ହାତ ଛନ୍ଦି ପ୍ରତିଶ୍ରୁତି ଦେଇଥାନ୍ତି ।
ପ୍ରତିଜ୍ଞାକୁ କେହି କେବେ ଭାଙ୍ଗିବାକୁ ଦେଇନଥାନ୍ତି। ଯେତେବେଳେ କେହି କାହାକୁ କିଛି ପ୍ରତିଶ୍ରୁତି ଦେଇଥାନ୍ତି ଶେଷ ପର୍ଯ୍ୟନ୍ତ ସେ ତାହାକୁ ପାଳନ କରିଥାନ୍ତି । ଆପଣ କିଛି ଭୁଲ କରିବାକୁ ଯାଉଥିଲେ ଏହି ପ୍ରତିଶୃତି ହିଁ ପୁଣିଥରେ ଆପଣଙ୍କୁ ମନେ ପକାଇ ଦିଏ ଯେ କାହାକୁ କିଛି ପ୍ରତିଶ୍ରୁତି ଦେଇଛନ୍ତି ।
।












Click it and Unblock the Notifications