Valentine's Day: ପ୍ରେମିକକୁ କେଉଁ ରଙ୍ଗର ଟେଡି ଦେଲେ କ’ଣ ହୁଏ ?
ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ୍ ବା ପ୍ରେମ ସପ୍ତାହ। ପ୍ରଥମ ଦିନଟି ରୋଜ୍ ଡେ'ରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନଟ ପ୍ରପୋଜ୍ ଡେ' ବା ପ୍ରେମ ନିବେଦନ ଦିବସ ସରିଛି । ସେହିପରି ଚକୋଲେଟ୍ ଦେଇ ଆଜି ପ୍ରେମୀଯୁଗଳ ମୁହଁ ମିଠା କରିବେ । ୪ର୍ଥ ଦିନଟି ସବୁଠୁ କ୍ୟୁଟ୍ ଦିନ। ଏହି ଦିନଟିକୁ ଖାସ୍ କରିବା ପାଇଁ ପ୍ରେମୀଯୁଗଳ ଟେଡି ଡେ' ପାଳନ କରିଥାନ୍ତି।
କେଉଁ ରଙ୍ଗର ଟେଡି ଦେଲେ କ'ଣ ହୁଏ ?
ସାଥୀଙ୍କୁ କେଉଁ ରଙ୍ଗର ଟେଡି ଦେଲେ ଏହା କ'ଣ ସୂଚାଇଥାଏ ତାହା ମଧ୍ୟ ଜାଣି ରଖନ୍ତୁ । ବ୍ଲୁ ରଙ୍ଗର ଟେଡି ଦେଲେ ଆପଣଙ୍କ ପ୍ରେମ ଆହୁରି ଗଭୀର ହୋଇଥାଏ। ଜଣଙ୍କ ବିନା ଅନ୍ୟ ଜଣଙ୍କ ଜୀବନ ଯେମିତି ଅଧୁରା ହୋଇଥାଏ। ଲାଲ୍ ରଙ୍ଗ ହେଉଛି ପ୍ରେମର ପ୍ରତୀକ । ଲାଲ୍ ରଙ୍ଗର ଟେଡି ଦେଲେ ପ୍ରେମ ସମ୍ପର୍କ ମଜଭୁତ ହୋଇଥାଏ । ଅରେଞ୍ଜ ରଙ୍ଗର ଟେଡି ଦେଲେ ସାଥୀଙ୍କୁ ଆପଣ ବହୁତ ଭଲ ପାଉଛନ୍ତି ବୋଲି ସୂଚାଇଥାଏ ।

ତେବେ ସେଥିପାଇଁ ସାଥୀଙ୍କୁ ଆକର୍ଷିତ କଲା ପରି ଟେଡି ବିୟର, ହାର୍ଟ ଶେପ୍ ଟେଡି, ଫ୍ରି ଟେଡି ଷ୍ଟିକ୍, ଟେଡି ବ୍ଲାକ୍ସ, ଟେଡି ରୋଜ୍, ଟେଡି ବୁକେ ଆଦି ଉପଲବ୍ଧ। ଏହାକୁ କିଣି ଏଥିରେ କିଛି ସାଥୀଙ୍କ ମନକୁ ଛୁଇଁଲା ପରି ବାର୍ତ୍ତା ଲେଖି ପଠାଇ ଦେଖନ୍ତୁ ସମ୍ପର୍କର ଗାଡ଼ି ଆଗକୁ ଆଗକୁ ମାଡ଼ି ଚାଲିବ।
ଟେଡି ଜରିଆରେ ମନର ଭାବନା ପରିପ୍ରକାଶ କରିବା ସତେ ଯେମିତି ଏକ ମାଧ୍ୟମ ହୋଇଥାଏ। ପରସ୍ପରକୁ ଟେଡି ଉପହାର ଦେଇ ପ୍ରେମସମ୍ପର୍କକୁ ଆହୁରି ସୁଦୃଢ଼ କରିଥାନ୍ତି। ଦିନଟିକୁ ସ୍ମରଣୀୟ ତଥା ଆହୁରି ରୋମାଞ୍ଚକର କରିବା ପାଇଁ ଟେଡି ଉପହାର ଦିଆଯାଇଥାଏ।












Click it and Unblock the Notifications